ପୁରୁଷଙ୍କ ପାଇଁ ବିବାହ ବୟସ ୧୮ ବର୍ଷ ରହିବା ଉଚିତ୍, ବିଧି ଆୟୋଗ ଦେଲା ପରାମର୍ଶ
ବିଧି ଆୟୋଗ ପରାମର୍ଶ ଦେଇଛି କି ମହିଳା ଓ ପୁରୁଷଙ୍କ ପାଇଁ ବିବାହର ସର୍ବନିମ୍ନ ବୈଧ ବୟସ ସମାନ ରହିବା ଉଚିତ୍ । ଆୟୋଗର କହିବାନୁସାରେ, ବୟସ୍କଙ୍କ ମଧ୍ୟରେ ବିବାହର ଭିନ୍ନ ଭିନ୍ନ ବୟସର ବ୍ୟବସ୍ଥାକୁ ଶେଷ କରାଯିବା ଉଚିତ୍ । ଆଇନ୍ ଅନୁସାରେ, ମହିଳା ଓ ପୁରୁଷଙ୍କ ବିବାହ ବୟସ କ୍ରମଶଃ ୧୮ ବର୍ଷ ଓ ୨୧ ବର୍ଷ ଅଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ପାରିବାରିକ ଆଇନ୍ ରେ ସୁଧାର ଉପରେ ଆୟୋଗ ତାର ପରାମର୍ଶ ପତ୍ରରେ କହିଛି କି, ଯଦି ବାଳକ ହେବାର ସାର୍ବଭୈାମିକ ବୟସକୁ ସରକାର ଚୟନ କରିବାର ଅଧିକାର ଦିଆଯାଇଛି , ତେବେ ଜୀବନ ସାଥୀ ଚୟନ କରିବାରେ ବି ସକ୍ଷମ ବୁଝାଯିବା ଉଚିତ୍ ।
ବାଳକ ହେବାର ବୟସ(୧୮ ବର୍ଷ)କୁ ଭାରତୀୟ ବାଳକ ଅଧିନିୟମ ୧୮୭୫ ଅଧିନରେ ମହିଳା ଓ ପୁରୁଷ ଉଭୟଙ୍କ ପାଇଁ ବିବାହର ବୈଧ ବୟସକୁ ବି ମାନ୍ୟତା ମିଳିବା ଉଚିତ୍ । ପତି ଓ ପତ୍ନୀଙ୍କ ପାଇଁ ବୟସରେ ଅନ୍ତରର କୈାଣସି ଆଇନଗତ ଆଧାର ନାହିଁ କାହିଁକିନା ବିବାହ କରୁଥିବା ଉଭୟ ଲୋକ ସବୁ ଦୃଷ୍ଟିରୁ ସମାନ ଓ ତାଙ୍କର ସହଭାଗିତା ସମାନ ବ୍ୟକ୍ତିତ୍ୱଙ୍କ ସହ ହେବା ଉଚିତ୍ ।