ଅଦ୍ଭୁତ କୌଶଳ ଏବଂ ସେବାର ଅନନ୍ୟ ଉପହାର : ଭାରତର ବିଭିନ୍ନ ପ୍ରତିଷ୍ଠିତ ପୁରସ୍କାର !

243

ଭାରତ ଦେଶର ସୁସନ୍ତାନମାନେ କର୍ମ,କୌଶଳ,ସେବା,ସୌହାର୍ଦ୍ୟରେ ନିଜର ଉକୃଷ୍ଟତା ପ୍ରମାଣ କରି ବିଶ୍ୱଦରବାରରେ ନିଜର ଭିନ୍ନ ପରିଚୟ ସୃଷ୍ଟି କରିପାରିଛନ୍ତି । ଭିନ୍ନ ଭିନ୍ନ ଦିଗରେ ନିଜର ପରାକାଷ୍ଠା ଦେଖାଇ ଦେଶକୁ ରାଷ୍ଟ୍ରୀୟ ତଥା ଅନ୍ତରାଷ୍ଟ୍ରୀୟ ସ୍ଥରରେ ଗୌରବାନ୍ୱିତ କରାଉଛନ୍ତି । ଏହାର ପ୍ରତିବଦଳରେ ଭାରତ ସରକାରଙ୍କ ଦ୍ୱାରା ଏମାନଙ୍କୁ ବିଭିନ୍ନ ପ୍ରତିଷ୍ଠିତ ପୁରସ୍କାର ତଥା ସମ୍ମାନରେ ସମ୍ମାନିତ କରାଯାଏ । ଭାରତ ସରକାରଙ୍କ ସର୍ବୋଚ୍ଚ ସମ୍ମାନ ହେଉଛି “ଭାରତ ରତ୍ନ” । ତେବେ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ କେଉଁ କେଉଁ ପୁରସ୍କାର ପ୍ରମୁଖ ରୂପରେ ପ୍ରଦାନ କରାଯାଏ ।

ଭାରତର ରାଷ୍ଟ୍ରୀୟ ପୁରସ୍କାର :

ଭାରତ ରତ୍ନ : ଭାରତ ରତ୍ନ ପୁରସ୍କାର ସର୍ବୋଚ୍ଚ ନାଗରିକ ସମ୍ମାନ ଅଟେ । ରାଷ୍ଟ୍ରସେବା ହେତୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ । ଏହି ସେବା ମଧ୍ୟରେ କଳା,ସାହିତ୍ୟ,ବିଜ୍ଞାନ,ସାର୍ବଜନୀନ ସେବା, ଖେଳ ଏବଂ ସୈନ୍ୟ କ୍ଷେତ୍ର ମଧ୍ୟ ସାମିଲ ରହିଛି । ଏହି ସମ୍ମାନର ସ୍ଥାପନା ୧୯୫୪ ମସିହା ଜାନୁଆରି ୨ ତାରିଖରେ ଭାରତର ତକ୍ରାଳୀନ ରାଷ୍ଟ୍ରପତି ଡ.ରାଜେନ୍ଦ୍ର ପ୍ରସାଦଙ୍କ ଦ୍ୱାରା କରାଯାଇଥିଲା । ତେବେ ଏଳବର୍ଷ ମଧ୍ୟରେ କେବଳ ୩ ଜଣ ବ୍ୟକ୍ତିବିଶେଷଙ୍କୁ ହିଁ ଏହି ସମ୍ମାନ ଦିଆଯାଇପାରିବ ।  ଭାରତ ରତ୍ନ ସମ୍ମାନ ପାଇଁ ଯୋଗ୍ୟ ବ୍ୟକ୍ତିଙ୍କ ନାଁ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ନେଇଥାନ୍ତି । ପୁରସ୍କାର ରୂପେ ଦିଆଯାଉଥିବା ଏହି ସମ୍ମାନ ମୂଳତଃ ୩୫ ମିଲିମିଟର ବ୍ୟାସର ଗୋଲାକାର ସ୍ୱର୍ଣ୍ଣପଦକ,ଯାହା ଉପରେ ସୂର୍ଯ୍ୟ ଏବଂ ହିନ୍ଦୀ ଭାଷାରେ ଭାରତ ରତ୍ନ ଏବଂ ନିମ୍ନରେ ଏକ ଫୁଲତୋଡା ଡିଜାଇନ୍ ହୋଇଥାଏ । ପଦକର ପଶ୍ଚାତ୍ ଭାଗରେ ଶାସକୀୟ ସଂକେତ ଏବଂ ଆଦର୍ଶସୂଚକ ବାକ୍ୟ ଲେଖାହୋଇଥାଏ । ଏହି ପଦକକୁ ଧଳା ଫିତାରେ ବାନ୍ଧି ଯୋଗ୍ୟବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଥାଏ । ଆଜି ପର୍ଯ୍ୟନ୍ତ ମୋଟ୍ ୪୧ ଜଣ ବ୍ୟକ୍ତିବିଶେଷ ଏହି ସର୍ବୋଚ୍ଚ ସମ୍ମାନ ପାଇବାର ସୌଭାଗ୍ୟ ପାଇପାରିଛନ୍ତି ।

ପଦ୍ମ ପୁରସ୍କାର : ପଦ୍ମ ପୁରସ୍କାର ମଧ୍ୟ ଭାରତର ସର୍ବୋଚ୍ଚ ସମ୍ମାନ ମଧ୍ୟରେ ଗୋଟିଏ । ଏହି ପୁରସ୍କାର ବିଭିନ୍ନ କ୍ଷେତ୍ର ଯେପରିକି କଳା,ସମାଜ ସେବା, ଲୋକ-କାର୍ଯ୍ୟ,ବିଜ୍ଞାନ ଏବଂ ଇଞ୍ଜିନିୟରିଂ,ବ୍ୟବସାୟ ଏବଂ ଉଦ୍ୟୋଗ,ଚିକିତ୍ସା,ସାହିତ୍ୟ ଏବଂ ଶିକ୍ଷା,ଖେଳ-କୁଦ ଇତ୍ୟାଦି ସମ୍ବନ୍ଧରେ ପ୍ରଦାନ କରାଯାଏ । ଏହି ପୁରସ୍କାର ପ୍ରତ୍ୟେକ ବର୍ଷ ସ୍ୱାଧୀନତା ଦିବସ ଅବସରରେ ପ୍ରଦାନ କରାଯାଏ କିମ୍ବା ମାର୍ଚ୍ଚ/ଏପ୍ରିଲ ମାସରେ ରାଷ୍ଟ୍ରପତି ଭବନରେ ଆୟୋଜିତ ହେଉଥିବା ସମ୍ମାନ ସମାରୋହରେ ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଦାନ କରାଯାଏ । ତେବେ ପଦ୍ମ ପୁରସ୍କାର ତ୍ରିଶ୍ରେଣୀରେ ପ୍ରଦାନ କରାଯାଏ ।

ପଦ୍ମ ବିଭୂଷଣ : ଅସାଧାରଣ ଏବଂ ବିଶିଷ୍ଟ ସେବା ପାଇଁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଏ ।

ପଦ୍ମ ଭୂଷଣ : ଉକ୍ରୃଷ୍ଟ ଏବଂ ବିଶିଷ୍ଟ ସେବା ପାଇଁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଏ ।

ପଦ୍ମ ଶ୍ରୀ : ଯେ କୌଣସି ସେବାରେ ଉକୃଷ୍ଟ ପ୍ରଦର୍ଶନ କଲେ ପଦ୍ମ ଶ୍ରୀ ସମ୍ମାନରେ ସମ୍ମାନିତ କରାଯାଏ ।
ମହିଳାଙ୍କ ପାଇଁ ସ୍ତ୍ରୀ ଶକ୍ତି ପୁରଷ୍କାର ପ୍ରଦାନ କରାଯାଏ ।

ଭାରତୀୟ ବୀରତା ପଦକର ବିବରଣୀ :

୧- ଯୁଦ୍ଧକାଳରେ ପ୍ରଦାନ କରାଯାଉଥିବା ବୀରତା ପଦକ : ପରମବୀର ଚକ୍ର,ମହାବୀର ଚକ୍ର,ବୀର ଚକ୍ର ।

୨- ଶାନ୍ତିକାଳ ସମୟରେ ପ୍ରଦାନ କରାଯାଉଥିବା ବୀରତା ପଦକ : ଅଶୋକ ଚକ୍ର,କିର୍ତ୍ତୀ ଚକ୍ର,ସୋର୍ଯ୍ୟ ଚକ୍ର ।

୩- ବିଶିଷ୍ଟ ସେବା ମେଡାଲ୍ : ସେନା ମେଡାଲ୍ (ସ୍ଥଳ ସେନା),ନୌସେନା ମେଡାଲ୍ (ନୌସେନା), ବାୟୁସେନା ମେଡାଲ୍ (ବାୟୁସେନା) ।

ପରମବୀର ଚକ୍ର : ଯୁଦ୍ଧକାଳରେ ଯବାନଙ୍କ ଅସାଧାରଣ ବୀରତା ପାଇଁ ଦିଆଯାଉଥିବା ସର୍ବୋଚ୍ଚ ବୀରତା ପଦକକୁ ପରମବୀର ଚକ୍ର କୁହାଯାଏ । ଏହାର ଆରମ୍ଭ ୧୯୫୦ ମସିହା ଜାନୁଆରି ୨୬ ତାରିଖରେ ହୋଇଥିଲା । ମୃତ୍ୟୁ ପରେ ଅର୍ଥାତ୍ ସହିଦ୍ ପରେ ମଧ୍ୟ ଏହି ସମ୍ମାନକୁ ପ୍ରଦାନ କରାଯାଇଥାଏ ।

ମହାବୀର ଚକ୍ର : ମହାବୀର ଚକ୍ର ଯୁଦ୍ଧକାଳରେ ସ୍ଥଳ,ଜଳ ତଥା ବାୟସେନାଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିବା ଅଦ୍ଭୁଦ ବୀରତା ପାଇଁ ପ୍ରଦାନ କରାଯାଇଥାଏ,ଏହି ପୁରଷ୍କାର ଦ୍ୱିତୀୟ ସର୍ବୋଚ୍ଚ ପୁରସ୍କାର ଅଟେ । ୧୯୭୧ ଭାରତ-ପାକ୍ ଯୁଦ୍ଧ ସମୟରେ ଅଧିକ ମହାବୀର ଚକ୍ର ପ୍ରଦାନ କରାଯାଇଥିଲା । ଏହି ଯୁଦ୍ଧରେ ୧୧ ଟି ପଦକ ବାୟୁସେନା ସୈନ୍ୟଙ୍କୁ ପ୍ରଦାନ କରାଯାଇଥିଲା ।

ବୀର ଚକ୍ର : ମହାବୀର ଚକ୍ର ଯୁଦ୍ଧକାଳରେ ସ୍ଥଳ,ଜଳ ତଥା ବାୟସେନାଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିବା ଅଦ୍ଭୁଦ ବୀରତା ପାଇଁ ପ୍ରଦାନ କରାଯାଇଥାଏ,ଏହି ପୁରଷ୍କାର ତୃତୀୟ ସର୍ବୋଚ୍ଚ ପୁରସ୍କାର ଅଟେ ।

ଅଶୋକ ଚକ୍ର : ସୈନ୍ୟକର୍ମୀଙ୍କ ଛଡା ଏହି ସମ୍ମାନକୁ ଅନ୍ୟ ନାଗରିକଙ୍କୁ ମଧ୍ୟ ପ୍ରଦାନ କରାଯାଇଥାଏ । ଶାନ୍ତିକାଳ ସମୟରେ ଏହି ପଦକ ପ୍ରଦାନ କରାଯାଏ । ଏହି ପଦକକୁ ବର୍ଷରେ ଦୁଇଥର ପ୍ରଦାନ କରାଯିବାକୁ ଘୋଷଣା କରାଯାଏ ଯାହା ସ୍ୱାଧିନତା ଦିବସ ଏବଂ ସାଧାରଣତନ୍ତ୍ର ଦିବସରେ ପ୍ରଦାନ କରାଯାଏ । ମୃତ୍ୟୁ ପରେ ମଧ୍ୟ ଏହି ପଦକକୁ ପ୍ରଦାନ କରାଯାଏ ।

କିର୍ତ୍ତୀ ଚକ୍ର : ଶାନ୍ତିକାଳ ସମୟରେ ପ୍ରଦର୍ଶିତ ଅଦ୍ଭୁତ ବୀରତା ଏବଂ ଆତ୍ମ ବଳିଦାନ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଏ । ସୈନ୍ୟକର୍ମୀଙ୍କ ଛଡା ଏହି ସମ୍ମାନକୁ ଅନ୍ୟ ନାଗରିକଙ୍କୁ ମଧ୍ୟ ପ୍ରଦାନ କରାଯାଇଥାଏ । ୧୯୬୭ ମସିହାରେ ଏହି ସମ୍ମାନର ଆରମ୍ଭ ହୋଇଥିଲା ।

ସୋର୍ଯ୍ୟ ଚକ୍ର : ଶାନ୍ତିକାଳ ସମୟରେ ପ୍ରଦର୍ଶିତ ଅଦ୍ଭୁତ ବୀରତା ଏବଂ ଆତ୍ମ ବଳିଦାନ ପାଇଁ ସୋର୍ଯ୍ୟ ଚକ୍ର ସମ୍ମାନ ପ୍ରଦାନ କରାଯାଏ । ଏହି ସମ୍ମାନ ତୃତୀୟ ସର୍ବୋଚ୍ଚ ପୁରସ୍କାର ମଧ୍ୟରେ ସାମିଲ ରହିଛି । ମୃତ୍ୟୁ ପରେ ମଧ୍ୟ ଏହି ସମ୍ମାନକୁ ପ୍ରଦାନ କରାଯାଇଥାଏ ।