ଡାକ ବିଭାଗରେ ଚାକିରୀ ପାଇଁ ବାହାରିଲା ବିଜ୍ଞପ୍ତି ! ବିନା ପରୀକ୍ଷା ଏବଂ ସାକ୍ଷାତକାରରେ ହେବ ଚୟନ ।

78

ଉତ୍ତରାଖଣ୍ଡ ପୋଷ୍ଟାଲ୍ ସର୍ଭିସ୍ ତରଫରୁ ଡାକବିଭାଗ ପଦ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଏହି ଚୟନ ପ୍ରକ୍ରିୟାରେ ମୋଟ ୭୪୪ ଆବେଦନକାରୀଙ୍କୁ ଚୟନ କରାଯିବ ଏବଂ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଯଦି ଆପଣ ବି ଏହି ଚାକିରୀ ପାଇଁ ଆବେଦନ କରିବା ପାଇଁ ଚାହାନ୍ତି ତେବେ ନିମ୍ନୋକ୍ତ ପଦ୍ଧତୀ ମାଧ୍ୟମରେ ଆପଣ ଆବେଦନ କରିପାରିବେ ।
ଚାକିରୀ ବିବରଣୀ :
୭୪୪ ଗ୍ରାମୀଣ ଡାକ ବିଭାଗ ପଦବୀ ପାଇଁ ବାହାରିଥିବା ଏହି ଭ୍ୟାକେନ୍ସିରେ ଓବିସି ପାଇଁ ୧୦୬, ଏସସି ପାଇଁ ୧୪୨, ଏସଟି ୨୩ ଏବଂ ଅନ୍ୟାନ୍ୟ ବର୍ଗଙ୍କ ପାଇଁ ୪୪୬ଟି ପଦବୀ ଖାଲି ରହିଛି ।
ଯୋଗ୍ୟତା : ଏହି ଚାକିରୀରେ ଯେକୌଣସି ମାନ୍ୟତାପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ଦଶମ ପାସ୍ କରିବା ଆବଶ୍ୟକ ।
ବୟସସୀମା : ଆବେଦନକାରୀଙ୍କ ବୟସସୀମା ୧୮ ରୁ ୪୦ ମଧ୍ୟରେ ହେବା ଆବଶ୍ୟକ ଏବଂ ଏହା ୧୯.୧.୨୦୧୮ ତାରିଖ ଅନୁସାରେ ଚୟନ କରାଯିବ ।
ଆବେଦନ ଫିସ୍ : ଆବେଦନକାରୀଙ୍କୁ ଆବେଦନ ପାଇଁ ୧୦୦ ଟଙ୍କା ଫିସ୍ ଦେବାକୁ ପଡିବ । ମହିଳା,ଏସଟି ଏବଂ ଏସଟି ପ୍ରାର୍ଥୀଙ୍କ ପାଇଁ କୌଣସି ଫିସ୍ ଦେବାକୁ ପଡିବ ନାହିଁ ।
ଆବେଦନ କରିବା ଅନ୍ତିମ ତାରିଖ : ୨୦ ଜୁନ୍ ୨୦୧୮
ଇଚ୍ଛୁକ ଆବେଦନକାରୀ ଡାକ ବିଭାଗର ୱେବସାଇଟ୍ ..ରେ ଆପ୍ଲାଏ କରିପାରିବେ ।