ଦିଲ୍ଲୀ ବିମାନବନ୍ଦରରେ ହୋଇଥାନ୍ତା ବଡ ଦୁର୍ଘଟଣା । ଏକା ସମୟରେ ୨ଟି ବିମାନକୁ ମିଳିଥିଲା ଟେକ୍ ଅଫ୍ ଓ ଲ୍ୟାଣ୍ଡିଂ ପାଇଁ ଅନୁମତି, ହେଲେ...

ଦିଲ୍ଲୀ ବିମାନବନ୍ଦରରେ ହୋଇଥାନ୍ତା ବଡ ଦୁର୍ଘଟଣା । ଏକା ସମୟରେ ୨ଟି ବିମାନକୁ ମିଳିଥିଲା ଟେକ୍ ଅଫ୍ ଓ ଲ୍ୟାଣ୍ଡିଂ ପାଇଁ ଅନୁମତି, ହେଲେ...

କନକ ବ୍ୟୁରୋ : ବୁଧବାର ଦିଲ୍ଲୀ ବିମାନବନ୍ଦରରେ ଏକ ବଡ ଦୁର୍ଘଟଣା ଟଳିଯାଇଛି । କାରଣ ଏଠାରେ ଗୋଟିଏ ସମୟରେ ହିଁ ବିମାନ ଲ୍ୟାଣ୍ଡିଙ୍ଗ ଓ ଟେକ୍ ଅଫ୍ ପାଇଁ ଅନୁମତି ଦିଆଯାଇଥିଲା । ତେବେ ଏଭଳି ଦୁର୍ଘଟଣାପୂର୍ବରୁ ହିଁ ଅଚାନକ ଗୋଟିଏ ବିମାନକୁ ରୋକାଯିବାରୁ ଏକ ବଡ ଦୁର୍ଘଟଣା ଟଳିଯାଇଥିଲା ।

ମିଳିଥିବା ସୂଚନା ମୁତାବକ, ବୁଧବାର ସକାଳେ ନୂଆ କରି ଉଦଘାଟନ ହୋଇଥିବା ରନୱେରେ ପଶ୍ଚିମବଙ୍ଗର ବାଗଡୋରା ଯାଉଥିବା ବିମାନକୁ ଟେକ୍ ଅଫ୍ ପାଇଁ ଅନୁମତି ଦିଆଯାଇଥିଲା । ଏହି ସମୟରେ ଅହମ୍ମଦାବାଦରୁ ଦିଲ୍ଲୀ ଆସୁଥିବା ବିମାନ ଲ୍ୟାଣ୍ଡିଂ କରୁଥିଲା । ତେବେ ପଶ୍ଚିମବଙ୍ଗକୁ ଉଡାଣ ଭରିବାକୁ ଯାଉଥିବା ବିମାନକୁ ହଠାତ୍ ଉଡାଣ ନ ଭରିବାକୁ ଏଟିସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ତୁରନ୍ତ ଅହମ୍ମଦାବାଦରୁ ଦିଲ୍ଲୀ ଆସୁଥିବା ବିମାନକୁ ଲ୍ୟାଣ୍ଡିଂ କରାଯାଇଥିଲା ।

ସବୁଠୁ ବଡ କଥା ହେଉଛି, ଉଭୟ ବିମାନକୁ ଏକା ସମୟରେ ଉଡାଣ ଓ ଅବତରଣ ପାଇଁ ଅନୁମତି ଦିଆଯାଇଥିଲା । କିନ୍ତୁ ତୁରନ୍ତ ଏଟିସି ଏଥିରେ ହସ୍ତକ୍ଷେପ କରିବା ସହ ବଡ ଦୁର୍ଘଟଣାକୁ ଟାଳିବାରେ ସକ୍ଷମ ହୋଇଥିଲା । ଉଡାଣକୁ ଅଟକାଇବା ସହ ତୁରନ୍ତ ପଶ୍ଚିମବଙ୍ଗ ଯାଉଥିବା ବିମାନକୁ ପାର୍କିଙ୍ଗ ସ୍ଥାନକୁ ନିଆଯାଇଥିଲା । ତେବେ ହଠାତ୍ ଏଟିସି ବିମାନ ଉଡାଣ ରୋକିବାକୁ ନିର୍ଦ୍ଦେଶ ଦେବାରୁ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe