Daily Archives

May 8, 2021

ହ୍ୱାଟସଆପରେ ୪୦ ବିବାହ ଲାଇସେନ୍ସକୁ ଅନୁମତି । ଜାଣନ୍ତୁ ବିବାହ ଓ ଅନ୍ତିମ ସଂସ୍କାର ପାଇଁ କେଉଁ ନମ୍ବରରେ କଲ କରି…

କନକ ବ୍ୟୁରୋ : ହ୍ୱାଟସଆପରେ ମିଳୁଛି ବିବାହ ଲାଇସେନ୍ସ । ଲଗାତାର ଭାବେ ସଂକ୍ରମଣ ବଢୁଥିବା ବେଳେ ଲାଇସେନ୍ସ ସେଲରେ ଭିଡ ନ କରିବାକୁ ହ୍ବାଟସଆପ୍‌ ଯୋଗେ ଦିଆଯାଉଛି ବିବାହ ଲାଇସେନ୍ସ। ଗତ ୫ତାରିଖ ସନ୍ଧ୍ୟାରେ ଲାଇସେନ୍ସ ସେଲର ମୋବାଇଲ ନମ୍ବର(୮୧୪୪୨୦୭୧୦୦) ଜାରି ହେବା ପରେ ଦୁଇ ଦିନ ଭିତରେ…

ଭୂତାଣୁ ଭିତରେ ଭଲ ଖବର । ଆଜି ରାଜ୍ୟରେ ସୁସ୍ଥ ହେଲେ ୭, ୬୬୪ କରୋନା ପଜିଟିଭ ।

କନକ ବ୍ୟୁରୋ: ଭୂତାଣୁ ଭିତରେ ରାଜ୍ୟ ପାଇଁ ଭଲ ଖବର । ଆଜି କରୋନାରୁ ସୁସ୍ଥ ହେଲେ ଆଉ ୭ ହଜାର ୬୬୪ କରୋନା ପଜିଟିଭ । ହେଲେ ଯେଉଁ ମାତ୍ରାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ତା ଆଗରେ ଏହି ସୁସ୍ଥ ସଂଖ୍ୟା କିଛି ବି ନୁହେଁ । ଆଜି ଗୋଟିଏ ଦିନରେ ୧୧ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ…

ଅକ୍ସିଜେନ ଓ ଔଷଧ ବଣ୍ଟନକୁ ନେଇ ଆକ୍ସନ ମୋଡରେ ସୁପ୍ରିମ କୋର୍ଟ ।  ଅନୁଧ୍ୟାନ କରିବାକୁ କୋର୍ଟ ଗଠନ କଲେ ସ୍ୱତନ୍ତ୍ର…

କନକ ବ୍ୟୁରୋ : କରୋନା ସଂକ୍ରମଣ ଏବେ ଦେଶରେ ଭୟାବହ ଅବସ୍ଥାକୁ ଆସିଛି । ଏହାରି ଭିତରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ପଡୁଥିବା ଔଷଧ ଓ ଅକ୍ସିଜେନର ଅଭାବକୁ ନେଇ ବିଭିନ୍ନ ରାଜ୍ୟ ସରକାରମାନେ ବାରମ୍ବାର କୋର୍ଟ ଓ କେନ୍ଦ୍ର ସରକାରଙ୍କ ପାଖରେ ଆବେଦନ କରୁଛନ୍ତି । ଏହାକୁ ଦୃଷ୍ଟିରେ…

ଶାଶୁଘରେ ଆତ୍ମହତ୍ୟା କଲେ ସ୍ତ୍ରୀ, ଖବର ଶୁଣିବା ପରେ ଜର୍ମାନୀରୁ ଆସିଲା ସ୍ୱାମୀଙ୍କ ମୃତ୍ୟୁ ଖବର ।

କନକ ବ୍ୟୁରୋ : କରୋନା ଯୁଗରେ ଲୋକମାନେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରୁଥିବାର ଖବର ସାମ୍ନାକୁ ଆସିଛି । ଉତ୍ତରପ୍ରଦେଶର ଗୋରଖପୁର ପୁଲିସ ଷ୍ଟେସନ ଅନ୍ତର୍ଗତ ରାମପୁର ଅଞ୍ଚଳରେ କିଛି ଏଭଳି ଘଟଣା ଘଟିଛି । ମିଳିଥିବା ସୂଚନା ମୁତାବକ ଦୁଇ ଦିନ ତଳେ ୨୮ ବର୍ଷୀୟ ନବଜ୍ୟୋତି ମକ୍କାଡ଼ ନିଜ…

ଓଡିଶା ଆସିଲା ଆଉ ୧ ଲକ୍ଷ କୋଭିସିଲ୍ଡ ଟିକା । କୋଭିସିଲ୍ଡ ଟିକା ଆସି ଭୁବନେଶ୍ୱରରେ ପହଞ୍ଚିଲା ।

କନକ ବ୍ୟୁରୋ: ଓଡିଶାକୁ ଆସିଲା ଆଉ ୧ ଲକ୍ଷ କୋଭିସିଲ୍ଡ ଟିକା । ଓଡିଶାକୁ କୋଭିସିଲ୍ଡ ଟିକା ପଠାଇଲା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ । ଆଜି ଟିକା ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି । ୧୮ରୁ ୪୪ ବର୍ଷ ଲୋକଙ୍କ ପାଇଁ ଏହି ଟିକା ଭୁବନେଶ୍ୱରକୁ ପଠାଯାଇଛି । ତେବେ ଏହା ପୂର୍ବରୁ ମଧ୍ୟ…

କଟକର କୋଭିଡ୍ ରିପୋର୍ଟ ଦେଲେ ସିଏମସି କମିଶନର । ଏସସିବିରେ ଆଉ ୧୦୦ ବେଡ୍ ଉପଲବ୍ଧ କରାଇବାକୁ ପ୍ରୟାସ । ଜାରି ହେଲେ…

କନକ ବ୍ୟୁରୋ: କଟକରେ କେମିତି ଚାଲିଛି କରୋନା ମୁକାବିଲା? ମହାନଗରରେ କରୋନା ସଂକ୍ରମଣ କମାଇବାକୁ ପ୍ରଶାସନ କି କି ପଦକ୍ଷେପ ନେଇଛି ସେନେଇ ଆଜି ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ସିଏମସି କମିଶନର ଅନନ୍ୟା ଦାସ । କଟକରେ ଏବେ ୩୬୮୫ ଆକ୍ରାନ୍ତ ସକ୍ରିୟ ଅଛନ୍ତି । ସେ ଭିତରୁ ପାଖାପାଖି ୮୮…