କନକ ବ୍ୟୁରୋ : ବନ୍ଧୁକ ଦେଖାଇ ୨ ଭାଇଙ୍କୁ ଅପହରଣ । ଛତ୍ରପୁର ପୁଇଁତୋଳା ଜାତୀୟ ରାଜପଥ ନିକଟରେ ଘଟିଛି ଏପରି ଘଟଣା । ଦୁଇ ଭାଇ ଦୋକାନରେ ଥିବା ବେଳେ ହଠାତ ଦୁଇଟି କାରରେ କିଛି ଦୁର୍ବୃତ୍ତ ଆସି ଅଟକିଥିଲେ । ଦୁର୍ବୃତ୍ତମାନେ ଉଭୟ ଭାଇଙ୍କୁ ଧମକ ଦେଇଥିଲେ ଏବଂ ମୁଣ୍ଡରେ ବନ୍ଧୁକ ଲଗାଇାଇ ଦୋକାନରୁ ଉଠାଇ ନେଇଥିଲେ ।

Advertisment

ତେବେ କିଏ ଓ କାହିଁକି ଅପହରଣ କଲା, ତାହା ଜଣାପଡ଼ିନାହିଁ । ଅପହରଣ ହୋଇଥିବା ଦୁଇ ଭାଇ ହେଲେ କୃଷ୍ଣ ସାହୁ ଓ ପଞ୍ଚାନନ ସାହୁ । ଘଟଣା ପରେ ପରିବାର ଲୋକେ ଥାନାରେ ଏତଲା ଦେଇଛନ୍ତି । ଏତଲା ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି । ସେପଟେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ରାସ୍ତା ଅବରୋଧ କରିଥିଲେ ।