ଗତବର୍ଷ ଅପେକ୍ଷା ଏବର୍ଷ କମିଗଲା ପାସ୍ ହାର: କେବେ ହେବ ଶତ ପ୍ରତିଶତ ରେଜଲ୍ଟ ? ଜାଣନ୍ତୁ କଣ ପାଇଁ କମୁଛି ପାସ୍ ହାର

211

କନକ ବ୍ୟୁରୋ: ପ୍ରକାଶ ପାଇଲା +୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ । ପୁସ୍ତିକା ଉନ୍ମୋଚନ କରି ରେଜଲ୍ଟ ପ୍ରକାଶ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଚଳିତ ବର୍ଷ କଳାରେ ୬୫. ୮୯ ପ୍ରତିଶତ ପାସ୍ ହାର ଥିବା ବେଳେ ବାଣିଜ୍ୟରେ ୭୦. ୨୬ ପ୍ରତିଶତ ପିଲା ପାସ କରିଛନ୍ତି ।

ତେବେ ସବୁଠାରୁ ବଡ କଥା ହେଉଛି ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ପାସ ହାର କମିଛି । ଉଭୟ କଳା ଓ ବାଣିଜ୍ୟରେ ପାସ୍ ହାର କମିଛି । ତେବେ ଗତ ବର୍ଷ କଳାରେ ପାସ୍ ହାର ୬୮.୭୯ ପ୍ରତିଶତ ଥିବା ବେଳେ ଏବର୍ଷ ଅନେକାଂଶରେ କମି ଯାଇଛି । ୨୦୧୮ ଅପେକ୍ଷା ୨୦୧୯ରେ କଳାରେ ପାସ ହାର ରହିଛି ୬୫. ୯୮ ପ୍ରତିଶତ ।

ସେହିପରି ବାଣିଜ୍ୟରେ ମଧ୍ୟ କଳା ଭଳି ପାସ୍ ହାର କମିଛି । ୨୦୧୮ ତୁଳନାରେ ୨୦୧୯ରେ ବାଣିଜ୍ୟ ପିଲାଙ୍କ ପାସ୍ ହାର କମିଛି । ଗତବର୍ଷ ବଣିଜ୍ୟ ପାସ୍ ହାର ୭୪. ୯୧ ପ୍ରତିଶତ ଥିବା ବେଳେ ଏବର୍ଷ କମିଛି ଅର୍ଥାତ ଏବର୍ଷ ପାସ୍ ହାର ୭୦.୨୬ ପ୍ରତିଶତ ରହିଛି ।

ତେବେ ପାସ୍ ହାର କମିବା ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ବେଳେ ବରିଷ୍ଠ ଶିକ୍ଷାବିତମାନେ ବିଭିନ୍ନ କାରଣ କହିଛନ୍ତିା କଲେଜରେ ଉପଯୁକ୍ତ ଶୈକ୍ଷିକ ବାତାବରଣ ସୃଷ୍ଟି ହେଉନଥିବାରୁ କିଛି ପିଲାଙ୍କ ରେଜଲ୍ଟ ଖରାପ ହେଉଥିବା ମତ ଦେଇଛନ୍ତି । କଲେଜରେ ନିର୍ବାଚନ ହେଉଥିବା କାରଣରୁ ପିଲା ପାଠରେ କମ ନିର୍ବାଚନରେ ଅଧିକ ସମୟ ଦେଉଥିବାରୁ ଏଭଳି ପାସ୍ ହାର କମୁଥିବା ଶିକ୍ଷାବିତ୍ ମାନେ କହିଛନ୍ତି ।