ସାଧାରଣ ବଜେଟରେ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ : ୨୦୨୫ ସୁଦ୍ଧା ଟିବିମୁକ୍ତ ହେବ ଭାରତ, ଜନ ଔଷଧୀ କେନ୍ଦ୍ରରେ ଉପଲବ୍ଧ ହେବ ଔଷଧ

159

କନକ ବ୍ୟୁରୋ ବଜେଟରେ ଦେଶବାସୀଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ । ଫିଟ୍ ଇଣ୍ଡିଆ ମୁଭମେଣ୍ଟକୁ ପ୍ରୋତ୍ସାହନା ଦେବା ପାଇଁ ସରକାର ବଜେଟରେ ବଡ଼ ଘୋଷଣା କରିଛନ୍ତି । ୨୦୨୫ ସୁଦ୍ଧା ଦେଶରୁ ମୂଳପୋଛ ହେବ ଟିବି ରୋଗ । ଦେଶକୁ ଟିବିମୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରୟାସ । ଟିବି ହାରେଗା , ଦେଶ ଜିତେଗା କ୍ୟାମ୍ପେନ ଆରମ୍ଭ ହୋଇଛି ।ଆୟୁଷ୍ମାନ ଭାରତ ଯୋଜନାରେ ୨୦ ହଜାର ଡାକ୍ତରଖାନା ଯୋଡି ହୋଇଛି । ଅଗାମୀ ଦିନରେ ଅଧିକ ଡାକ୍ତରଖାନା ଯୋଡ଼ିହେବ । ଫଳରେ ଛୋଟ ଛୋଟ ସହରର ଲୋକେ ମଧ୍ୟ ଉପକୃତ ହୋଇପାରିବେ । ୫ଟି ନୂଆ ପ୍ରକିୟାରେ ଟୀକାକରଣ କରାଯିବ ।

ଶସ୍ତାରେ ଔଷଧ ଯୋଗାଇବାକୁ ଜିଲ୍ଳାରେ ସବୁ ଡାକ୍ତରଖାନାରେ ଖୋଲିବ ଜନ ଔଷଧୀ କେନ୍ଦ୍ର । ପିପିପି ମୋଡରେ ହେବ ମେଡିକାଲ କଲେଜ । ପୃଷ୍ଟିକର ଖାଦ୍ୟ ଯୋଜନାକୁ ୩୫ ହଜାର ୬୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ଅଙ୍ଗନୱାଡି ଯୋଜନାରେ ୧୦ କୋଟି ଲୋକ ଉପକୃତ ହୋଇଛନ୍ତି । ଜିଲ୍ଲା ଡାକ୍ତରଖାନାରେ ମେଡିକାଲ କଲେଜ ପାଇଁ ପ୍ରସ୍ତାବ ରଖାଯାଇଛି ।  କେନ୍ଦ୍ର ସରକାଙ୍କ ଇନ୍ଦ୍ରଧନୁଷ ମିଶନକୁ ବିସ୍ତାର କରାଯିବ । ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ୧୧୨ ଟି ଜିଲ୍ଳାକୁ ଯୋଡି ହୋଇଛି ।

ସବୁ ଘରକୁ ବିଶୁଦ୍ଧ ଜଳ ପହଚାଞ୍ଚାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର । ଏଥିପାଇଁ ୩.୬ ଲକ୍ଷ କୋଟି ଟଙ୍କା ଅନୁମୋଦନ ହୋଇଛି । ସ୍ୱଚ୍ଚ ଭାରତ ପାଇଁ ୧୨ ହଜାର ୩୦୦ କୋଟି ଟଙ୍କାର ବଜେଟ ଉପସ୍ଥାପନ ହୋଇଛି ।