Daily Archives

November 22, 2020

ରାଜ୍ୟରେ ପଞ୍ଜିକୃତ ବେକାରୀଙ୍କ ସଂଖ୍ୟା ଟପିଲା ୮ ଲକ୍ଷ ୯୬ ହଜାର । ନିଯୁକ୍ତି ମେଳାରେ ଦିଆଯାଇଛି ମାତ୍ର ୧ ଲକ୍ଷ ୩୧…

କନକ ବ୍ୟୁରୋ : ଓଡ଼ିଶାରେ ଅଛନ୍ତି ୮ ଲକ୍ଷ ୯୬ ହଜାର ୮୩୮ ପଞ୍ଜିକୃତ ବେକାରୀ । ଆଜି ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ରାଜ୍ୟ ସରକାର । ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ପ୍ରଶ୍ନର ଉତରରେ ଏହି ସୂଚନା ଦେଇଛନ୍ତି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ । ତେବେ…

ବୈଜୟନ୍ତ ଓ ଜାଗୀଙ୍କୁ ଅନୁଭବଙ୍କ ଟ୍ୱିଟ୍ ଟାର୍ଗେଟ୍ । କେନ୍ଦ୍ରାପଡ଼ା ସାଂସଦ ଟ୍ୱିଟରେ ଲେଖିଲେ, ଗିରଫ ଭୟରେ ପଳାୟନ…

କନକ ବ୍ୟୁରୋ : ସାରୁଅ ଜମି ଦୁର୍ନୀତି ମାମଲାରେ ପିଟିସନରଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିବା ପରେ ଚର୍ଚ୍ଚାକୁ ଆସିଛି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଟ୍ୱିଟ୍ । ଏହି ଟ୍ୱିଟରେ ବୈଜୟନ୍ତ ପଣ୍ଡା ଓ ଜାଗି ପଣ୍ଡାଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ଅନୁଭବ । ସେ ଲେଖିଛନ୍ତି, ଅନୁସୂଚିତ…

କମେଡି କୁଇନ୍ ଭାରତୀ ସିଂ ଏବେ ନିଶା ଜଗତର ନାୟିକା । ଘରୁ ଗଞ୍ଜେଇ ମିଳିବା ପରେ ସ୍ୱାମୀଙ୍କ ସହ ଗଲେ ୧୪ ଦିନିଆ ବିଚାର…

କନକ ବ୍ୟୁରୋ : ଭାରତୀ ସିଂ । ନାଁ ଶୁଣିଲେ ହିଁ ମୁହଁରେ ହସ ଫୁଟିଉଠେ । ଟିଭି ପରଦାରେ ଦର୍ଶକଙ୍କୁ ହସାଇ ହସାଇ ବେଦମ କରିଦେଉଥିବା ଭାରତୀ ଏବେ ନିଶାଲୋକର ନାୟିକା ପାଲଟି ଯାଇଛନ୍ତି । ପ୍ରଥମେ ଭାରତୀ ଗିରଫଦାର । ପରେ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆ ମଧ୍ୟ ଗିରଫ ହୋଇଛନ୍ତି । ନାର୍କୋଟିକ୍ସ…

ଏଣିକି ଅସ୍ତ୍ରୋପଚାର କରିବେ ଆୟୁର୍ବେଦିକ ଡାକ୍ତର । ଅସ୍ତ୍ରୋପଚାର ପାଇଁ ସ୍ନାତକୋତର ଆୟୁର୍ବେଦିକ ଛାତ୍ରଙ୍କୁ ଦିଆଯିବ…

କନକ ବ୍ୟୁରୋ : ଏଣିକି ଆୟୁର୍ବେଦିକ ଡାକ୍ତର କରିପାରିବେ ଅସ୍ତ୍ରୋପଚାର । ଆଖି, କାନ, ନାକ ପେଟ ଭଳି ଜଟିଳ ରୋଗ ପାଇଁ ଆବଶ୍ୟକ ହେଉଥିବା ଅସ୍ତ୍ରୋପଚାର ବି କରିପାରିବେ ଆୟୁର୍ବେଦିକ ଡାକ୍ତର । ଏନେଇ ଅନୁମତି ଦିଆଯିବା ସହ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଆୟୁର୍ବେଦିକ ଡାକ୍ତରୀ…

କଟକ ଲୁଟ୍ ମାମଲାରେ ନୂଆ ମୋଡ । ସାମ୍ନାକୁ ଆସିଲା ଡକାୟତଙ୍କ ସିସିଟିଭି ଚିତ୍ର, ୨୦ କୋଟି ଟଙ୍କାର ଲୁଟ ନେଇ…

କନକ ବ୍ୟୁରୋ : କଟକରେ ପ୍ରାୟ ୨୦ କୋଟି ଟଙ୍କାର ସୁନା ଗହଣା ଲୁଟ୍ ମାମଲା ଏକ ନୂଆ ମୋଡ ନେଇଛି । ଲୁଟ ଘଟଣାର କିଛି ସିସିଟିଭି ଚିତ୍ର ସାମ୍ନାକୁ ଆସିଛି । ଏହି ଚିତ୍ରରେ ୪ ଜଣ ଲୁଟେରା ଲୁଟ୍ କରି ଫେରିବା ସମୟର ଫଟୋ କଏଦ କରିଛି ସିସିଟିଭି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ସେମାନଙ୍କ ହାତରେ…

ହାଜତରେ ପୁଅର ହେଲା ମୃତ୍ୟୁ, ମାଆଙ୍କର ମିଳୁନି ପତ୍ତା । ମାଆ କେଉଁଠି ବୋଲି ପ୍ରଶ୍ନ କଲେ ପୁରୀ ବିଧାୟକ । ସେପଟେ…

କନକ ବ୍ୟୁରୋ : ହାଜତ ଭିତରେ କେ. ରମେଶଙ୍କ ମୃତ୍ୟୁକୁ ନେଇ ତମ୍ବିତୋଫାନ ଚାଲିଥିବା ବେଳେ ତାଙ୍କ ବାପା-ମାଆ କେଉଁଠି ଅଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ପୁରୀ ବିଧାୟକ । ୧୮ ତାରିଖରୁ ମୃତକଙ୍କ ବାପା-ମାଆ ଓ ଦାଦାଙ୍କୁ ପୋଲିସ ଉଠାଇ ନେଇଥିଲା । ଦାଦା ଘରକୁ ଫେରି ଆସିଥିବା ବେଳେ ମୃତକଙ୍କ…