ସର୍ଜିକାଲ ଷ୍ଟ୍ରାଇକ ନେଇ ମୁହଁ ଖୋଲିଲେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନହୋର ପାରିକର : କହିଲେ ପ୍ରମାଣ ପାଇଁ କ’ଣ ରାହୁଲ ଗାନ୍ଧିଙ୍କୁ ସେହି ସ୍ଥାନକୁ ସାଥିରେ ନେଇଥାଆନ୍ତୁ?

45

କନକ ବ୍ୟୁରୋ : ୨୦୧୬ ମସିହା ଅକ୍ଟୋବୋର ୨୯ ତାରିଖରେ ଯବାନ ମାନେ ପାକିସ୍ଥାନର ସୀମା ମଧ୍ୟକୁ ପ୍ରବେଶ କରି ଭାରତୀୟ ଯବାନ ମାନଙ୍କ ଉପରେ ବାରମ୍ବାର ଆକ୍ରମଣ କରୁଥିବାରୁ ସେମାନଙ୍କୁ ଉଚିତ୍ ଜବାବ ଦେବାପାଇଁ ସର୍ଜିକାଲ ଷ୍ଟ୍ରାଇକ କରିଥିଲେ । ତେବେ ଏହି ଘଟଣା ଜଣାପଡିବା ପରେ ଦେଶର ସମସ୍ତ ଜନତା ସେନାକୁ ଶୁଭେଚ୍ଛା ଦେଇଥିଲେ । କିନ୍ତୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏହାର ପ୍ରମାଣ ମାଗିଥିଲେ । ତେବେ ରାହୁଲଙ୍କ ଉଦ୍ଦେଶ୍ୟରେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ତଥା ଗୋଆର ମୁଖ୍ୟମନ୍ତ୍ରୀ ମନହୋର ପାରିକର କହିଛନ୍ତି ଯେ, ସେନା ଯେତେବେଳେ ପାକିସ୍ଥାନ ମଧ୍ୟକୁ ପ୍ରବେଶ କରି ଆତଙ୍କବାଦୀଙ୍କୁ ଉଚିତ ଜବାବ ଦେଉଥିଲା ସେହି ସମୟରେ କଂଗ୍ରେସର ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ସାଥିରେ ନେଇ ଯବାନ ମାନେ ନେଇଯାଇଥିଲେ ତାଙ୍କର ବିଶ୍ୱାସ ହେବାସହ ପ୍ରମାଣ ମଧ୍ୟ ମିଳିଯାଇଥାଆନ୍ତା ବୋଲି ପାରିକର କହିଛନ୍ତି ।

ତେବେ ଲୋକସଭା ନିର୍ବାଚନ ଲାଗି ଦଳର କାର୍ୟ୍ୟକର୍ତ୍ତାଙ୍କୁ ସମ୍ବୋଧନ କଲାବେଳେ ଗୋଆର ମୁଖ୍ୟମନ୍ତ୍ରୀ ପାରିକର କହିଛନ୍ତି ସେତେବେଳେ ସେନା ଯାହା ଦେଶପାଇଁ କରିଥିଲେ ତାହାକୁ ପ୍ରଶଂଶା କରିବାର ଆବଶ୍ୟକତା ରହିଛି । ତେବେ ବିରୋଧୀମାନେ ତାହାକୁ ରାଜନୈତିକ ମୋଡ ଦେବାକୁ ଚେଷ୍ଟା କରୁଛନ୍ତି । ଏହାସହ ବିରୋଧୀମାନେ କହୁଛନ୍ତି ଏପରି କିଛି ବି ହୋଇନାହିଁ । ତେବେ ବିରୋଧୀ କାହିଁକି ଏହାକୁ ବିଶ୍ୱାସ କରୁନାହାନ୍ତି ତାହା ମତେ ଜଣାନାହିଁ । ବୋଧୁଏ ରାହୁଲଙ୍କୁ ଯବାନମାନେ ସେନା ସାଙ୍ଗରେ ନେଇ ଯାଇଥିଲେ ତାଙ୍କର ବିଶ୍ୱାସ ହୋଇଥାଆନ୍ତା ବୋଲି ପାରିକର କହିଛନ୍ତି । ତେବେ ଏହି ସର୍ଜିକାଲ ଷ୍ଟ୍ରାଇକ କିପରି ଭାବରେ ଗୁପ୍ତ ରହିବ ତାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଥିଲା ବୋଲି ପାରିକର କହିଛନ୍ତି । କେବଳ ଏହି ଘଟଣା ସମ୍ପର୍କରେ ଆମେ ୪ ଜଣ ଜାଣିଥିଲୁ । ପ୍ରଧାନମନ୍ତ୍ରୀ, ସେନା ପ୍ରମୁଖ, ସେନା ସଞ୍ଚାଳନ ମହାନିର୍ଦ୍ଦେଶକ ଏବଂ ମୁଁ । ଏହି ସମୟରେ ଆମେ ମାନେ ଦିଲ୍ଲୀରେ ଉପସ୍ଥିତ ଥିଲୁ ଏବଂ ଯବାନମାନେ ଶ୍ରୀନଗର ରେ ଥିଲେ ।

ତେବେ ବିରୋଧୀମାନଙ୍କ ନକାରାତ୍ମକ ଚିନ୍ତାଧାରା ଦେଶପାଇଁ ଆଦୈା ଭଲ କଥା ନୁହେଁ । କିନ୍ତୁ ଦେଶର ସାଧାରଣ ଜନତାମାନେ ଏହାକୁ ସ୍ୱାଗତ କରିଥିଲେ । ସୋସିଆଲ ମିଡିଆରେ ମଧ୍ୟ ଏନେଇ ଅନେକ ତଥ୍ୟ ଦେଖାଯାଉଛି । ତେବେ ବହୁତ କଥା ମିଛ ମଧ୍ୟ ହୋଇଥିବା ଦେଖାଯାଉଛି ଯାହାକି ସୋସିଆଲ ମିଡିଆରେ ଘୁରି ବୁଲୁିଛି । ଆମେ ମାନେ ସମସ୍ତେ ଦେଖୁଛନ୍ତି ସାରା ଦେଶରେ ଗୁଜବ ଖବରକୁ ନେଇ କିପରି ଭାବରେ ଗଣ୍ଡଗୋଳ ହେଉଛି । ତେଣୁ ଏପରି ଘଟଣାରୁ ଦୂରେଇ ରହିବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି ପାରିକର । ଭାରତର ସେନା ଉପରେ ଆକ୍ରମଣ କରିବା କଥା ଚିନ୍ତା କଲେ ସମସ୍ତଙ୍କୁ ଉଚିତ ଯବାବ ଦିଆଯିବ ବୋଲି ପାରିକର କହିଛନ୍ତି ।