ଆଜି ମଧ୍ୟ ୨ ହଜାର ତଳେ ରାଜ୍ୟରେ ସଂକ୍ରମଣ । ୨୪ ଘଣ୍ଟାରେ ୧୮୩୩  ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ସେପଟେ ୬୭ ମୃତ୍ୟୁର ହିସାବ ଦେଲେ ସରକାର ।

239

କନକ ବ୍ୟୁରୋ: ରାଜ୍ୟରେ ପାଞ୍ଚ ଦିନ ହେବ ୨ ହଜାର ତଳେ ସଂକ୍ରମଣ ଚିହ୍ନଟ ହେଉଛନ୍ତି ଏବଂ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧୮୩୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେ ମଧ୍ୟରୁ  ସଙ୍ଗରୋଧରୁ ୧୦୬୨ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ଅଛନ୍ତି ୭୭୧ଜଣ ।

ଅନ୍ୟପଟେ କରୋନାରେ ୬୭ ମୃତ୍ୟୁର ହିସାବ ଦେଇଛନ୍ତି ସରକାର । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୪୯୦, କଟକରୁ ୨୪୩, ବାଲେଶ୍ୱରରୁ ୧୨୯, ପୁରୀରୁ ୧୩୯, ଯାଜପୁରରୁ ୧୧୦, କେନ୍ଦ୍ରାପଡ଼ା ୮୭, ଅନୁଗୁଳରୁ ୭୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୬୭ ହଜାର ୫୪୮ ରହିଛି । ସେହିପରି ସୁସ୍ଥ ହୋଇଛନ୍ତି ୯ଲକ୍ଷ ୪୩ ହଜାର ୬୯ଜଣ । ରାଜ୍ୟରେ ଏବେବି କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ୧୮ ହଜାର ୯୧୪ଜଣ ।