Daily Archives

July 15, 2021

ଟିକାକରଣ ପରେ ବିଶ୍ୱ ଖୋଲୁଛି, ହେଲେ ଗରିବ ରାଜ୍ୟରେ ଆଭିମୁଖ୍ୟ ଅଲଗା । ରାଜଧାନୀ ଭୁବନେଶ୍ୱରରେ ୯୦ ପ୍ରତିଶତ ଟିକାକରଣ,…

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ସରକାର ଟିକାକରଣକୁ ଗମ୍ଭୀରତାର ସହ ନେଇଛନ୍ତି । ଫଳରେ ବର୍ତ୍ତମାନ ଯାଏଁ ପ୍ରାୟ ୯୦ ପ୍ରତିଶତ ରାଜଧାନୀବାସୀ ଅତି କମରେ ଗୋଟିଏ ଡୋଜ୍ ନେଇ ସାରିଲେଣି । ହେଲେ ଆପଣ ଭାବୁଥିବେ ଏତେ ସଂଖ୍ୟକ ଟିକାକରଣ ପରେ ବି କାହିଁକି ଖୋଲିଲାନି ଭୁବନେଶ୍ୱର । ପ୍ରକୃତରେ…

ସଂକ୍ରମଣ କମିଲା, ହେଲେ ତାଲା ଖୋଲିବାକୁ ସାହସ କଲେନି ସରକାର । ଅଗଷ୍ଟ ପହିଲା ଯାଏଁ ବଢ଼ିଲା ଆଂଶିକ ଲକଡାଉନ୍ ।

କନକ ବ୍ୟୁରୋ: ଆସନ୍ତାକାଲି ଆଂଶିକ ଲକଡାଉନ ଅବଧି ଶେଷ ହେଉଥିବାରୁ କଟକଣା କୋହଳ ହେବ ନା ପୂର୍ବଭଳି ବଳବତ୍ତର ରହିବ, ଏହାକୁ ନେଇ ରାଜ୍ୟବାସୀ ଚାହିଁ ରହିଥିବାବେଳେ ଆଂଶିକ ଲକଡାଉନ କଟକଣାକୁ ଅଗଷ୍ଟ ୧ ପର୍ଯ୍ୟନ୍ତ ବଢ଼ାଇଛନ୍ତି ରାଜ୍ୟ ସରକାର । ପୂର୍ବଭଳି ଏଥର ମଧ୍ୟ ସଂକ୍ରମଣ ହାରକୁ ଦୃଷ୍ଟିରେ…

ନିର୍ମାଣ ଶ୍ରମିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ପ୍ରଦାନ । ୨୬ ଲକ୍ଷ ଶ୍ରମିକ ପାଇଲେ ୩୮୫ କୋଟି ।…

କନକ ବ୍ୟୁରୋ: ଗରିବ ଲୋକଙ୍କୁ ତାଙ୍କ ଅଧିକାରରୁ କେହି ବି ବଞ୍ଚିତ କରିପାରିବେ ନାହିଁ। ଗରିବ ଲୋକଙ୍କର ସମ୍ମାନର ସହ ବଞ୍ଚିବାର ସମସ୍ତ ଅଧିକାର ରହିଛି । ଆଜି ନିର୍ମାଣ ଶ୍ରମିକ ମାନଙ୍କୁ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କୋଭିଡ ସହାୟତା ପ୍ରଦାନ କରିବା ସହ ଏପରି…

‘ହୁ’ ମୁଖ୍ୟଙ୍କ ଚେତାବନୀ । ବିଶ୍ୱରେ ଆରମ୍ଭ ହୋଇଛି ତୃତୀୟ ଲହର , ବଢୁଛି ଡେଲଟା ଭାରିଆଣ୍ଟ ସଂକ୍ରମଣ

କନକ ବ୍ୟୁରୋ : ବିଶ୍ୱରେ କରୋନାର ତୃତୀୟ ଲହର ଆରମ୍ଭ ହୋଇଯାଇଥିବା କଥା ‘ହୁ’ ର ମୁଖ୍ୟ ଟେଡ୍ରୋସ୍ ଆନ୍ଧାନୋମ ଘେବ୍ରେୟେସସ୍ ସୂଚନା ଦେଇଛନ୍ତି । ତୃତୀୟ ଲହର ବେଳେ ଡେଲଟା ଭାରିଆଣ୍ଟ ଅଧିକ ବିପଦ ଆଣୁଥିବାରୁ ସେ ବିଶ୍ୱବାସୀଙ୍କ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, ୧୧୧ଦେଶରେ ଏବେ କରୋନାର…

ଏଲଏସିରେ ଲମ୍ବା ସମୟ ଧରି ରହିବାକୁ ଚୀନ ସେନାର ଯୋଜନା, ନିର୍ମାଣ କରୁଛି ସ୍ଥାୟୀ ଶିବିର

କନକ ବ୍ୟୁରାେ : ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ଏକ ଲମ୍ବା ସମୟ ଧରି ରହିବାକୁ ଚୀନ ସେନା ଯୋଜନା କରୁଛି । ଏଥିପାଇଁ ଚୀନ ଏଲଏସି ଓ ଅନ୍ତର୍ଜାତୀୟ ସୀମା ନିକଟରେ ଚୀନ୍ ସ୍ଥାୟୀ ସେନା ଶିବିରମାନ ନିର୍ମାଣ କରୁଛି । ଭାରତୀୟ ଗୁଇନ୍ଦା ଏଜେନ୍ସିମାନେ ସରକାରଙ୍କୁ ଦେଇଥିବା ରିପୋର୍ଟ…

୬ମାସ ମଧ୍ୟରେ ଦେଶରେ ୭.୭୮ ପ୍ରତିଶତ ଲୋକଙ୍କୁ ଦିଆଯାଇଛି ଟିକା । ଡିସେମ୍ବର ସୁଦ୍ଧା କେମିତି ସରିବ ଟିକାକରଣ ?

କନକ ବ୍ୟୁରୋ : ଭାରତରେ କରୋନା ବିରୋଧରେ ଚାଲିଥିବା ଯୁଦ୍ଧର ମୁଖ୍ୟଅସ୍ତ୍ର ଟିକା । ଜାନୁଆରୀ ୧୬ ତାରିଖରୁ ଦେଶରେ ଆରମ୍ଭ ହୋଇଥିବା ଟିକାକରଣ ଅଭିଯାନରେ ଏପର୍ଯ୍ୟନ୍ତ ୩୯ କୋଟିରୁ ଅଧିକ ଲୋକ ଟିକା ନେଇଛନ୍ତି । ସେମାନଙ୍କ ମଧ୍ୟରୁ ୭.୭୮ କୋଟି ଲୋକ ଟିକାର ଦ୍ୱିତୀୟ ଖୋରାକ ବି ନେଇ ସାରିଲେଣି ।…