ନୂଆ ବର୍ଷରେ ବଡ ଯୋଜନା ! ଖବୁ ଶୀଘ୍ର ଦେଶର ୨ ହଜାର ରେଳ ଷ୍ଟେସନରେ ଉପଲବ୍ଧ ହେବା ମାଗଣା ୱାଇ-ଫାଇ ।

115

ଦେଶର ପ୍ରାୟ ୨ହଜାର ରେଳ ଷ୍ଟେସନରେ ଯାତ୍ରୀମାନଙ୍କୁ ମାଗଣା ଓ୍ଵାଇ-ଫାଇର ସୁବିଧା ଯୋଗାଇ ଦେବାକୁ ଯାଉଛି ଭାରତୀୟ ରେଳ ବିଭାଗ । ଏବେ ପର୍ଯ୍ୟନ୍ତ ୭୦୦ରୁ ଅଧିକ ରେଳ ଷ୍ଟେସନରେ ଯାତ୍ରୀମାନଙ୍କୁ ମାଗଣା ଓ୍ଵାଇ-ଫାଇ ମିଳୁଥିବା ବେଳେ ଏବେ ଏହାର ସଂଖ୍ୟା ବଢ଼ାଇବାର ଯୋଜନା କରୁଛି ଭାରତୀୟ ରେଳ ବିଭାଗ । ରେଳମନ୍ତ୍ରୀ ପୀୟୁଷ ଗୋୟଲ ରେଳ ଅଧିକାରୀମାନଙ୍କୁ ଯେତେ ଶୀଘ୍ର ସମ୍ଭବ ଏହି ସୁବିଧା ଯାତ୍ରୀମାନଙ୍କୁ ପ୍ରଦାନ କରାଯାଉ ବୋଲି କହିଥିବା ଜଣା ପଡ଼ିଛି । ଏପରି ହେବା ଦ୍ୱାରା ଯାତ୍ରୀମାନେ ଲାଭବାନ୍ ହେବେ । ସେ ନେଇ ଅଧିକରୁ ଅଧିକ ଷ୍ଟେସନରେ ମାଗଣା ଓ୍ଵାଇ-ଫାଇର ସୁବିଧା ତୁରନ୍ତ ଅଣାଯାଉ ବୋଲି ପୀୟୁଷ ଗୋୟଲ କହିଛନ୍ତି । ଯେଉଁ ଡ଼ିଭିଜନ ରେଲ ପ୍ରବନ୍ଧକ ଏହି କାମକୁ ଆଗ ସାରିବେ, ସେମାନଙ୍କୁ ପୁରସ୍କୃତ କରାଯିବ ବୋଲି ମଧ୍ୟ କହିଛନ୍ତି ରେଳମନ୍ତ୍ରୀ ।

ସୂଚନା ମୁତାବକ, ଏହି କିଛି ମାସ ମଧ୍ୟରେ ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳବାଇ ପକ୍ଷରୁ ଅନେକ ନିୟମରେ ପରିବର୍ତ୍ତନ ଅଣା ଯାଇଥିବା ବେଳେ ଯାତ୍ରୀମାନେ କିଭଳି ଭାବରେ ଚିନ୍ତାମୁକ୍ତ ଏବଂ ଆରାମରେ ଯାତ୍ରା କରିବେ ସେ ନେଇ ଧ୍ୟାନ ଦେବା ଆରମ୍ଭ କରିଛି ରେଳ ବିଭାଗ । ଖାଇବାର ମାନ ଠିକ୍ ରଖିବା ଠାରୁ ଆରମ୍ଭ କରି ଅନେକ ଜିନିଷ ଉପରେ କଡ଼ା ନଜର ରଖିବା ସହ ଅନେକ ପରିବର୍ତ୍ତନ ଆଣି ପାରିଛି ଭାରତୀୟ ରେଳବାଇ ।