ଫୁଟବଲ ମ୍ୟାଚ ଚାଲିଥିବା ବେଳେ ବଜ୍ରପାତ : ୨ ଜଣଙ୍କର ମୃତ୍ୟୁ, ୧୮ରୁ ଅଧିକ ଗୁରୁତର ହସ୍ପିଟାଲରେ ଭର୍ତ୍ତି

ଫୁଟବଲ ମ୍ୟାଚ ଚାଲିଥିବା ବେଳେ ବଜ୍ରପାତ : ୨ ଜଣଙ୍କର ମୃତ୍ୟୁ, ୧୮ରୁ ଅଧିକ ଗୁରୁତର ହସ୍ପିଟାଲରେ ଭର୍ତ୍ତି

କନକ ବ୍ୟୁରୋ : ଫୁଟବଲ ମ୍ୟାଚ ଚାଲିଥିବା ବେଳେ ବଜ୍ରପାତ । ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବନେଇଲତା ଗାଁରେ ବଜ୍ରପାତରେ ଦୁଇ ଜଣଙ୍କ ମୃତ୍ୟୁ । ଗତକାଲି ଦୁଇ ବସ୍ତି ମଧ୍ୟରେ ଫୁଟବଲ ଖେଳ ଚାଲିଥିଲ।। ଅପରାହ୍ନ ପ୍ରାୟ ୪ଟା ବେଳେ ହଠାତ ବଜ୍ରପାତ ହୋଇଥିଲା । ଆଉ ମ୍ୟାଚ ଦେଖିବାକୁ ଆସିଥିବା ଦୁଇ ଜଣ ବଜ୍ରପାତରେ ପ୍ରାଣ ହରାଇଛନ୍ତି ।

ସେହିପରି ୧୮ରୁ ଅଧିକ ଦର୍ଶକ ଗୁରୁତର ଭାବେ ପୋଡିଯାଇ ରାଉରକେଲା ସରକାରୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ମୃତକ ଦୁଇଜଣ ହେଲେ ୨୨ ବର୍ଷୀୟ ଅଜୟ ଲାଖୱାର ଓ ୧୫ ବର୍ଷୀୟ ମାଇକେଲ ସୋରେନ । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଯେଉଁମାନେ ବଜ୍ରପାତର ଶିକାର ହୋଇଛନ୍ତି ସେମାନେ ଏକ ବଡ଼ ଗଛମୂଳରେ ବସିଥିଲେ ବୋଲି ସୂଚନା ରହିଛି । ଛୋଟବଡ଼ ପ୍ରାୟ ୨୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଏହାର ପ୍ରଭାବରେ ଆସି ଯାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe