ନା ରୋହିତ, ନା କୋହଲି… ଆଇସିସି ଦିନିକିଆର ଶ୍ରେଷ୍ଠ ଟିମରେ ସ୍ଥାନ ପାଇଲେ ଏହି ଦୁଇ ଭାରତୀୟ

432

କନକ ବ୍ୟୁରୋ: ଆଇସିସି ୨୦୨୨ ପାଇଁ ଦିନିକିଆର ଶ୍ରେଷ୍ଠ ଟିମ ଗଠନ କରିଛି । ଆଇସିସିର ଏହି ୧୧ ଜଣିଆ ଟିମରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ସ୍ଥାମ ମିଳିନାହିଁ । ଆଇସିସି ଏହି ଟିମର ଅଧିନାୟକ ଭାବେ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କୁ ଚୟନ କରିଛି । ଏଥିରେ ୨ ଜଣ ଭାରତୀୟ ଖେଳାଳିଙ୍କୁ ସ୍ଥାନ ମିଳିଛି । ସେମାନେ ହେଲେ ଶ୍ରେୟାସ ଆୟର ଓ ମହମ୍ମଦ ସିରାଜ ।

ଗତ ବର୍ଷ ଦମଦାର ଫର୍ମରେ ରହିଥିବା ଶ୍ରେୟାସ ଏଥର କିନ୍ତୁ ଫ୍ଲପ ହୋଇଛନ୍ତି । ସେ ଦିନିକିଆ ଫର୍ମାଟରେ ଭାରତ ପାଇଁ ସର୍ବାଧିକ ରନ କରିଥିଲେ । ସେ ୧୭ ମ୍ୟାଚରୁ ୭୨୪ ରନ କରିଥିଲେ । ସେହିପରି ସିରାଜ ୧୫ ମ୍ୟାଚ ଖେଳି ୨୪ଟି ୱିକେଟ ହାସଲ କରିଥିଲେ ।

୨୦୨୨ ପାଇଁ ଆଇସିସି ୱାନଡେ ଟିମ ଅଫ ଦ ଇୟର
ବାବର ଆଜମ (ଅଧିନାୟକ)- ପାକିସ୍ତାନ
ଟ୍ରେବିସ ହେଡ -ଅଷ୍ଟ୍ରେଲିଆ
ସାଇ ହୋପ – ୱେଷ୍ଟଇଣ୍ଡିଜ
ଟମ ଲାଥମ – ନ୍ୟୁଜିଲାଣ୍ଡ
ସିକନ୍ଦର ରାଜା – ଜିମ୍ବାୱେ
ମେହଦୀ ହସନ ସିରାଜ – ବାଂଲାଦେଶ
ଅଲ୍ଜାରୀ ଜୋସେଫ – ୱେଷ୍ଟଇଣ୍ଡିଜ
ମହମ୍ମଦ ସିରାଜ – ଭାରତ
ଟ୍ରେଣ୍ଟ ବୋଲ୍ଟ – ନ୍ୟୁଜିଲାଣ୍ଡ
ଏଡମ ଜାମ୍ପା -ଅଷ୍ଟ୍ରେଲିଆ