ରାଜ୍ୟକୁ ଆସୁଛି ୨ ଲକ୍ଷ ୭୧ ହଜାର କୋଭିସିଲ୍ଡ ଟିକା । ଦିନ ୨ ଟା ସୁଦ୍ଧା ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ନେଇ ସୂଚନା

88

କନକ ବ୍ୟୁରୋ ; ଗତକାଲି ରାଜ୍ୟରେ ଟିକା ଅଭାବରୁ ଟିକାକରଣ ବନ୍ଦ ନେଇ ଖବର ଆସିଥିଲା । ଏନେଇ ମନ୍ତ୍ରୀ ସୁଶାନ୍ତ ସିଂ ଟିକା ଯୋଗାଣରେ କେନ୍ଦ୍ର ସରକାର ପାତର ଅନ୍ତର ନୀତି ଅବଲମ୍ବନ କରୁଥିବା କଥା କହିଥିଲେ । ଏହା ପରେ ଆଜି ରାଜ୍ୟକୁ ଆଉ ୨ ଲକ୍ଷ ୭୧ ହଜାର କୋଭିସିଲ୍ଡ ଟିକା କେନ୍ଦ୍ରରୁ ଆସୁଥିବା କଥା ସୂଚନା ଦେଇଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ଶ୍ରୀ ପାଣିଗ୍ରାହୀଙ୍କ ସୂଚନା ମୁତାବକ ଦିନ ୧.୫୦ ମିନିଟରେ ଏହି ଟିକା ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବ । ଏହା ପରେ ସେଠାରୁ ଟିକାକୁ ଷ୍ଟକ ପଏଣ୍ଟକୁ ଆଣି ଆବଶ୍ୟକ ମୁତାବକ ବିଭିନ୍ନ ଟିକାକରଣ କେନ୍ଦ୍ରକୁ ପଠାଯିବ । କହିରଖୁ କି ରାଜ୍ୟରେ ଏବେ ଟିକା ଅଭାବରୁ ୭୦୦ ଟି ଟିକାକରଣ କେନ୍ଦ୍ରରେ ଟିକା ଦାନ ବନ୍ଦ ରହିଛି । ଏହି ଟିକା ଯୋଗାଣ ପରେ ରାଜ୍ୟରେ ୭୭୫ ଟି କେନ୍ଦ୍ରରେ ଟିକାକରଣ ଚାଲିବ ବୋଲି ସୂଚନା ମିଳିଛି ।

Comments are closed.