+୨ କଳା ଓ ବାଣିଜ୍ୟରେ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବାଦ ପକ୍ଷରୁ ସମ୍ମାନିତ। ୩୦ ଜିଲ୍ଲାର ୩୦ ମେଧାବୀ ଛାତ୍ରଙ୍କୁ ଦିଆଗଲା ୨୦ ହଜାର ଟଙ୍କା ଲେଖାଁଏ ଚେକ୍

141

କନକ ବ୍ୟୁରୋ: ସମ୍ବାଦ ପକ୍ଷରୁ ପ୍ରତିଭାଙ୍କୁ ସମ୍ବର୍ଦ୍ଧନା । ଯୁକ୍ତ ଦୁଇ କଳା ଓ ବାଣିଜ୍ୟରେ ଭଲ ନମ୍ବର ରଖି କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବାଦ ପକ୍ଷରୁ ସମ୍ମାନିତ କରାଯାଇଛି । ଏଥିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୨ ଶହରୁ ଅଧିକ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ଏହାଛଡା ୩୦ ଜିଲ୍ଲାର ୩୦ ଜଣ କୃଷକଙ୍କ ମେଧାବୀ ପୁଅଙ୍କୁ ବି ୨୦ ହଜାର ଟଙ୍କା ଲେଖାଁଏ ଦିଆଯାଇଛି ।

ରାଜ୍ୟସଭା ସାଂସଦ ଥିବାବେଳେ ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଏଥିପାଇଁ ପ୍ରତିଶ୍ରୃତି ଦେଇଥିଲେ । ଆଉ ପ୍ରତିଶ୍ରୃତି ଅନୁସାରେ ୩୦ ଜଣଙ୍କୁ ୨୦ ହଜାର ଲେଖାଁଏ ଚେକ୍ ପ୍ରଦାନ କରାଯାଇଛି । ସମ୍ବର୍ଦ୍ଧନା ଉତ୍ସବରେ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ, ଜୀବନରେ ପିତାମାତା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ସେମାନଙ୍କୁ ଭୁଲିଯିବା ଉଚିତ ନୁହେଁ । ଅଂହଙ୍କାର ନୁହେଁ କୃତଜ୍ଞତା ଦେଖାଇବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ।