Daily Archives

July 4, 2018

ଶୁଣିଲେନି ମୋଦି : ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ଶେଷରେ ଅନଶନ ଭାଙ୍ଗିଲେ ମୁକ୍ତିକାନ୍ତ

କନକ ବ୍ୟୁରୋ : ରାଉରକେଲାର ସ୍ୱାର୍ଥ ପାଇଁ ଦିଲ୍ଲୀରେ ଲଢେଇ କରୁଥିବା ମୁକ୍ତିକାନ୍ତ ବିଶ୍ୱାଳ ଶେଷରେ ନିଜ ଅନଶନ ଭାଙ୍ଗିଛନ୍ତି । ଆଧ୍ୟାତ୍ମକ ଗୁରୁ ବାବା ବଳିଆ ମୁକ୍ତିକାନ୍ତଙ୍କୁ ରସଗୋଲା ଖୁଆଇ ଅନଶନ ଭଙ୍ଗ କରାଇଥିଲେ । ରବିବାରଠାରୁ ମୁକ୍ତିକାନ୍ତ ଦିଲ୍ଲୀ ଯନ୍ତରମନ୍ତରରେ ଅନଶନରେ ବସିଥିଲେ ।…

ବେକାରୀ ଓ କୃଷି ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଇଲା ଯୁବ କଂଗ୍ରେସ ! ନବୀନ ନିବାସ ଘେରାଉ ପାଇଁ ଗଲାବେଳେ ପୋଲିସ ସହ…

କନକ ବ୍ୟୁରୋ : ରାଜରାସ୍ତାରେ ଯୁବ କଂଗ୍ରେସର ଗର୍ଜନ । ବେକାରୀ ଓ ଚାଷୀ ସମସ୍ୟା ନେଇ ଭୁବନେଶ୍ୱରରେ ଯୁବ କଂଗ୍ରେସ କରିଛି ବିଶାଳ ସମାବେଶ । ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରାଯାଇଛି । ସମାବେଶରେ ବରିଷ୍ଠ ନେତାଙ୍କ ସହ ଜାତୀୟ ଯୁବ କଂଗ୍ରେସର ସଭାପତି, ଉପସଭାପତିଙ୍କ…

ବରିଷ୍ଠ ଆଇଏଏସ ବିନୋଦ କୁମାରଙ୍କ ଘରେ ଭିଜିଲାନ୍ସ ଚଢାଉ : ଜାରି ହୋଇଛି ଜାମିନ ବିହୀନ ଗିରଫ ପରୱାନା, ଗତକାଲି…

କନକ ବ୍ୟୁରୋ : ବରିଷ୍ଠ ଆଇଏଏସ ଅଧିକାରୀ ବିନୋଦ କୁମାରଙ୍କ ବାସଭବନରେ ଚଢାଉ କରିଛି ଭିଜିଲାନ୍ସ । ଓଆରଏଚଡିସି ଦୁର୍ନୀତି ମାମଲାରେ ଗତକାଲି ବିନୋଦ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଭିଜିଲାନ୍ସ କୋର୍ଟ । ତେବେ ଶୁଣାଣୀ ବେଳେ ଉପସ୍ଥିତ ନଥିବାରୁ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ…

ଦିଲ୍ଲୀ ଦଙ୍ଗଲରେ କେଜ୍ରିୱାଲଙ୍କ ବଡ ବିଜୟ : ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ନିର୍ବାଚିତ ସରକାର ହିଁ…

କନକ ବ୍ୟୁରୋ : ଦିଲ୍ଲୀରେ ଶାସନ ଓ କ୍ଷମତାର ଲଢେଇ ଭିତରେ ଆଜି ସୁପ୍ରିମକୋର୍ଟ ଏକ ବଡ ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ନିର୍ବାଚିତ ସରକାର ଦିଲ୍ଲୀ ଚଳାଇବେ । କେନ୍ଦ୍ରଶାସିତ ଅଂଚଳଠାରୁ ଦିଲ୍ଲୀ ସ୍ୱତନ୍ତ୍ର ହୋଇଥିବାରୁ ଉପରାଜ୍ୟପାଳ ଦିଲ୍ଲୀ ସରକାରଙ୍କ ସହ ମିଶି କାମ କରିବା…

ନିର୍ବାଚନୀ ବର୍ଷରେ ବଢିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ : କ୍ୱିଂଟାଲ ପିଛା ଏମଏସପି ୨ଶହ ଟଙ୍କା ବୃଦ୍ଧି କଲା…

କନକ ବ୍ୟୁରୋ : ଚାଷୀଙ୍କ ଆୟ ଦୁଇ ଗୁଣା ଓ ଉତ୍ପାଦନ ଖର୍ଚ୍ଚର ଦେଢ ଗୁଣା ଲାଭ ନେଇ ଘୋଷଣା କରିଥିବା ମୋଦି ସରକାର, ଆଜି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । କ୍ୱିଂଟାଲ ପିଛା ଧାନର ଏମଏସପି ୧୫ଶହ ୫୦ ଟଙ୍କାରୁ ବଢାଇ ୧୭ଶହ ୫୦ ଟଙ୍କା କରିଛନ୍ତି । ୨୦୧୪ରେ କ୍ଷମତାକୁ ଆସିବା…

ଶବକୁ ମିଳିଲାନି ମଶାଣି ! ଦୁଇ ଗାଁ ମଧ୍ୟରେ ଖଣ୍ଡଯୁଦ୍ଧ, ବିବାଦ ଭିତରେ ଫଶିଗଲା ବୃଦ୍ଧାଙ୍କ ମୃତଦେହ । 

କନକ ବ୍ୟୁରୋ : ମଶାଣୀ ପାଇଁ ମୁହାଁମୁହିଁ । ଅସ୍ତରଙ୍ଗ ବ୍ଲକ ଛେଳିଗୁହାଳି ଓ କଟେଇ ମୁଣ୍ଡୁଳି ଗାଁ ମଧ୍ୟରେ ଥିବା ବିବାଦ ଯୋଗୁଁ ଦୀର୍ଘ ୧୮ ଘଣ୍ଟା ଧରି ରାସ୍ତାରେ ପଡି ରହିଥିଲା ଜଣେ ବୃଦ୍ଧାଙ୍କ ଶବ । ପ୍ରଶାସନର ହସ୍ତକ୍ଷେପ ପରେ ଜୁଇ ଜଳିଛି ସତ, କିନ୍ତୁ ଗାଁ ଭିତରେ ସୃଷ୍ଟି ହୋଇଛି ଉତ୍ତେଜନା…