Daily Archives

June 27, 2020

ପୁଣି ମରିଗଲା ମାନବିକତା । ଆନ୍ଧ୍ରରୁ ଆସିଲା ଅମାନବୀୟ ଘଟଣା, ଜେସିବିରେ ବୁହା ହେଲା କରୋନାରେ ମୃତ ବ୍ୟକ୍ତିଙ୍କ ଶବ ।

କନକ ବ୍ୟୁରୋ : କରୋନା ମାରିଦେଲା ମଣିଷପଣିଆ । ଜେସିବିରେ ବୁହା ହେଲା କରୋନାରେ ମୃତ ବ୍ୟକ୍ତିଙ୍କ ଶବ । ଏହା ଏପରି ଏକ କାହାଣୀ ଯାହା ମଣିଷସମାଜର ମାନବିକତା ଉପରେ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସାରା ବିଶ୍ୱରେ କରୋନା କାୟା ମେଲାଇ ଚାଲିଥିବା ବେଳେ ଆନ୍ଧ୍ରପ୍ରଦେଶରୁ ଆସିଛି…

ବାହୁଡ଼ା ପୂର୍ବରୁ ବଡ଼ ଘୋଷଣା । ଜୁନ୍ ୩୦ ରାତିରୁ ପୁରୀରେ କର୍ଫ୍ୟୁ, ଜୁଲାଇ ୨ ତାରିଖ ରାତି ୧୦ଟା ଯାଏଁ ସାରା ଜିଲ୍ଲାରେ…

କନକ ବ୍ୟୁରୋ : ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ବାହୁଡ଼ା ଯାତ୍ରା ପାଇଁ ଆସନ୍ତା ୩୦ ତାରିଖ ରାତି ଠାରୁ ସମଗ୍ର ଜିଲ୍ଲାରେ କର୍ଫ୍ୟୁ ଲାଗୁ ହେବ । ଜିଲ୍ଲାପାଳ ବଲଓ୍ଵନ୍ତ ସିଂହ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଜିଲ୍ଲାପାଳ କହିଛନ୍ତି ଜୁନ ୩୦ ତାରିଖ ରାତି ୧୦ଟାରୁ ଜୁଲାଇ ୨ ତାରିଖ ରାତି…

ହୁ ହୁ ହୋଇ ବଢୁଛି ତେଲ ଦର । ୮୦ ଟଙ୍କା ଉପରେ ପେଟ୍ରୋଲ, ୭୮ ଟଙ୍କା ଟପିଲା ଡିଜେଲ । ଗତ ୨୦ ଦିନ ଭିତରେ ଲିଟର ପିଛା…

କନକ ବ୍ୟୁରୋ : ତେଲ ଦର ଉପରେ ଆଉ ଲଗାମ ନାହିଁ । ରାତି ପାହିଲେ ମୂଲ୍ୟ ବଢୁଛି । ଗତ ୨୦ ଦିନ ଭିତରେ ପେଟ୍ରୋଲ ଲିଟର ପିଛା ପାଖାପାଖି ୧୦ ଟଙ୍କା ଏବଂ ଡିଜେଲ ଦର ୧୧ଟଙ୍କା ବୃଦ୍ଧି ପାଇଲାଣି । ପେଟ୍ରୋଲରେ ଲାଗିଛି ନିଆଁ । ଦର ବଢି ବଢି ଚାଲିଛି । ଜୁନ ୭ତାରିଖରୁ ୨୭ ତାରିଖ ଅର୍ଥାତ ୨୦ ଦିନ…

ଭୁବନେଶ୍ୱରକୁ ଫେରିଲା କରୋନା । ଚିହ୍ନଟ ହେଲେ ୯ ପଜିଟିଭ୍ । ସେପଟେ କଠୋର ହେଲା ପ୍ରଶାସନ, ଶ୍ରୀବିହାରରେ ଆପାର୍ଟମେଣ୍ଟ…

କନକ ବ୍ୟୁରୋ : ଭୁବନେଶ୍ୱରକୁ ଫେରିଲା କରୋନା । ଚିହ୍ନଟ ହେଲେ ୯ ପଜିଟିଭ୍ । ଭୁବନେଶ୍ୱରରୁ ପୁଣି ୯ କରୋନା ଆକ୍ରାନ୍ତ ଚିହ୍ନଟ । ଏମାନଙ୍କ ମଧ୍ୟରୁ ଜଣେ କ୍ୱାରେଣ୍ଟିନରେ ଥିବା ଜଣାପଡିଛି । ଅନ୍ୟ ୮ ଜଣ ସ୍ଥାନୀୟ ଅଂଚଳର । ଅନ୍ୟପଟେ ପୁଣିଥରେ ବସ୍ତିକୁ ବ୍ୟାପିଲା କରୋନା । • ଶିରିପୁର ସ୍ଥିତ…

ବଢିବ ଭାରତୀୟ ସେନାର ଶକ୍ତି । ଶକ୍ତିଶାଳୀ ଏସ-୪୦୦ ମିଜାଇଲ୍ ସିଷ୍ଟମର ଆଗୁଆ ଯୋଗାଣ ପାଇଁ ରାଜି ହେଲା ଋଷିଆ ।

କନକ ବ୍ୟୁରୋ : ଚୀନ ସହ ତିକ୍ତତା ବଢୁଥିବାରୁ ଭାରତ ପାଇଁ ଏବେ ଉଭୟ ଉତ୍ତର ଓ ପଶ୍ଚିମ ପଟୁ ବିପଦର ଆଶଙ୍କା ବଢିଯାଇଛି । ଏହାକୁ ଦୃଷ୍ଟିରେ ରଖି ଭାରତ ନିଜର ଏୟାର ଡିଫେନ୍ସ ସିଷ୍ଟମ ବା ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାକୁ ଉଦ୍ୟମ ଆରମ୍ଭ କରିଦେଇଛି । ଦୁଇବର୍ଷ ପୂର୍ବେ ଅର୍ଡର…

ଓଡ଼ିଶା ପାଇଁ ଭଲ ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୧୮୪ କରୋନା ଆକ୍ରାନ୍ତ । ୪,୬୦୬ରେ ପହଞ୍ଚିଲା ସୁସ୍ଥ ବ୍ୟକ୍ତିଙ୍କ…

କନକ ବ୍ୟୁରୋ : ରାଜ୍ୟରେ ଆଜି ୧୮୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ ୪୮ଜଣ ସୁସ୍ଥ ହୋଇଥିବା ବେଳେ, ଖୋର୍ଦ୍ଧାରୁ ୪୫ଜଣ, ବାଲେଶ୍ୱରରୁ ୩୧ଜଣ, ଗଜପତିରୁ ୧୨, ଭଦ୍ରକରୁ ୧୦, ଜଗତସିଂହପୁର ଓ ଝାରସୁଗୁଡାରୁ ୬ଜଣ ଲେଖାଏଁ, ପୁରୀ ଓ କେନ୍ଦ୍ରାପଡାରୁ ୫ଜଣ ଆକ୍ରାନ୍ତ ସୁସ୍ଥ…