Daily Archives

May 9, 2021

କରୋନାରେ ଆଖି ବୁଜିଲେ ଆଉ ଜଣେ ଶିଳ୍ପୀ । ରାଜ୍ୟସଭା ସାଂସଦ ତଥା ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ପରଲୋକ ।

କନକ ବ୍ୟୁରୋ: ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ୭୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । କରୋନା ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥିତ ଏମ୍‌ସରେ ସେ ଆଜି ଅପରାହ୍ନ ୩ଟା ୪୯ରେ ଆଖି ବୁଜିଛନ୍ତି । ଦେଶ ବିଦେଶରେ ସୁନାମ ଅର୍ଜନ କରିଥିବା ଶିଳ୍ପୀ ତଥା ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର କରୋନାରେ…

ରାଜସ୍ଥାନ ରୟାଲ୍ସର ବୋଲର ଚେତନ ସକରିୟା ବାପାଙ୍କ ମୃତ୍ୟୁ । କରୋନାରେ ଚାଲିଗଲା ଜୀବନ । 

କନକ ବ୍ୟୁରୋ: କରୋନାରେ ଚାଲିଗଲା ରାଜସ୍ଥାନ ରୟାଲ୍ସର ଯୁବ କ୍ରିକେଟର ଚେତନ ସକରିୟା ବାପାଙ୍କ ଜୀବନ । ଗତ କିଛିଦିନ ହେବ ସେ କରୋନାରେ ସଂକ୍ରମିତ ଥିଲେ । ସେ ରବିବାର ଦିନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏହି ଘଟଣା ପରେ ଦୁଃଖରେ ଭାଙ୍ଗି ପଡିଛନ୍ତି ଚେତନ ସକରିୟା । ତେବେ ତାଙ୍କ ବାପାଙ୍କ…

ଶିଳ୍ପା, ନାନ୍ସି,, ଗୌରୀ – ଜଣେ ଜଣେ ସଚ୍ଚା ସିପାହୀ । କିଏ ଛୁଆ ହରାଇଛି, କିଏ ଛୁଆକୁ ପେଟରେ ଧରିଛି । ଭୂତାଣୁ…

କନକ ବ୍ୟୁରୋ: ମାଆ ଆମ ବିଶ୍ୱାସ, ମାଆ ଆମ ନିଶ୍ୱାସ... ମାଆ ଆମ ଧମନୀରେ ବହୁଥିବା ଅମ୍ଲଜାନର ଆଶା... ତା ତ୍ୟାଗ, ବଳିଦାନ ପାଇଁ ତ ଆମେ ଆଜି ବଡ ହୋଇଛେ... ମାଆ କଥା କହିଲେ ରାତି ପାହିଯିବ, ଦିନ ସରିଯିବ । ତଥାପି ସାରିହେବନି ତା ଉତ୍ସର୍ଗର ଉପନ୍ୟାସ । ସେଇଥିପାଇଁ ତ ଶାସ୍ତ୍ର କହେ ପୁତ୍ର…

ମୋଦି ସରକାରଙ୍କୁ ମମତାଙ୍କ ଚିଠି । ଅମ୍ଲଜାନ ଟ୍ୟାଙ୍କ ଓ କୋଭିଡ ଔଷଧ ଉପରୁ ଜିଏସଟି ଛାଡ କରିବାକୁ କଲେ ଅନୁରୋଧ ।

କନକ ବ୍ୟୁରୋ : କରୋନା ରୋଗୀଙ୍କ ଚିକିତ୍ସାରେ ବ୍ୟବହାର ହେଉଥିବା ଅମ୍ଳଜାନ ଟ୍ୟାଙ୍କ ଓ କୋଭିଡ ଔଷଧ ଉପରୁ ଜିଏସଟି ଛାଡ଼ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତା ବାନାର୍ଜୀ ଚିଠିରେ ଲେଖିଛନ୍ତି ଯେ, କୋଭିଡ ସହିତ ଲଢ଼ିବାରେ…

ମୃତ୍ୟୁକୁ ଆଗୁଆ ଦେଖିଥିଲେ ଅଭିନେତା ରାହୁଲ ଭୋରା ! ଜୀବନ ଯିବା ଆଗରୁ ଫେସବୁକରେ କହିଥିଲେ, ‘ମୋତେ ଭଲ ଚିକିତ୍ସା…

କନକ ବ୍ୟୁରୋ : ‘ମୋତେ ଭଲ ଚିକିତ୍ସା ମିଳିଥିଲେ ମୁଁ ବଞ୍ଚି ଯାଇଥାନ୍ତି’ । ମୃତ୍ୟୁ ପୂର୍ବରୁ ଫେସବୁକରେ କିଛି ଏମିତି ଲେଖିଥିଲେ ଅଭିନେତା ରାହୁଲ ଭୋରା । ଦୀର୍ଘ ଦିନ ଧରି ମହାମାରୀ କରୋନା ସହ ସଂଘର୍ଷ ପରେ ଶେଷରେ ଆଜି ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ରାହୁଲ । କରୋନାରେ ତାଙ୍କର ପରଲୋକ ହୋଇଛି…

ଛତିଶଗଡ ସୀମାରେ ପଡିଲା ବାଡ । ଗଳାବାଟକୁ ବନ୍ଦ କଲେ ଗ୍ରାମବାସୀ । ସଂକ୍ରମଣର ଦ୍ୱିତୀୟ ଲହରକୁ ଦେଖୁ ଆଗୁଆ ସଚେତନ ଲୋକେ…

କନକ ବ୍ୟୁରୋ: ଛତିଶଗଡ ସୀମାରେ ପଡିଲା ବାଡ । ଗଳା ବାଟ ଦେଇ ପ୍ରବେଶ କରୁଥିବା ଛତିଶଗଡ ଲୋକଙ୍କ ଓଡିଶା ସୀମାରେ ପ୍ରବେଶ ନେଇ ରୋକ ଲଗାଇଛନ୍ତି ଗ୍ରାମବାସୀ । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ବଡାଗୁଡା ଗାଁ କୁ ଲାଗି ରହିଥିବା ଗଳା ବାଟକୁ ବନ୍ଦ କରି ସିଲ କରିଛନ୍ତି ଲୋକେ ।…