ସପ୍ତାହରେ ମାତ୍ର ୪ ଦିନ କାମ କଲେ ମିଳିବ କୋଟିଏରୁ ଅଧିକ ବେତନ, ହେଲେ ଏହାପରେ ବି ଏହି କମ୍ପାନୀକୁ ମିଳୁନାହାନ୍ତି ଲୋକ

ସପ୍ତାହରେ ମାତ୍ର ୪ ଦିନ କାମ କଲେ ମିଳିବ କୋଟିଏରୁ ଅଧିକ ଟଙ୍କା ବେତନ

826

କନକ ବ୍ୟୁରୋ : ସପ୍ତାହରେ ମାତ୍ର ୪ ଦିନ କାମ କଲେ ମିଳିବ କୋଟିଏରୁ ଅଧିକ ଟଙ୍କା ବେତନ । ମିଳିଥିବା ସୂଚନା ଅନୁସାରେ, ଏକ କମ୍ପାନୀ ଏପରି ନିଯୁକ୍ତି ପାଇଁ ଇଚ୍ଛୁକ ରହିଛି । ପାଖାପାଖି ୯୫ ହଜାର ଡଲାର ଦରମା ଦେବା ପାଇଁ କମ୍ପାନୀ ମଧ୍ୟ ପ୍ରସ୍ତୁତ ଥିବା ଜଣାପଡିଛି । କମ୍ପାନୀରେ କାମ କରୁଥିବା ବେଳେ ଯଦି ଆପଣଙ୍କ ଅଭିଜ୍ଞତା ବଢିବ ତେବେ ସେହି ଅନୁସାରେ ବେତନ ବଢି ୧କୋଟି ୪୨ ଲକ୍ଷ ଟଙ୍କା ହୋଇଯାଇପାରେ । ହେଲେ ତଥାପି ଏହି କମ୍ପାନୀକୁ ସଠିକ ପିଲା ମିଳୁନାହାନ୍ତି କାମ କରିବା ପାଇଁ ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଏହି ଚାକୁରୀ କରିବା ପାଇଁ କମ୍ପାନୀ ପକ୍ଷରୁ କୌଣସି ଅଧିକ ଡିଗ୍ରୀ ପଢିଥିବା ପିଲା ମଧ୍ୟ ଦରକାର ନଥିବା ମଧ୍ୟ ଜଣାପଡିଛି । ବୟସ ୨୦ ହୋଇଥିବା ଦରକାର ଏବଂ ସେ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ପାଠ ପଢିଥିବା ଦରକାର । ମିଳିଥିବା ସୂଚନା ଅନୁସାରେ ନ୍ୟୁଜିଲାଣ୍ଡର ଏକ ବିମାନବନ୍ଦର କମ୍ପାନୀର ଟ୍ରାଫିକ କଣ୍ଟ୍ରୋାଲର ଏପରି ନିଯୁକ୍ତି ବାହାରିଛି । ସେଠାକାର ବିମାନବନ୍ଦରର ଜଣେ ବରିଷ୍ଠ ଅଧିକାରୀ ଦେଇଥିବା ସୂଚନା ଅନୁସାରେ ବର୍ତମାନ ସମୟରେ ଆମକୁ ପିଲା ଦରକାର ଅଛି ।

ତେଣୁ ଆମେ ଏପରି ପିଲାଙ୍କ ସହ କଥାବାର୍ତା କରିବା ପାଇଁ ଇଚ୍ଛା ରଖିବୁ ଯେ, ଏପରି କାମକୁ ପସନ୍ଦ କରିବ ଅଥବା ଚାକିରୀ ପାଇଁ ଇଚ୍ଛା ରଖିବ । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଚାକିରୀ ପାଇଁ ଅନେକ ପିଲା ଆବେଦନ କରନ୍ତି ହେଲେ ବହୁତ କନ ପିଲା ଏହାକୁ ପାସ କରିପାରନ୍ତି । ଆବେଦନକାରୀଙ୍କୁ ୧ ବର୍ଷ ପର୍ଯ୍ୟନ୍ତ ମାଗଣାରେ ଟ୍ରେନିଂ ଦିଆଯିବାର ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ସୂଚନା ମିଳିଛି । ଏହି ଚାକିରୀ କରିବା ପାଇଁ ଅନେକ ପିଲାମାନେ ଆବେଦନ କରିବେ କାରଣ ଏହାପାଇଁ କୌଣସି ଡିଗ୍ରୀ ମଗାଯାଇନାହିଁ । କେବଳ ନ୍ୟୁଜିଲ୍ୟାଣ୍ଡରେ ନୁହେଁ ବରଂ ଅନେକ ଦେଶରେ ଏପରି ନିଯୁକ୍ତି ବାହାରୁଥିବା କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।