କନକ ବ୍ୟୁରୋ: ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦଙ୍କ ହତ୍ୟାର ୪ ଦିନ ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଅତିକ ଓ ତାର ଭାଇ ଅସରଫକୁ ହତ୍ୟା ପରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିବା ବିରୋଧୀ ଅଭିଯୋଗ ଆଣିଛନ୍ତି । ଆଉ ବିରୋଧୀଙ୍କୁ ଯବାବ ଦେଇ ଯୋଗୀ କହିଛନ୍ତି, କୌଣସି ମାଫିଆ ୟୁପିରେ ଆତଙ୍କ ସୃଷ୍ଟି କରିପାରିବେ ନାହିଁ । ମାଫିଆ ଆଉ ଶିଳ୍ପପତିଙ୍କୁ ଫୋନରେ ଆଉ ଧମକ ଦେଇପାରିବେ ନାହିଁ । ଦଙ୍ଗା ପାଇଁ ଉତ୍ତର ପ୍ରଦେଶ କୁଖ୍ୟାତ ଥିଲା । କିଛି ଜିଲ୍ଲାରେ ଲୋକ ଏଥିପାଇଁ ଭୟଭୀତ ହୋଇ ରହୁଥିଲେ । ଏବେ ସେମାନଙ୍କୁ ଭୟ କରିବାର ନାହିଁ ।

Advertisment

ଅତିକ ଓ ତାର ଭାଇ ଅସରଫକୁ ହତ୍ୟା କରିଥିବା ତିନି ଅଭିଯୁକ୍ତ ଲବଲେଶ ତିୱାରୀ, ସନି ସିଂ ଏବଂ ଅରୁଣ ମୌର୍ଯ୍ୟଙ୍କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି । ସେମାନେ ପୂର୍ବରୁ ଏକାଠି କୌଣସି ଅପରାଧ କରିନାହାଁନ୍ତି । ପ୍ରଥମ ଥର ପାଇଁ ଡନରୁ ନେତା ବନିଥିବା ଅତିିକକୁ ହତ୍ୟା କରିବା ପାଇଁ ସେମାନେ ଏକାଠି ହୋଇଥିଲେ । ୨୦୨୧ରେ ବାନ୍ଦା ଜିଲ୍ଲା ଜେଲରେ ଅଭିଯୁକ୍ତ ଲଭଲେଶ ତିୱାରୀ ଏବଂ ସନି ସିଂର ପ୍ରଥମ ଦେଖା ହୋଇ୍ଥିଲା । ଲବଲେଶ ପୋକ୍ସୋ ଆକ୍ଟରେ ଗିରଫ ହୋଇଥିବା ବେଳେ ମୋହିତ ଆର୍ମ୍ସ ଆକ୍ଟରେ ଗିରଫ ହୋଇ ଜେଲରେ ଥିଲେ । ପରେ ସେମାନଙ୍କର ଅନ୍ୟ ଅଭିଯୁକ୍ତ ଅରୁଣ ମୌର୍ଯ୍ୟ ସହ ପ୍ରୟାଗରାଜରେ ଭେଟ ହୋଇଥିଲା । ଅରୁଣ ସେଠାରେ ଏକ ହୋଟେଲରେ କାମ କରୁଥିଲେ । ସବୁଠୁ ବଡ କଥା ତିନି ଅଭିଯୁକ୍ତଙ୍କ ମଧ୍ୟରୁ କେହି ଏତେ ପାଠ ପଢିନାହାଁନ୍ତି । ତେଣୁ ଏତେ ବଡ ଗ୍ୟାଙ୍ଗ୍ଷ୍ଟରକୁ ହତ୍ୟା କରିବାକୁ ଯୋଜନା ବନାଇବା ଏବଂ ଏହାକୁ ସଫଳ କରିବା ପଛରେ ଜଣେ ମାଷ୍ଟରମାଇଣ୍ଡ ଥିବା ସନ୍ଦେହ କରୁଛି ପୋଲିସ ।

ଯେଉଁ ବନ୍ଧୁକରେ ଅତିକଙ୍କୁ ହତ୍ୟା କରାଯାଇଛି ତାହା ତୁର୍କୀରେ ନିର୍ମାଣ କରାଯାଇଛି । ଯାହା ଭାରତରେ ନିଷିଦ୍ଧ । ତେଣୁ କିଏ ଅଭିଯୁକ୍ତମାନଙ୍କୁ ବନ୍ଧୁକ ଆଣି ଦେଲା ତାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ଏହି ବନ୍ଧୁକ ତୁର୍କୀକୁ ଭାରତ ଆଣିଥିବା ପୁଲିସ ସୂତ୍ରରୁୁ ସୂଚନା ମିଳିଛି ।