ଭୁବନେଶ୍ୱର ଝାରପଡା ଜେଲରୁ ବିବନ ବିଶ୍ୱାଳକୁ ନେଲା ସିବିଆଇ : କ୍ୟାପିଟାଲ ହସ୍ପିଟାଲରେ ହେଲା ସ୍ୱାସ୍ଥ୍ୟ ପରୀକ୍ଷା; ସିବିଆଇ କାର୍ଯ୍ୟାଳୟରେ ହେବ ଜେରା

86

କନକ ବ୍ୟୁରୋ : ୧୯୯୯ ଗଣଦୁଷ୍କର୍ମ ମାମଲାରେ ଆଜି ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ରିମାଣ୍ଡରେ ନେଇଛି ସିବିଆଇ । ଆଜି ଠାରୁ ବିବନକୁ ସିବିଆଇ ୨ ଦିନିଆ ରିମାଣ୍ଡରେ ନେବ ବୋଲି ସୂଚନା ମିଳିଛି । ସିବିଆଇର ତଦନ୍ତକାରୀ ଟିମ୍ ମୁଖ୍ୟ ଅଭିଯୁକ୍ତ ବିବନକୁ ଝାରପଡା ଜେଲରୁ ନେଇ ଘଟଣା ସ୍ଥଳକୁ ଯିବେ । ଏହି ସମୟରେ ବାରଙ୍ଗର ଘଟଣାସ୍ଥଳରେ ବିବନକୁ ନେଇ ପୁରା ଘଟଣାକ୍ରମର ସିନ୍ ରି କ୍ରିଏସନ୍ କରାଇପାରେ ସିବିଆଇ । ବିବନକୁ ନେଇ ତଦନ୍ତକାରୀ ଟିମ ତାହାର ଘରକୁ ମଧ୍ୟ ଯାଇପାରେ । ବିବନ ସମ୍ପର୍କରେ ତାର ପରିବାର ଲୋକଙ୍କୁ ମଧ୍ୟ ସିବିଆଇ ପଚରାଉଚରା କରିପାରେ । ଅପରାଧ ଘଟାଇବା ପରେ ବିବନ ଘରକୁ ଆସିଥିଲା କି । ପିନ୍ଧିଥିବା ପୋଷାକ ଲୁଚାଇଥିଲା କି ।

ତନାଘନା ଆରମ୍ଭ ହେବା ପରେ ବିବନ କେବେ ଫେରାର ହୋଇଥିଲା । ବିବନ ତାହାର ପରିବାର ସମ୍ପର୍କରେ ରହୁଥିଲା କି । ବିବନ ଫେରାର ହେବାରେ କାହା କାହାର ହାତ ରହିଛି । କିଏ ତାକୁ ସହଯୋଗ କରିଥିଲା କି । ଏସବୁ ସମ୍ପର୍କରେ ଖୋଳତାଡ କରିପାରେ ସିବିଆଇ ଟିମ୍ । ଏହି ୨ ଦିନିଆ ରିମାଣ୍ଡ ସମୟରେ ବିବନର ଡାକ୍ତରୀ ମାଇନା ମଧ୍ୟ କରାଯିବ । ଆବଶ୍ୟକ ପଡିଲେ ସିବିଆଇ ବିବନକୁ ପୁଣି ଥରେ ରିମାଣ୍ଡରେ ନେବାକୁ ଆବେଦନ ମଧ୍ୟ କରିପାରେ । ଗତକାଲି ଝାରପଡା ଜେଲରେ ପୀଡିତା , ଟିଆଇ ପରେଡରେ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଚିହ୍ନଟ କରିଥିବା ଜଣାପଡିଛି । ୨୨ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ସହ ମୁହାଁମୁହିଁ ହୋଇଥିଲେ ।