ଜଙ୍ଗଲକୁ ବଞ୍ଚାଉ ବଞ୍ଚାଉ ଚାଲିଗଲା ବାପାଙ୍କ ଜୀବନ : ମୃତ ବାପାଙ୍କୁ କିଛି ଏଭଳି ଢଙ୍ଗରେ ଶେଷ ବିଦାୟ ଦେଲା ୨୦ ମାସର ଝିଅ , କାନ୍ଦି ପକାଇଲେ ଉପସ୍ଥିତ ଲୋକ ।

584

ଗତବର୍ଷ ସେପ୍ଟେମ୍ବର ମାସରୁ ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁରେ ପାଖାପାଖି ୧୦୦ କୋଟି ଜୀବଜନ୍ତୁଙ୍କ ଜୀବନ ଯାଇଥିବା ବେଳେ ୨୪ ରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିଛି ।

ନିଆଁର ଆଁକୁ ଚାଲିଯାଇଛନ୍ତି ଅନେକ ଅଗ୍ନିଶମ ବିଭାଗ କର୍ମଚାରୀ । ଜଙ୍ଗଲକୁ ବଞ୍ଚାଉ ବଞ୍ଚାଉ ଜୀବନର ବାଜି ଲଗାଇ ଦେଇଛନ୍ତି ଏହି ରିୟଲ୍ ଲାଇଫ୍ ହିରୋମାନେ । ସୋସିଆଲ୍ ମିଡିଆରେ ବର୍ତ୍ତମାନ ଏଭଳି ଜଣେ ହିରୋଙ୍କ ଚର୍ଚ୍ଚା ଚାଲିଛି ଯେ ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ଭୟଙ୍କର ନିଆଁକୁ ଆୟତ୍ତ କରୁ କରୁ ନିଜେ ନିଆଁ ଆକ୍ରୋଶର ଶିକାର ହୋଇଥିଲେ ।

Andrew O’ Dwyer ଏବଂ ତାଙ୍କ ସହକର୍ମୀ ନିଆଁକୁ ଆୟତ୍ତ କରୁଥିବା ସମୟରେ ତାଙ୍କ ଟ୍ରକ୍ ଉପରେ ଏକ ବଡ ଗଛ ପଡିଯାଇଥିଲା । ଯେଉଁଥିରୁ ବାହାରିବା ଦୁହିଁଙ୍କ ପାଇଁ କଷ୍ଟକର ହୋଇପଡିଥିଲା । ଧୂଆଁ ଏବଂ ଶ୍ୱାସରୁଦ୍ଧ କାରଣରୁ ଦୁହିଁଙ୍କ ଜୀବନ ସେଠାରେ ଚାଲିଯାଇଥିଲା । ତେବେ Andrew ଙ୍କ ୨୦ ମାସର ଝିଅ ଏବଂ ତାଙ୍କ ପତ୍ନୀ ତାଙ୍କୁ ଶେଷ ଦର୍ଶନ କରିବା ପାଇଁ ଚର୍ଚ୍ଚରେ ଯେତେବେଳେ ପହଁଚିଥିଲେ । ଉପସ୍ଥିତ ସବୁ ଲୋକଙ୍କ ଆଖିରେ ଲୁହ ଆସିଯାଇଥିଲା ।

Andrew ଙ୍କ ୨୦ ମାସର ଝିଅ Charlotte O’Dwyer ପିତାଙ୍କ ହେଲମେଟ୍ ପିନ୍ଧି ତାଙ୍କୁ ଶେଷ ବିଦାୟ ଦେଲେ । Charlotte ଙ୍କୁ ପିତାଙ୍କ ମେଡାଲ୍ ମଧ୍ୟ ପିନ୍ଧାଇ ଦିଆଗଲା । ଏହି ସମୟରେ କୁନି ଝିଅଟିକୁ ପିତାଙ୍କ କଫିନ୍ ପାଖରେ ଦେଖିବାକୁ ମିଳିଥିଲା । ପିତାଙ୍କ କଫିନ୍ ଚାରିପଟେ ଖେଳୁଥିବା ଏହି କୁନି ଝିଅଟିକୁ ଦେଖି ଉପସ୍ଥିତ ଲୋକ ଏବଂ Andrew ଙ୍କ ପତ୍ନୀ ଭୋ’ଭୋ ହୋଇ କାନ୍ଦି ପକାଇଥିଲେ ।