ଶକ୍ତି କ୍ଷେତ୍ରରେ ଆଦାନି ବନାମ ଅମ୍ବାନୀ: ଟେଲିକମ କ୍ଷେତ୍ରରେ ବି ସମାନ ଲଢେଇ

215

କନକ ବ୍ୟୁରୋ: ଟେଲିକମ୍ ଦୁନିଆରେ ଏଂଟ୍ରି ମାରିଛନ୍ତି ଶିଳ୍ପପତି ଗୌତମ ଆଦାନି । ଆଦାନିଙ୍କ ଏଂଟ୍ରି ପରେ କିନ୍ତୁ ଚିନ୍ତାରେ ପଡିଯାଇଛନ୍ତି ରିଲିଆଂସ ଇଣ୍ଡଷ୍ଟ୍ରିର ମାଲିକ ମୁକେଶ୍ ଅମ୍ବାନି । ପୂର୍ବରୁ ଉଭୟ ଅଲଗା ଅଲଗା କ୍ଷେତ୍ରରେ ନିଜର ବ୍ୟବସାୟ ଜାରି ରଖିଥିବାବେଳେ ଏବେ ସମାନ କ୍ଷେତ୍ରରେ ଦେଶର ୨ ପ୍ରମୁଖ ଶିଳ୍ପପତି ମୁହାଁମୁହିଁ ହୋଇଛନ୍ତି ।

ଟେଲିକମ୍ ଦୁନିଆରେ ଶିଳ୍ପପତି ଗୌତମ ଆଦାନିଙ୍କ ଏଂଟ୍ରି ପରେ ସରଗରମ ହୋଇଉଠିଛି ଟେଲିକମ୍ ଦୁନିଆ । ବିଶେଷ କରି ରିଲିଆନ୍ସ ଇଣ୍ଡଷ୍ଟ୍ରିର ମାଲିକ ମୁକେଶ ଅମ୍ବାନିଙ୍କ ଚିନ୍ତା ବଢିଯାଇଛି । ଗତବର୍ଷ ଜୁନରେ ରିଲିଆନସ ସୋଲାର ଏନର୍ଜିରେ ନିବେଶ କରିବ ବୋଲି ଘୋଷଣା କରିଥିଲ।। ଯେଉଁଥିରେ ଆଦାନିର ପତିଆରା ରହିଛି । ଆଉ ଏହାପରେ ଜୁନରେ ଟେଲିକମ ଦୁନିଆରେ ପାଦ ଥାପିବ ବୋଲି ଆଦାନୀ ଘୋଷଣା କରିଥିଲ।। ଯେଉଁଥିରେ ମୁକେଶ୍ ଅମ୍ବାନିଙ୍କ ପତିଆରା ରହିଛି । ଆଉ ଏବେ ବିଦେଶରେ ନିଜର ପତିଆରା ଜାହିର କରିବାକୁ ଉଦ୍ୟମ କରିଛି । ମିଳିଥିବା ସୂଚନା ଅନୁସାରେ ଅମ୍ବାନୀ ଏବେ ବିଦେଶରେ ଥିବା ଟେଲିକମ କମ୍ପାନୀକୁ କିଣିବାକୁ ଯୋଜନା କରୁଛନ୍ତି । ଅନ୍ୟପଟେ ଆଦାନି ଗ୍ରୁପ ପାଖରେ ଫାଇଭ ଜି େଓୟାର ଲେସ୍ ଟେଲିକମୁନିକେସନ ସେବା ପାଇଁ ଏଯାଏଁ ଲାଇସେନ୍ସ ନାହିଁ ।

ଗତ ୨ ଦଶନ୍ଧିରୁ ଅଧିକ ସମୟ ଧରି ଏସିଆ ମହାଦେଶର ୨ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଓ ଗୈାତମ ଆଦାନି ନିଜ ନିଜର ଅଲଗା କ୍ଷେତ୍ରରେ ବ୍ୟବସାୟ ବିସ୍ତାର କରିଚାଲିଥିଲେ । କିନ୍ତୁ ଏବେ ପରସ୍ପରର ବ୍ୟବସାୟ ଉପରେ ଆଖି ପକାଇଛନ୍ତି କେନ୍ଦ୍ର ସରକାରର ନିକଟତମ ଏହି ଦୁଇ ଗୁଜରାଟୀ କମ୍ପାନୀ ।

ବ୍ଲୁମବର୍ଗ ରିପୋର୍ଟ ଅନୁସାରେ ମାର୍ଚ୍ଚରେ ଆଦାନୀ ଗ୍ରୁପକୁ ସାଉଦି ଆରବରେ ନିବେଶ କରିବ ବୋଲି ଜଣାପଡିଥିଲା । ଏହି ନିବେଶ ଜରିଆରେ ଆଦାନୀ ତେଲ ଉପରେ ନିବେଶ କରିବ ବୋଲି ଜଣାପଡିଥିଲ।। ଏହା ପୂର୍ବରୁ କିନ୍ତୁ ରିଲାଏନ୍ସ, ଅଶୋଧିତ ତେଲ ବ୍ୟବସାୟରୁ ନିଜର ଅଧିକାଂଶ ରାଜସ୍ୱ ପାଉଛି । ସେହିପରି ତେଲ କ୍ଷେତ୍ରରେ ୨୦% ଅଂଶକୁ ରିଲାଏନ୍ସ ଆରାମକୋକୁ ବିକିବାକୁ କରିଥିବା ଯୋଜନା ବାତିଲ କରିଛି । ଏପରି ସମୟରେ, ଆଦାନୀ ଡିଜିଟାଲ ସେବା, କ୍ରୀଡା, ରିଟେଲ, ପେଟ୍ରୋକେମିକାଲ୍ସ ଏବଂ ମିଡିଆରେ ନିଜର ନିବେଶ ବଢାଇବାକୁ ଇଙ୍ଗିତ ଦେଇଛି ।

ଅନ୍ୟପଟେ ବର୍ଷକ ମଧ୍ୟରେ ଆଦାନୀଙ୍କ ସମ୍ପତି ବୃଦ୍ଧି ପାଇଛି । ମୁକେଶ ଅମ୍ବାନୀ ଏବେ ପ୍ରାୟ ୮୯.୬ ବିଲିୟନ ଡଲାରର ମାଲିକ । ଅମ୍ବାନୀ ଦୁନିଆର ଶ୍ରେଷ୍ଠ ୧୦ ଧନୀ ବ୍ୟକ୍ତିଙ୍କ ତାଲିକାରେ କିନ୍ତୁ ବାଦ ପଡିଛନ୍ତି । ଅନ୍ୟପଟେ ଆଦାନୀ ବିଶ୍ୱର ୧୧୮ ବିଲିୟନ ରହିଛି । ବିଶ୍ୱର ଚତୁର୍ଥ ଧନୀ ତାଲିକାରେ ରହିଛନ୍ତି ।