ପୁଷ୍ପଲତାଙ୍କୁ କେମିତି କରିଥିଲେ ହତ୍ୟା, କେମିତି ମଦ ପିଇ କାଟିଥିଲେ ମୁଣ୍ଡ ? ଘଟଣା ସ୍ଥଳରେ ଡେମୋ ଦେଖାଇଲେ ୨ ଅଭିଯୁକ୍ତ

2,246

କନକ ବ୍ୟୁରୋ : କଟାମୁଣ୍ଡ ପଛର ପୂରା ରହସ୍ୟ ଖୋଲିବା ପରେ ଏହି ବୀଭତ୍ସ ହତ୍ୟାକାଣ୍ଡ କିପରି କରାଯାଇଥିଲା, ଅପରାଧର ପୂରା ଘଟଣାକ୍ରମକୁ ରିକ୍ରିଏଟ୍ କରାଇଛି ଭୁବନେଶ୍ୱରର ଚନ୍ଦକା ଥାନା ପୁଲିସ । ପୁଷ୍ପଲତାଙ୍କୁ କେମିତି ହତ୍ୟା କରିଥିଲେ ଏବଂ ପ୍ରମାଣ ନଷ୍ଟ ପାଇଁ କିପରି ମୁଣ୍ଡ କାଟି ଫିଙ୍ଗି ଦେଇଥିଲେ, ତାହା ଡୋମୋ କରି ଦେଖାଇଛି ଅଭିଯୁକ୍ତ ।

ଦୁଇ ଅଭିଯୁକ୍ତ ସଂଜୟ ଓ ଚନ୍ଦୁକୁ ପ୍ରଥମେ ଫୁଲେଶ୍ୱରୀ ବସ୍ତିକୁ ନିଆଯାଇଥିଲା । ଏହି ଘରେ ହିଁ ହୋଇଥିଲା ହତ୍ୟାକାଣ୍ଡ । ପରେ ମୃତଦେହ ମିଳିଥିବା ଅନ୍ଧାରୁଆ-ଦାସପୁର ରାସ୍ତାକୁ ଉଭୟଙ୍କୁ ନେଇଥିଲା ପୁଲିସ । ରିମାଣ୍ଡରେ ପଚରାଉଚରା ବେଳେ ଦୁଇ ଅଭିଯୁକ୍ତ ଯାହା ଯାହା ପୁଲିସ ଆଗରେ ମାନିଥିଲେ, ତାର ରିକ୍ରିଏସନ୍ କରିବାକୁ ଉଦ୍ୟମ କରିଛି ପୁଲିସ । କେମିତି ମଦ ପିଇଥିଲେ ଓ ନିଶାରେ ଚୁର ହେବା ପରେ ପୁଷ୍ପଲତାଙ୍କ ଶରୀରରୁ ମୁଣ୍ଡକୁ ଅଲଗା କରି ଦେଇଥିଲେ, ଡେମୋ ଦେଖାଇଛନ୍ତି ଦୁଇ ଅଭିଯୁକ୍ତ । ତେବେ ଅଭିଯୁକ୍ତ ଯେଉଁ ଥିଓରୀ କହୁଛି, ତାହା କେତେଦୂର ସତ, ଯାଂଚ କରୁଛି ପୁଲିସ ।

ହତ୍ୟା ହୋଇଥିବା ସ୍ଥାନରେ ପୁଷ୍ପଲତାଙ୍କ ଓଢଣୀ ଓ ଅଭିଯୁକ୍ତର ପୋଷାକ ଜବତ ହୋଇଛି । ଏହି ଓଢ଼ଣୀରେ ପୁଷ୍ପଲତାର ତଂଟି ଚିପି ହତ୍ୟା କରାଯାଇଥିବା କୁହାଯାଉଛି । ଅନ୍ଧାରୁଆ -ଦାସପୁର ରାସ୍ତା ଯେଉଁଠି ମୃତଦେହ ମିଳିଥିଲା ସେଠୁ ମଦ ବୋତଲ ଜବତ ହୋଇଛି । ମଦ ବୋତଲରୁ ଫିଙ୍ଗର ପ୍ରିଂଟ ନିଆଯାଇଛି । ଫରେନ୍ସିକ ଟିମ ଉପସ୍ଥିତ ରହି ସାଇଟିଂକ ପ୍ରମାଣ ଯୋଗାଡ କରିଛନ୍ତି ।

ବିବାହ ବିବାଦରୁ ପୁଷ୍ପଲତାଙ୍କୁ ହତ୍ୟା କରିଥିଲା ସଂଜୟ । ତଂଟି ଚିପ ହତ୍ୟା ପରେ ପ୍ରମାଣ ନଷ୍ଟ କରିବାକୁ ମୁଣ୍ଡଠୁ ଶରୀରରୁ ଅଲଗା କରିବା ପରେ ରାସ୍ତାକଡ଼ରେ ଫୋପାଡି ଦେଇଥିଲା । ମୁଖ୍ୟ ଅଭିଯୁକ୍ତ ସଂଜୟ ଓ ତା’ର ସହଯୋଗୀ ଚନ୍ଦୁକୁ ୩ ଦିନିଆ ରିମାଣ୍ଡରେ ନେଇ ପୂରା ମାମଲାର ଛାନଭିନ୍ କରୁଛି କମିସନରେଟ୍ ପୋଲିସ ।