Daily Archives

December 27, 2020

ହାତରେ ଅଛି କଳା, ହେଲେ କାମ କରିବାକୁ ନାହିଁ ସମ୍ବଳ । କରୋନା ଉଜାଡି ଦେବା ବେପାର, ସଂକଟରେ ଗଜପତିର ବେତ କାରିଗର ।

କନକ ବ୍ୟୁରୋ : ସଙ୍କଟରେ ଗଜପତିର ବେତ କାରିଗର, କରୋନା ଉଜାଡି ଦେଇଛି ବ୍ୟବସାୟ । ହାତରେ ଅଛି କଳା ଚାତୁରୀ, କିନ୍ତୁ ପାଖରେ ନାହିଁ ସମ୍ବଳ । ତେଣୁ ମାନ୍ଦା ପଡ଼ିଥିବା ବ୍ୟବସାୟକୁ ଆଗକୁ ନେବାକୁ କିଛି ପାରୁନାହାନ୍ତି ବେତ କାରିଗର । ବାଧ୍ୟ ହୋଇ ଏହି ବୃତିରୁ ଦୂରେଇ ଗଲେଣି ଅନେକ ।…

ଇଚ୍ଛା ଶକ୍ତି ଆଗରେ ହାରମାନେ ସବୁ ସମସ୍ୟା । ବାଟ ଓଗାଳି ପାରିନି ବାଲିଆପାଳର ଯଶୋବନ୍ତଙ୍କ ଶାରୀରିକ ଅସୁବିଧା । ଛତୁ…

କନକ ବ୍ୟୁରୋ : ଅସହାୟ ନ ହୋଇ ସହାୟ ହେବାକୁ ଯଦି ଇଚ୍ଛାଶକ୍ତି ରହେ ତେବେ କୌଣସି ବି ଶାରୀରିକ ସମସ୍ୟା ତାର ବାଟ ଓଗାଳିପାରିବନି । ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ବାଲେଶ୍ୱର ବାଲିଆପାଳର ଯଶୋବନ୍ତ ପ୍ରଧାନ । ନିଜ ଶାରୀରିକ ଅକ୍ଷମତାକୁ ନଜର ନ ଦେଇ ପରିବାର ପ୍ରତିପୋଷଣ ପାଇଁ ସଂଘର୍ଷ କରି…

ଚାହିଦା ବଢୁଛି, ବେପାର ଜମୁଛି । ରାଜ୍ୟ ବାହାରେ ବି ରହିଛି କେନ୍ଦୁଝର ବଡିର ଆଦର । ଚାହିଦା ବଢିବା ସହ ସ୍ୱାବଲମ୍ବୀ…

କନକ ବ୍ୟୁରୋ : କେନ୍ଦୁଝର ଆସୁଥିବା ଅଧିକାଂଶ ବ୍ୟକ୍ତିଙ୍କ ନଜରରେ ରହିଥାଏ କେନ୍ଦୁଝର ବଡ଼ି । ଏହି ବଡିର ଚାହିଦା କେବଳ ରାଜ୍ୟରେ ନୁହେଁ, ରାଜ୍ୟ ବାହାରେ ବି ଚାହିଦା ବଢ଼ି ଚାଲିଛି । ଚାହିଦା ବଢିବା ସହ ଜିଲ୍ଲାର ମହିଳାମାନଙ୍କୁ ଏହା ସ୍ୱାବଲମ୍ବୀ କରିଥାଏ । ତେବେ ଏହି ବଡି କିପରି ପ୍ରସ୍ତୁତ…

ଖୋଲିଲା ଲିଙ୍ଗରାଜ ମନ୍ଦିର । ଆଜି ସେବାୟତ ପରିବାର କରୁଛନ୍ତି ଦର୍ଶନ । ମନ୍ଦିର ନିକଟରେ କୋଭିଡ ଟେଷ୍ଟ ପାଇଁ ବ୍ୟବସ୍ଥା…

କନକ ବ୍ୟୁରୋ : କରୋନା କଟକଣା ପରେ ଆଜିଠାରୁ ଖୋଲଛି ଭୁବନେଶ୍ୱରର ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର । ପ୍ରଥମେ ସେବାୟତ ପରିବାରଙ୍କୁ ମିଳୁଛି ଦର୍ଶନ ସୁଯୋଗ । କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଲେ ସେବାୟତ ପରିବାରଙ୍କୁ ଦର୍ଶନ ପାଇଁ ମନ୍ଦିର ଭିତରକୁ ଛଡାଯାଉଛି । ସେପଟେ ପୁରୀ ରେ ଦ୍ୱିତୀୟ…

ସୋରଡ଼ା ପୋଲିସର ସଫଳତା । ମୃତ ମହିଳାର ସ୍କେଚ୍ ବନାଇ ମହିଳାଙ୍କ ପରିଚୟ ଜାଣିଲା ପୋଲିସ । ଶେଷରେ ଅପରାଧୀ ଦିଅର ପାଖରେ…

କନକ ବ୍ୟୁରୋ : ଜଣେ ଗର୍ଭବତୀ ମହିଳାଙ୍କର ଏହି ଦୁଇଟି ଚିତ୍ର ଆଙ୍କିଥିଲା ସୋରଡା ପୁଲିସ । ପରୀ ହତ୍ୟା ଘଟଣା ପରି ଏହି ମହିଳାଙ୍କର ମଧ୍ୟ କିଛି ସୁରାଗ୍ ମିଳୁନଥିଲା । ଗାଁ ବିଲରୁ ଅଧା ପୋଡା ମୃତଦେହ ପାଇ ମହିଳାଙ୍କ ବିଷୟରେ ଜାଣିବା ପାଇଁ ଚେଷ୍ଟା କରାଯାଉଥିଲା । ଆଉ ଶେଷରେ ପୁଲିସର ଉଦ୍ୟମ ସଫଳ…

ନୂଆ କୃଷି ଆଇନ ସଂପର୍କରେ ଲୋକଙ୍କୁ ପାଠ ପଢ଼ାଇବ ବିଜେପି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପୁସ୍ତିକା ଉନ୍ମୋଚନ କଲେ…

କନକ ବ୍ୟୁରୋ : ନୂଆ କୃଷି ଆଇନକୁ ନେଇ କୃଷକଙ୍କ ଆନ୍ଦୋଳନ କେନ୍ଦ୍ର ସରକାରଙ୍କ ଅଡୁଆ ବଢାଇ ଦେଇଛି । ଆଉ ଚାଷୀଙ୍କ ମଧ୍ୟରେ ନୂଆ ଆଇନକୁ ନେଇ କୁହୁଳୁଥିବା ଅସନ୍ତୋଷକୁ ଦୂର କରିବା ପାଇଁ ‘ଅନ୍ନଦାତାଙ୍କ ପ୍ରତି ସମର୍ପିତ ମୋଦି ସରକାର’ପୁସ୍ତିକା ପ୍ରସ୍ତୁତ କରାଯାଇଛି । ଏହି ପୁସ୍ତିକା ଜରିଆରେ ଦଳ…