ଗାଁ ଦାଣ୍ଡରେ ବୁଲିଲା ବନ୍ଧୁକ ଓ ଖଣ୍ଡା । ବିଦ୍ୟୁତ ସଂଯୋଗକୁ ନେଇ ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । 

294

କନକ ବ୍ୟୁରୋ : ଗାଁ ଦାଣ୍ଡରେ ବୁଲିଲା ବନ୍ଧୁକ ଓ ଖଣ୍ଡା । ବିଦ୍ୟୁତ ସଂଯୋଗକୁ ନେଇ ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷକୁ ନେଇ ଦେଖିବାକୁ ମିଳିଛି ଏଭଳି ଚିତ୍ର । ବାଲେଶ୍ୱର  ସଦର ଥାନା ଅନ୍ତର୍ଗତ କେଶପୁର ଗାଁରେ ଘଟିଛି ଏହି ଘଟଣା । ସୂଚନା ଅନୁଯାୟୀ ଖୁଣ୍ଟରୁ ବିଦ୍ୟୁତ ସଂଯୋଗ ନେଇ କେଶପୁର ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଲାଗିଥିଲା ।

ଗୋଟେ ଗୋଷ୍ଠୀ ଦୁର୍ବଳ ଥିବାରୁ ଅନ୍ୟ ଗୋଷ୍ଠୀ ପୁରୁଣା ବାଲେଶ୍ୱରର ଦୁଇ ସହଯୋଗୀଙ୍କୁ ଡକାଇଥିଲେ । ଦୁଇ ଯୁବକ ବାଇକ୍ରେ ସେଠାରେ ପହଂଚିବା ପରେ ପିସ୍ତଲ ବାହରକରି ଧମକ ଦେଇଥିଲା । ଏଭଳି ସ୍ଥିତିରେ ଅନ୍ୟ ଗୋଷ୍ଠୀ ଭୁଜାଲି ଓ ଖଣ୍ଡା ଦେଖାଇବାକୁ ପଛେଇନଥିଲେ । ପରେ ଏହି ଅଭିଯୁକ୍ତ ସେଠାରୁ ଫେରିଆସିଥିଲେ । ଏନେଇ ସଦର ଥାନାରେ ଏକ ମାମଲା ରୁଜୁ କରାଯାଇଛି । ପୋଲିସ ଅଭିଯୁକ୍ତ ଦ୍ୱୟଙ୍କ ଚିହ୍ନଟ କରିଥିବ ବେଳେ ଉଭୟ ଫେରାର ହୋଇଥିବା କହିଛି ପୋଲିସ ।