Daily Archives

April 14, 2021

ଆଇପିଏଲ ଲଢେଇ: ଟସ ଜିତି ହାଇଦ୍ରାବାଦର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ବାଙ୍ଗାଲୋର ଦଳ । 

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ସନ ରାଇଜର୍ସ ହାଇଦ୍ରାବାଦ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ହାଇଦ୍ରାବାଦ ଟିମ । ତେଣୁ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ ବାଙ୍ଗାଲୋର ଦଳ । ଉଭୟ ଦଳ ଏହି…

ଭୁବନେଶ୍ୱରରେ ବଢୁଛି କରୋନା ସଂକ୍ରମଣ । ଆଜି ୩୦୭ ପଜିଟିଭ ଚିହ୍ନଟ, ୬୨ ସୁସ୍ଥ ।

କନକ ବ୍ୟୁରୋ: ଆଜି ଭୁବନେଶ୍ୱରରୁ ପୁଣି ୩୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୬୯ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୩୮ ଲୋକାଲ କେସ ବୋଲି ଜଣା ପଡିଛି । ଏହାସହ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୩୪ ହଜାର ୨ ଶହରେ ପହଞ୍ଚିଛି । ସେପଟେ ଭୁବନେଶ୍ୱରରେ ୬୨ ଜଣ…

ଏବେ ବି ବଂଚିଛି ମାନବିକତା । କୁନି ଝିଅ ସୋନାଲିକୁ ସୁସ୍ଥ କରିବା ପାଇଁ ସହାୟତା ମାଗିଛନ୍ତି ଯୁବଗୋଷ୍ଠୀ ।

କନକ ବ୍ୟୁରୋ: ଏବେ ବି ବଂଚିଛି ମାନବିକତା । ଏହାର ନିଛକ ଉଦାହରଣ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଖୋଲଗଞ୍ଜ ଏବଂ ଚଢେୟା ଗାଁର ଯୁବଗୋଷ୍ଠୀ । ଖୋଲଗଂଜ ଗାଁର କୁନି ଝିଅ ସୋନାଲି କିଡିନ ରୋଗ ଯନ୍ତ୍ରଣା ଭୋଗୁଛି । ଜୀବନକୁ ଜିଇଁବା ଆଗରୁ ଜୀବନ ମରଣ ସହ ସଂଗ୍ରାମ କରୁଛି । ଆଉ ଏବେ ସୋନାଲିକୁ…

ଗାଁ ଦାଣ୍ଡରେ ଚାଲିଛି ପାଠପଢ଼ା । ଗୁଣୁପୁର ଆଦର୍ଶ ଥାନାର ଏସଆଇଙ୍କ ଉଦ୍ୟମରେ ଖୋଲିଛି ମୁକ୍ତକାଶ ବିଦ୍ୟାପୀଠ । ମାଗଣାରେ…

କନକ ବ୍ୟୁରୋ: ପୁଣି ଫେରିଛି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ବନ ବିଦ୍ୟାଳୟର ରୂପ ରେଖା । ମୁକ୍ତାକାଶରେ ପିଲାଏ ପଢୁଛନ୍ତି ପାଠ । ଗାଁ ଦାଣ୍ଡରେ ପଡିଛି ପାଲ । ସାମାନରେ ରହିଛି କଳାପଟା । ପିଲାଙ୍କ ଇଂରାଜୀ ଓ ଓଡିଆ ବର୍ଣ୍ଣମାଳା ଉଚାରଣରେ କମ୍ପୁଛି ଗାଁ ଦାଣ୍ଡ । ଆସନ୍ତୁ ଦେଖିବା କେଉଁଠି ଅଛି…

ଅଜିତ ମଙ୍ଗରାଜଙ୍କ ମୃତ୍ୟୁକୁ ନେଇ ଆପୋଲୋ ହସ୍ପିଟାଲର ସୂଚନା । କହିଲା, ୭ ଦିନ ହେବ ଅଜିତ ବୀରତାର ସହ କରୋନା ସହ ଲଢେଇ…

କନକ ବ୍ୟୁରୋ: ଅଜିତ ମଙ୍ଗରାଜଙ୍କ ମୃତ୍ୟୁକୁ ନେଇ ଆପୋଲୋ ହସ୍ପିଟାଲର ସୂଚନା । କହିଲା, ଅଜିତ ମଙ୍ଗରାଜ ୭ ଏପ୍ରିଲରେ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କରୋନା ଆକ୍ରାନ୍ତ ଅବସ୍ଥାରେ ତାଙ୍କୁ ନିମୋନିଆ ହୋଇଥିଲା । ଅଜିତଙ୍କୁ କ୍ରିଟିକାଲ କେୟାରରେ ରଖିବା ସହ ବିଭିନ୍ନ ବିଭାଗର ଡାକ୍ତରଙ୍କ…

ଅଜିତ ମଙ୍ଗରାଜଙ୍କ ଦେହାନ୍ତରେ ଶୋକ ପ୍ରକାଶ । ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ସହ ଶୋକ ପ୍ରକାଶ କଲେ ଅନେକ ବରିଷ୍ଠ ନେତା…

କନକ ବ୍ୟୁରୋ: ଅଜିତ ମଙ୍ଗରାଜଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ । କହିଲେ, ଅଜିତ ମଙ୍ଗରାଜଙ୍କ ଦେହାନ୍ତ ବିଷୟରେ ଜାଣି ଦୁଃଖିତ । ଦୁଃଖଦ ସମୟରେ ଶୋକସନ୍ତପ ପରିବାରକୁ ମୋର ସମବେଦନା । କେବଳ ମୁଖ୍ୟମନ୍ତ୍ରୀ ନୁହେଁ ରାଜ୍ୟପାଳଙ୍କ ସହ ଆହରୁ ଅନେକ ବରିଷ୍ଠ ନେତା ଶୋକ ପ୍ରକାଶ…