ଜାଣିରଖନ୍ତୁ ୧୮ ବର୍ଷ ମଧ୍ୟରେ ଦେଶରେ ହୋଇଥିବା ୮ ବଡ ଆତଙ୍କବାଦୀ ଆକ୍ରମଣ

ଭାରତରେ ଅନେକ ଥର ଆତଙ୍କବାଦୀ ଆକ୍ରମଣ ହୋଇଛି

169

କନକ ବ୍ୟୁରୋ : ଭାରତରେ ଅନେକ ଥର ଆତଙ୍କବାଦୀ ଆକ୍ରମଣ ହୋଇଛି । ତେବେ ଆକ୍ରମଣରେ ବହୁ ସଂଖ୍ୟକ ଯବାନ ମଧ୍ୟ ସହିଦ ହୋଇଛନ୍ତି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଜାମ୍ମୁ ଓ କାଶ୍ମୀରରେ ହିଁ ଅଧିକ ଆତଙ୍କବାଦୀ ଆକ୍ରମଣ ହୋଇଛି । ସୀମାରେ ଭାରତୀୟ ଯବାନମାନେ ଆତଙ୍କବାଦକୁ କଡା ଜବାବ ମଧ୍ୟ ଦେଉଛନ୍ତି । ଅପରେସନ ଅଲଆଉଟ ମାଧ୍ୟମରେ ଅନେକ ଆତଙ୍କବାଦୀଙ୍କୁ ନିପାତ ମଧ୍ୟ କରାଯାଇଛି । ହେଲେ ବାରମ୍ବାର ଏପରି ଭାବରେ ଆକ୍ରମଣ ହେଉଥିବାରୁ ସାରା ଦେଶରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି । ତେବେ ନଜର ପକାନ୍ତୁ ଭାରତରେ ହୋଇଥିବା ବଡ ଆତଙ୍କି ହମଲା ଉପରେ…

ନଭେମ୍ବର ୨୯, ୨୦୧୬: ଆତଙ୍କବାଦୀମାନେ ୧୬୬ ଆର୍ମି ୟୁନିଟର ନାଗ୍ରୋଟା ସ୍ଥିତ କ୍ୟାମ୍ପ୍ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଏଥିରେ ୭ ଜଣ ଯବାନ ଏବଂ ୨ ଅଫିସର ସହିଦ ହୋଇଯାଇଥିଲେ।

ସେପ୍ଟେମ୍ବର ୧୮, ୨୦୧୬: ବାରମୂଳା ଜିଲ୍ଲାର ଉରିରେ ଅବସ୍ଥିତ ସେନା କ୍ୟାମ୍ପ୍ ଉପରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ୧୭ ଜଣ ଯବାନ ସହିଦ ହୋଇଯାଇଥିଲେ। ନିୟନ୍ତ୍ରଣ ରେଖା ଅଂଚଳରେ ଥିବା ଏହି କ୍ୟାମ୍ପରେ ଭୋର୍ ୪ଟା ବେଳେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ସମସ୍ତ ୪ ଜଣ ଆତଙ୍କବାଦୀଙ୍କୁ ସେନା ନିପାତ କରିଥିଲା।

ଜୁନ୍ ୨୫, ୨୦୧୬: ଶ୍ରୀନଗର ନିକଟ ପାମ୍ପୋରରେ ସିଆରପିଏଫ ଯବାନଙ୍କ ବସ୍ ଉପରେ ଆକ୍ରମଣ ଯୋଗୁଁ ୮ ଜଣ ଯବାନ ସହିଦ ହୋଇଯାଇଥିଲେ। ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥ ଉପରେ ଏହି ଆକ୍ରମଣ ହୋଇଥିଲା।

ଫେବ୍ରୁଆରି ୨୧, ୨୦୧୬: ଶ୍ରୀନଗରରେ ଏକ ସରକାରୀ କାର୍ଯ୍ୟାଳୟକୁ ଆତଙ୍କବାଦୀମାନେ କବଜା କରିନେବା ପରେ ସେଠାରେ ହୋଇଥିବା ଗୁଳି ବିନିମୟରେ ୩ ସେନା କମାଣ୍ଡୋ ସହିଦ ହୋଇଯାଇଥିଲେ।

ଜାନୁଆରି ୧, ୨୦୧୬: ପଠାନକୋଟ ବାୟୁସେନା ବିମାନ ଘାଟିରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଆକ୍ରମଣ ଯୋଗୁଁ ୩ ଯବାନ ସହିଦ ହୋଇଯାଇଥିଲେ।

ଜୁନ୍ ୨୪, ୨୦୧୩: ଶ୍ରୀନଗରରେ ସେନା ଉପରେ ଆତଙ୍କବାଦୀଙ୍କ ଅତର୍କିତ ଆକ୍ରମଣ ଯୋଗୁଁ ୮ ଜଣ ଯବାନ ସହିଦ ହୋଇଯାଇଥିଲେ।

ମାର୍ଚ୍ଚ ୩୧, ୨୦୧୩: ସିଆରପିଏଫ କ୍ୟାମ୍ପ୍ ଉପରେ ଆକ୍ରମଣ ଯୋଗୁଁ ୫ ଜଣ ଯବାନ ସହିଦ୍ ହୋଇଥିଲେ।

ନଭେମ୍ବର ୩, ୧୯୯୯: ଶ୍ରୀନଗର ବାଦାମି ବାଗ୍ ସ୍ଥିତ ସେନାର ୧୫ କର୍ପସ୍ ମୁଖ୍ୟାଳୟ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ଯୋଗୁଁ ୧୦ ଜଣ ଯବାନ ସହିଦ ହୋଇଯାଇଥିଲେ।