Daily Archives

April 25, 2021

ଚିନ୍ତା ବଢ଼ାଉଛି ପଡୋଶୀ ପଶ୍ଚିମବଙ୍ଗ । ବିଶେଷଜ୍ଞ କହିଲେ ଟ୍ରିପଲ ମ୍ୟୁଟାଂଟ ଯୋଗୁଁ ହେଉଛି ଦ୍ରୁତ ସଂକ୍ରମଣ ।

କନକ ବ୍ୟୁରୋ: ପଶ୍ଚିମବଙ୍ଗ ନିର୍ବାଚନ ରାଲିରେ ହଜାର ହଜାର ଲୋକଙ୍କ ଭିଡ଼ ଦେଖି ଯେଉଁ ଆଶଙ୍କା ସୃଷ୍ଟି ହୋଇଥିଲା, ତାହା ଏବେ ସତ ହେଲା ଭଳି ଲାଗୁଛି । ନିଆଁ ଭଳି ମାଡୁଛି କରୋନା । ଏପ୍ରିଲ ପହିଲାରେ ଯେଉଁ ସ୍ଥିତି ଥିଲା, ୨୪ ଦିନ ଭିତରେ ପୂରା ସ୍ଥିତି ବଦଳି ଯାଇଛି । ଟେଷ୍ଟ-ପଜିଟିଭ୍ ହାର…

ବାଙ୍ଗାଲୋର ବିଜୟ ଧାରାରେ ବ୍ରେକ୍ ଦେଲା ଚେନ୍ନାଇ । ୬୯ ରନରେ ମ୍ୟାଚ୍ ଜିତିଲା ଧୋନୀବାହିନୀ । ପଏଣ୍ଟ ଟେବୁଲ ଶୀର୍ଷରେ…

କନକ ବ୍ୟୁରୋ: ଆଜି ଆଇପିଏଲରେ ବାଙ୍ଗାଲୋରକୁ ହରାଇ ଚମକପ୍ରଦ ବିଜୟ ହାସଲ କରିଛି ଚେନ୍ନାଇ । ଧୋନୀବାହିନୀ ବାଙ୍ଗାଲୋରକୁ ୧୨୨ ରନରେ ଅଟକାଇବା ସହିତ ୬୯ ରନରେ ମ୍ୟାଚକୁ ଜିିତି ନେଇଛି । ଏଥିସହ ଦଳ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନକୁ ମଧ୍ୟ ଫେରିଛି । ଆଜି ଟସ୍ ଜିତି ଚେନ୍ନାଇ ଅଧିନାୟକ ଧୋନୀ…

ଆଜି ରାତି ୮ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ । ରାଜ୍ୟରେ କୋଭିଡ୍ ସ୍ଥିତି ନେଇ କରିପାରନ୍ତି…

କନକ ବ୍ୟୁରୋ: ବଢୁଥିବା ସଂକ୍ରମଣ ଭିତରେ ଆଜି ରାଜ୍ୟବାସୀଙ୍କୁ ପୁଣିଥରେ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ରାତି ୮ଟାରେ ନବୀନ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ । ତେବେ ଏହି ସମୟରେ ସେ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି । ଆଜି ରାତି ୮ଟାରେ…

ଗୋଟିଏ ଦିନରେ ଭୁବନେଶ୍ୱରରୁ ଚିହ୍ନଟ ହେଲେ ୬୮୩ ପଜିଟିଭ୍ । କ୍ୱାରେଣ୍ଟାଇନରୁ ଚିହ୍ନଟ ହେଲେ ୧୦୭, ଲୋକାଲ୍ କେସ୍ ୫୭୬ । 

କନକ ବ୍ୟୁରୋ: ଗୋଟିଏ ଦିନରେ ରାଜଧାନୀ ଭୁବନେଶ୍ୱରରୁ ଚିହ୍ନଟ ହେଲେ ୬୮୩ କୋଭିଡ୍ ପଜିଟିଭ୍ । ଯେଉଁଥିରୁ ୧୦୭ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୫୭୬ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ବିଏମସି ରିପୋର୍ଟ ଦେଇଛି । ତେବେ ଗୋଟିଏ ଦିନରେ ରାଜଧାନୀରୁ ଏତେ ସଂଖ୍ୟାରେ ଲୋକାଲ୍ କେସ୍…

ରାଜ୍ୟରେ ମାତିଛନ୍ତି ବାଘ ଛାଲ ଓ ହାତୀ ଦାନ୍ତ ବେପାରୀ । ନୟାଗଡ ଜିଲ୍ଲା ମହାନଦୀ ଅଂଚଳରେ ଏସଟିଏଫ୍ ଚଢାଉରେ ଦୁଇ ତସ୍କର…

କନକ ବ୍ୟୁରୋ: ରାଜ୍ୟରେ ମାତିଛନ୍ତି ବାଘ ଛାଲ ଓ ହାତୀ ଦାନ୍ତ ବ୍ୟବସାୟୀ । ଏପରି ଏକ ରାକେଟକୁ ଧରିବାରେ ସଫଳ ହୋଇଛି ଏସଟିଏଫ୍ । ନୟାଗଡ ଜିଲ୍ଲା ମହାନଦୀ ତଟ ଅଂଚଳରୁ ଗୋଟିଏ ଚିତାବାଘ ଛାଲ ଓ ଦୁଇଟି ହାତୀ ଦାନ୍ତ ଜବତ କରିଛି ଏସଟିଏଫ୍ । ଏହି ଘଟଣାରେ ଦୁଇ ଜଣ ତସ୍କରଙ୍କୁ ଗିରଫ କରାଯାଇଛି ।…

ଦିଲ୍ଲୀରେ ଶବ ଦାହ ପାଇଁ ମଶାଣୀରେ ମିଳୁନି ଜାଗା । ପାର୍କରେ ମଶାଣୀ ତିଆରି କରୁଛନ୍ତି ଦିଲ୍ଲୀ ସରକାର ।

କନକ ବ୍ୟୁରୋ : ଦିଲ୍ଲୀରେ ରେର୍କଡ ସ୍ତରରେ ପହଁଚିଲାଣି ଦୈନିକ କରୋନା ଜନିତ ମୃତ୍ୟୁ ସଂଖ୍ୟା । ଏହାରି ଭିତରେ ଏକ ସାଂଘାତିକ ଚିତ୍ର ସାମ୍ନାକୁ ଆସିଛି । ବର୍ତମାନ ଅନ୍ତିମ ସଂସ୍କାର ପାଇଁ ମଶାଣିରେ ଶବ ଦାହ ପାଇଁ ମିଳୁନି ଜାଗା । ଯଦି କେଉଁଠି ଜାଗା ଖଣ୍ଡେ ଅଛି ତେବେ ଏହା ପାଇଁ ମୃତକଙ୍କ…