କନକ ବ୍ୟୁରୋ: ଦାଦା ବଟି ମାଗି ବନ୍ଧାହେଲେ ବାଉନ୍ସର । ଦାଦା ବଟି ନଦେବାରୁ ଜଣେ ବାର କର୍ମଚାରୀଙ୍କୁ ଅପହରଣ କରି ଏକ ବନ୍ଦ ଘର ଭିତରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ମାସକୁ ୫୦ ହଜାର ଟଙ୍କା ବଟି ପାଇଁ ଯୁବକଙ୍କୁ ଅପହରଣ କରିଥିବା ଜଣାପଡ଼ିଛି । ଏହି ଘଟଣାରେ ୨ଜଣ ବାଉନ୍ସରକୁ ବାନ୍ଧିଛି ଏୟାରଫିଲ୍ଡ ଥାନା ପୋଲିସ । କଟକ ରୋଡ଼ ମହାନ୍ତି ବାରରେ କାମ କରୁଥିବା ଜଣେ ଫ୍ଲୋର ମ୍ୟାନେଜରଙ୍କୁ ଅପହରଣ କରିଥିଲେ ଅପହରଣକାରୀ । ଫ୍ଲୋର ମ୍ୟାନେଜର ମୁଜିବୁର ରେହମାନଙ୍କୁ ଏକ ସ୍କର୍ପିଓ ଗାଡ଼ିରେ ଅପହରଣ କରିଥିଲେ । ଟଙ୍କା ନଦେବାରୁ ମାଡ଼ ମାରି ଛାଡ଼ିଦେଇଥିଲେ । ଏନେଇ ଅଧିକ ତଦନ୍ତ ଚଳାଇଥିଲା ଏୟାରଫିଲ୍ଡ ପୋଲିସ । ପରେ ୨ଜଣ ବାଉନ୍ସରଙ୍କୁ ଗିରଫ କରିଛି ପୋଲିସ ।