କାହିଁକି ଏହି ବଳିଷ୍ଠ ଅଭିନେତାଙ୍କୁ ଜେଲର ହାୱା ଖାଇବାକୁ ପଡିଥିଲା,ଜାଣନ୍ତୁ ।

38

କନକ ବ୍ୟୁରୋ : ଉତ୍ପଲ ଦତ୍ତ ଜଣେ ସଫଳ ଲେଖକ, ନିର୍ଦ୍ଦେଶକ ଓ ଅଭିନେତା ଥିଲେ । ଭାରତୀୟ ଥିଏଟର ଜଗତରେ ସେ ଯେତିକି ଅବଦାନ ଦେଇଥିଲେ ହୁଏତ ଆଉ କୈାଣସି ଅଭିନେତା ଏପରି କରିନଥିବେ । ସେ ରଙ୍ଗମଞ୍ଚ ଓ ପିଲ୍ମ ଉଭୟ ନିଖୁଣତାର ସହ ସମ୍ପାଦନ କରୁଥିଲେ । ଉତ୍ପଲ ୧୯୭୯ମସିହାରେ ପିଲ୍ମ ପରାଦରେ ଆସିଥିବା ଗୋଲମାଲରେ ଭବାନୀ ଶଙ୍କର ଅତ୍ୟନ୍ତ ଲୋକପ୍ରିୟ ହୁଅନ୍ତି । ଲେକମାନେ ତାଙ୍କର ଅଭିନୟ ଦେଖିବା ପାଇଁ ଭଲ ପାଆନ୍ତି । ଅନେକ ନାଟକ ମଧ୍ୟ ସେ ଲେଖିଥିଲେ ତେବେ ରାଜନୈତିକ ପରିସ୍ଥିକି ଉପରେ ଅନେକ ନାଟକ ଲେଖିଥିବା ସୂଚନା ମିଳେ । ଏହି ଲେଖାରୁ ହିଁ ବିବାଦ ଆରମ୍ଭ ହୋଇଥିବା ମଧ୍ୟ ଜଣାଯାଏ ।

 

ତାଙ୍କ ଲେଖା ଲୋକମାନଙ୍କୁ ଏପରି ଭାବରେ ପ୍ରଭାବିତ କରୁଥିଲା ଯେସ ସେ ଯେତେବେଳେ ରାଜନୈତିକ ଉପରେ କୈାଣସି ନାଟକ ଲେଖୁଥିଲେ ସେତେବେଳ ସମୟରେ ତାଙ୍କ ନାଟକ ଉପରେ ନେତାମାନେ ପ୍ରତିବନ୍ଧକ ଲଗାଉଥିଲେ । କିନ୍ତୁ ପ୍ରତିବନ୍ଧକକୁ ସେ ଖାତିର କରୁନଥିଲେ ଆଉ ସବୁଠାରୁ ବଡ କଥା ହେଲା ତାଙ୍କ ନାଟକ ଲୋକମାନେ ପ୍ରଚୁର ପରିମାଣରେ ଭିଡ ଲାଗାଇ ଦେଖୁଥିଲେ । ଉତ୍ପଳ ଜଣେ ସାମାଜିକ କ୍ରାନ୍ତିକାରୀ ମଧ୍ୟ ଥିବା ଇତିହାସ କହେ । ତେଣୁ ସେ ଥଏଟର ମାଧ୍ୟମରେ ସମାଜର କଥା ଲୋକମାନଙ୍କ ପାଖରେ ଅତି ସହଜରେ ପହଞ୍ଚାଇବାକୁ ଭଲ ପାଆନ୍ତି । ସେଥିପାଇଂ ତାଙ୍କୁ ଜେଲମଧ୍ୟ ଯିବାକୁ ପଡିଥିଲା ।

 

ମିଳିଥିବା ସୂଚନା ଅନୁସାରେ ସେ ସବୁବେଳେ ବାମପନ୍ଥୀ ନେତାମାନଙ୍କ ପାଇଂ ନାଟରକ ପରିବେଷଣ କରୁଥିଲେ । ତେଣୁ ୧୯୬୫ ମସିହାରେ ସେ ଜେଲ ମଧ୍ୟ ଯାଇଥିଲେ । ଗୋଲମାଲ ଚଳଚ୍ଚିତ୍ର ପାଇଁ ସେତେବେଳେ ତାଙ୍କୁ ବେଷ୍ଟ କମେଡିଆନ ପ୍ରାଇଜ ମଧ୍ୟ ମିଳିଥିଲା । ଏହାସହ ବାଙ୍ଗଲା ଚଳଚ୍ଚିତ୍ର ‘ଭୁବନ ସୋମେ’ରେ ସେ ଶ୍ରେଷ୍ଠ ଅଭିନେତା ଭାବରେ ପୁରସ୍କାର ମଧ୍ୟ ପାଇଥିଲେ । ୧୯୪୦ ମସିହାରେ ସେ ଇଂରେଜ ଥିଏଟରରେ ଯୋଗ ଦେଇଥିଲେ । ବାଙ୍ଗଳା ଓ ହିନ୍ଦୀ ପିଲ୍ମ ସହ ଲଗାତାର ଭାବରେ ଥିଏଟରରେ ଅଭିନୟ ମଧ୍ୟ କରୁଥିଲେ । ୧୦୦ରୁ ଅଧିକ ଫିଲ୍ମ କରି ସେ ଲୋକମାନଙ୍କ ମନ ଜିଣିପାରିଥିଲେ । ୧୯୬୦ ମସିହାରେ ଚଳଚ୍ଚିତ୍ର ଅଭିନେତ୍ରୀ ସେମା ସେନଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।