ରାଜ୍ୟରେ ୧୩୦ ଜଣ ବ୍ଲାକ ଫଙ୍ଗସ୍ ରୋଗୀ ଚିହ୍ନଟ । ଏବେ ସୁଦ୍ଧା ୨୦ ଜୀବନ ନେଲାଣି ବ୍ଲାକ ଫଙ୍ଗସ୍ ।

195

କନକ ବ୍ୟୁରୋ: ରାଜ୍ୟରେ ୧୩୦ ଜଣ ବ୍ଲାକ ଫଙ୍ଗସ୍ ରୋଗୀ ଚିହ୍ନଟ । ରାଜ୍ୟରେ ୨୦ ଜଣଙ୍କର ଜୀବନ ନେଲାଣି ବ୍ଲାକ ଫଙ୍ଗସ୍ । ବର୍ତ୍ତମାନ ସୁଦ୍ଧା ବ୍ଲାକ ଫଙ୍ଗସରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୧୬ ଜଣ । ଏହାସହ ଏମ୍ସରେ ସର୍ବାଧିକ ବ୍ଲାକ ଫଙ୍ଗସ୍ ରୋଗୀ ଚିକିତ୍ସିତ ହେଉଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

କରୋନା ମହାମାରୀ ପରେ ଏବେ ଦେଶରେ ଚିନ୍ତା ବଢାଉଛି ବ୍ଲାକ ଫଙ୍ଗସ । ତେବେ ଏହି ରୋଗ ଏତେ ମାତ୍ରାରେ ସଂକ୍ରମଣ ହୋଇନାହିଁ । ତେବେ ଏହାକୁ ନେଇ ରାଜ୍ୟ ସରକାର ସତର୍କ ମଧ୍ୟ ରହିଛନ୍ତି । ସେପଟେ ରାଜ୍ୟରେ ୧୩୦ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଛନ୍ତି । ଆଉ ରୋଗରେ ୨୦ ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି ।