Daily Archives

March 30, 2021

ଆହତ କାରଣରୁ ଆଇପିଏଲରୁ ବାଦ୍ ପଡିଲେ ଶ୍ରେୟାସ ଆୟର । ରିଷବ ପନ୍ତ ହେଲେ ଦିଲ୍ଲୀ କ୍ୟାପିଟାଲର ନୂଆ କ୍ୟାପଟେନ ।

କନକ ବ୍ୟୁରୋ: ଆଇପିଏଲ ୨୦୨୧ରୁ ଆହତ କାରଣରୁ ବାଦ ପଡିଛନ୍ତି ଦିଲ୍ଲୀ କ୍ୟାପିଟାଲର ଅଧିନାୟକ ଶ୍ରେୟାସ ଆୟର । ଏହାସହ ଦିଲ୍ଲୀ କ୍ୟାପିଟାଲର ନୂଆ ଅଧିନାୟକ ହୋଇଛନ୍ତି ରିଷବ ପନ୍ତ । ଏନେଇ ଟ୍ୱିଟ କରି ସୂଚନା ଦେଇଛି ଦିଲ୍ଲୀ କ୍ୟାପିଟାଲ । ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଆଘାତ ଲାଗିବାରୁ ସେ…

ଆଜି ବାରିପଦା ପାଲଟିଲା ବିଶ୍ୱର ଉତ୍ତପ୍ତ ସହର । ବାରିପଦାର ତାପମାତ୍ରା ଥିଲା ୪୪.୬ ଡିଗ୍ରୀ ସେଲସିୟସ

କନକ ବ୍ୟୁରୋ: ଆଜି ବାରିପଦା ପାଲଟିଲା ବିଶ୍ୱର ଉତ୍ତପ୍ତ ସହର । ଆଜି ବାରିପଦାର ତାପମାତ୍ରା ଥିଲା ୪୪.୬ ଡିଗ୍ରୀ ସେଲସିୟସ । ଯାହାକି ସାରା ବିଶ୍ୱର ସବୁଠାରୁ ଉତ୍ତପ୍ତ ସହର । OGIMET.COM ସୂଚନା ଆଧାରରେ ମିଳିଲା ତଥ୍ୟ । କେବଳ ବାରିପଦା ନୁହେଁ ଆଜି ଭାରତର ଅନେକ ସହର ଉତ୍ତପ୍ତ ରହିଥିଲା ।…

କରୋନା ସମୟରେ କେମିତି ହେବ ପରୀକ୍ଷା ? ଅଫଲାଇନ ବଦଳରେ, ଅନଲାଇନରେ ପରୀକ୍ଷା କରିବାକୁ ବିଭିନ୍ନ ଇଂଜିନିୟରିଂ ସ୍କୁଲ…

କନକ ବ୍ୟୁରୋ: ଦେଶର କରୋନା ଗ୍ରାଫ ଉପରମୁହାଁ । ସେହିପରି ରାଜ୍ୟରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦେଶର କରୋନା ସ୍ଥିତିକୁ ନେଇ ଆଜି କେନ୍ଦ୍ର ସରକାରଙ୍କ ତରଫରୁ ନୀତି ଆୟୋଗର ସଦସ୍ୟ ଭି.କେ ପଲ୍ ସତର୍କବାଣୀ ଶୁଣାଇଛନ୍ତି । ସେ କହିଛନ୍ତି, ଏପରିକି କରୋନା ମୁକାବିଲା…

ଟିକାକରଣରେ ହାଇରିସ୍କ ଗ୍ରୁପକୁ ପ୍ରାଥମିକତା ଦେବାକୁ ସ୍ୱାସ୍ଥ୍ୟବିଭାଗର ଚିଠି । ୪୫ ଅଧିକ ବୟସ୍କ ଶିକ୍ଷକ, ବସ…

କନକ ବ୍ୟୁରୋ: ରାଜ୍ୟରେ କରୋନା ଟିକାକରଣରେ ହାଇ ରିସ୍କ ଗ୍ରୁପକୁ ପ୍ରାଥମିକତା ଦେବାକୁ  ସବୁ ଜିଲ୍ଲାକୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ । ଏଥିରେ କୁହାଯାଇଛି, ୪୫ ବର୍ଷ କିମ୍ବା ତାଠାରୁ ଅଧିଳ  ବୟସର ଲୋକଙ୍କୁ ଟିକାକରଣରେ ଗୁରୁତ୍ୱ ଦିଆଯାଉ ।  ଏମାନଙ୍କ ମଧ୍ୟରେ ପ୍ରମୁଖ ଅଛନ୍ତି…

ଦେଶରେ ପୁଣି ବଢୁଛି କରୋନା : ୧ କୋଟି ୨୦ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ବି ୫ ଲକ୍ଷ ୪୦ହଜାର ୭୨୦ ଜଣ…

କନକ ବ୍ୟୁରୋ: ସୋମବାର ୬୮ ହଜାରରୁ ଅଧିକ କରୋନା ସଂକ୍ରମଣ ସହ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୨୦ ଲକ୍ଷ ଟପିଯାଇଛି । ସେହିପରି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୪୦ହଜାର ୭୨୦ରେ ପହଂଚିଛି । ସୋମବାର ଗୋଟିଏ ଦିନରେ ୬୮ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ଗତବର୍ଷ ଅକ୍ଟୋବର…

କେବଳ ସହର ନୁହେଁ, ଏବେ ଗାଁ ଗାଁ ରେ ଧଳାଜହର । ଜଗତସିଂହପୁର ଜିଲ୍ଲା ମାଳମରିଚିପୁରରୁ ଆସିଲା ଆଶ୍ଚର୍ଯ୍ୟଜନକ ଦୃଶ୍ୟ ।

କନକ ବ୍ୟୁରୋ: କେବଳ ସହର ନୁହେଁ, ଏବେ ଗାଁ ଗାଁରେ ମିଳୁଛି ମାରାତ୍ମକ ଧଳା ଜହର ବା ବ୍ରାଉନସୁଗାର । ପରିସ୍ଥିିତି ଏମିତି ହେଲାଣି ଯେ, ପାନ ଦୋକାନ ଭଳି ପ୍ରତି ଗାଁରେ ବିକ୍ରି କରାଯାଉଛି ଏହି ବିଷ ।  ପ୍ରାୟତଃ ସହରରେ ମିଳୁଥିବା ଏହି ଜହର ଏବେ ଗାଁ ଗାଁରେ ମଳିଲାଣି । ଜଗତସିଂହପୁର ଜିଲ୍ଲାର…