Daily Archives

September 25, 2020

କୋଭିଡ ହସ୍ପିଟାଲରେ ରୋଗୀ, ବାହାରେ ଦୟନୀୟ ଅବସ୍ଥାରେ ସଂପର୍କୀୟ । ସମ୍ବଲପୁରରୁ ଆସିଲା ଯନ୍ତ୍ରଣାର ସାଂଘାତିକ ଦୃଶ୍ୟ ।…

କନକ ବ୍ୟୁରୋ: କିଏ ଦୋକାନ ଅଗଣାରେ ବସିଛି, ତ’ ଆଉ କିଏ ରାସ୍ତାରେ ପଡ଼ି ରହିଛି । ଯାହାର ଯେଉଁଠି ସୁବିଧା ହେଲା, ମସିଣାଟିଏ ଲେଖାଏଁ ପକାଇ ପଡ଼ି ରହିଛନ୍ତି । ଏମାନଙ୍କ ପାଖରେ ବିକଳ୍ପ ବା କ’ଣ ଅଛି । କରୋନାର ଭିନ୍ନ ଏକ କରୁଣ କାହାଣୀ ଆସିଛି ସମ୍ବଲପୁରରୁ । ଖରା ହେଉ କି ବର୍ଷା ହେଉ ଏହି ଭଳି…

କୃଷି ବିଲ ବିରୋଧରେ ସାରା ଓଡିଶାରେ ଆନ୍ଦୋଳନ । ରାସ୍ତାକୁ ଓହ୍ଲାଇଲେ ଚାଷୀ, ଚୁକ୍ତିଭିତିକ ଚାଷ ଓ ଏମଏସପି ପ୍ରସଙ୍ଗରେ…

କନକ ବ୍ୟୁରୋ: କେନ୍ଦ୍ର ସରକାର ସଂସଦରେ ପାରିତ କରିଥିବା କୃଷକ ବିଲ ବିରୋଧରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦେଖିବାକୁ ମିଳିଛି ବିରୋଧ ପ୍ରତିବାଦ । ଭୁବନେଶ୍ୱରରେ ବାମ ଦଳ ଓ ବାମ ଦଳର ଚାଷୀ ସଂଗଠନ କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରଦର୍ଶନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ କୁଶପୁତଳିକା…

ବଲିଉଡରେ ଡ୍ରଗ୍ସ କାରବାର ନେଇ ନିଶା ଛଡାଉଛି ଏନସିବି । ଅଭିନେତ୍ରୀ ରକୁଲପ୍ରିତ ସିଂ ଓ କରିଶ୍ମା ପ୍ରକାଶ ଜେରା ।…

କନକ ବ୍ୟୁରୋ: ବଲିଉଡ୍ ଡ୍ରଗ୍ସ କନେକ୍ସନ୍ ମାମଲାରେ ବଲିଉଡ୍ ଅଭିନେତ୍ରୀ ରକୁଲ ପ୍ରୀତ ସିଂଙ୍କୁ ଦୀର୍ଘ ୪ ଘଂଟା ଧରି ଜେରା କରିଛି ଏନ୍ସିବି । ରିୟା ଚକ୍ରବର୍ତିଙ୍କୁ ଜେରା ବେଳେ ଡ୍ରଗ୍ସ କନେକ୍ସନରେ ସାମ୍ନାକୁ ଆସିଥିଲା ରକୁଲ ପ୍ରୀତ୍ ସିଂଙ୍କ ନାଁ । ଏହାପରେ ତାଙ୍କୁ ସମନ କରିଥିଲା…

ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ଜାଗା ଛାଡି ହଟହଟା ବିସ୍ଥାପିତ । ଅଭିଯୋଗ କଲେ, ସରକାର ଦେଇଥିବା ଜାଗା ବି ବିବାଦୀୟ ।…

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକୁ ମାନି  ଜଗନ୍ନାଥଙ୍କ ପାଇଁ ଜମି ଛାଡିଲେ । ବଦଳରେ ସରକାର ବି ଜମି ଦେଲେ । କିନ୍ତୁ ଜମି ବିବାଦୀୟ । ଘର ତିଆରି କରିବା ବେଳେ କିଛି ବ୍ୟକ୍ତି ଏହାକୁ ବିରୋଧ କରୁଛନ୍ତି । ଫଳରେ ଦ୍ୱନ୍ଦ୍ୱରେ ଏବେ ପୁରୀର ଐତିହ୍ୟ କରିଡର ପାଇଁ ଜମି ଛାଡିଥିବା…

ସଂସଦ ଢାଂଚାରେ ବସିବ ଓଡିଶା ବିଧାନସଭା । ଦର୍ଶକ ଗ୍ୟାଲେରୀରେ ବସିବେ ବିଧାୟକ, ଭିଡିଓ କନଫରେନ୍ସିରେ ମଧ୍ୟ ଗୃହ…

କନକ ବ୍ୟୁରୋ: ଯେମିତି ସ୍ଥିତି ସେମିତି ବ୍ୟବସ୍ଥା । ପରିସ୍ଥିତି ସହ ଖାପଖୁଆଇଲା ଭଳି, କରୋନା କାଳରେ ଭିନ୍ନ ଢ଼ଙ୍ଗରେ ବସିବାକୁ ଯାଉଛି ବିଧାନସଭା ଅଧିବେଶନ । ମହାମାରୀ ସମୟରେ କେମିତି ଚାଲିବ ଗୃହକାର୍ଯ୍ୟ, କ’ଣ ରହିବ ରୁପରେଖ ଏହାକୁ ନେଇ ଅନେକ ଦ୍ୱନ୍ଦ ଲାଗି ରହିଥିଲା । କିନ୍ତୁ ସର୍ବଦଳୀୟ…

ଭାରତ ସରକାରଙ୍କ ବିପକ୍ଷରେ କେସ୍ ଜିତିଲା ଭୋଡାଫୋନ । କେନ୍ଦ୍ର ସରକାରଙ୍କୁ ଦେବାର ଥିଲା ୨୦ ହଜାର କୋଟି ଟଙ୍କାର…

କନକ ବ୍ୟୁରୋ: ସରକାରଙ୍କୁ ମାତ୍ ଦେଲା ଭୋଡାଫୋନ । ୨୦ ହଜାର କୋଟି ଟଙ୍କା ଟିକସ ହେରଫେର ନେଇ ସରକାର ଭୋଡାଫୋନ ଉପରେ ଚଳାଇଥିବା ମାମଲାରେ ଭୋଡାଫୋନ ବାଜିମାତ କରିଛି । ସେ ଏହି ମାମଲାରେ ସରକାରଙ୍କୁ ହରାଇ ଜିତାପଟ୍ ହାସଲ କରିଛି । ସରକାରଙ୍କୁ ହତାଶ କରି ଆର୍ନ୍ତଜାତୀୟ ମଧ୍ୟସ୍ଥତାରେ ଏହି…