ରାଜ୍ୟରେ ପୁଣି ବଢୁଛି କରୋନା ସଂକ୍ରମଣ : ୨୪ ଘଂଟାରେ ଆଉ ୧୭୮୪ ନୂଆ ମାମଲା ଚିହ୍ନଟ; ୩୦୩ ନୂଆ ମାମଲା ସହ ଚିନ୍ତା ବଢାଇଲା ନୂଆପଡା 

ସୁନ୍ଦରଗଡ ଓ ଖୋର୍ଦ୍ଧା ବି ୨ ଉପରେ ସଂକ୍ରମଣ

159

କନକ ବ୍ୟୁରୋ : ରାଜ୍ୟରେ ଚିନ୍ତା ବଢ଼ାଉଛି କରୋନା । ଦିନକୁ ଦିନ ବଢ଼ିବାର ଲାଗିଛି ସଂକ୍ରମଣଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ରାଜ୍ୟରୁ ୧୭ ଶହ ୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧ ହଜାର ୩୫ ଜଣ ସଂକ୍ରମିତ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ୭୪୯ ରହିଛି । ଦୈନିକ ସଂକ୍ରମଣରେ ସୁନ୍ଦରଗଡ଼ରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଆଜି ନୂଆପଡାରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ଘଣ୍ଟାରେ ଅନୁଗୁଳ ଜିଲ୍ଲାରୁ ୨୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୭୨ଜଣ,ବରଗଡ଼ରୁ ୮୭ଜଣ, ଭଦ୍ରକରୁ ୩୦ଜଣ, ବଲାଙ୍ଗୀରରୁ ୯୧ଜଣ, ବୌଦ୍ଧରୁ ୪ଜଣ, କଟକରୁ ୫୯ଜଣ, ଦେଓଗଡ଼ରୁ ୧୨ଜଣ, ଢ଼େଙ୍କାନାଳରୁ ୨ଜଣ, ଗଜପତିରୁ ୧୬ଜଣ, ଗଞ୍ଜାମରୁ ୮୦ଜଣ ଚିହ୍ନଟ ।

ସେହିଭଳି ଜଗତସିଂହପୁରରୁ ୭ଜଣ, ଯାଜପୁରରୁ ୩୩ଜଣ, ଝାରସୁଗୁଡ଼ାରୁ ୧୦ଜଣ, କଳାହାଣ୍ଡିରୁ ୬୮ଜଣ, କନ୍ଧମାଳରୁ ୧୩ଜଣ, କେନ୍ଦ୍ରାପଡ଼ାରୁ ୧୮ଜଣ, କେନ୍ଦୁଝରରୁ ୫୪ଜଣ, ଖୋର୍ଦ୍ଧାରୁ ୨୦୧ଜଣ, କୋରାପୁଟରୁ ୧୦ଜଣ, ମାଲକାନଗିରିରୁ ଜଣେ, ମୟୂରଭଞ୍ଜରୁ ୨୭ଜଣ, ନବରଙ୍ଗପୁରରୁ ୬୭ଜଣ, ନୟାଗଡ଼ରୁ ୧୪ଜଣ, ନୂଆପଡ଼ାରୁ ୩୦୩ଜଣ, ପୁରୀରୁ ୫୩ଜଣ, ରାୟଗଡ଼ାରୁ ୨୫ଜଣ, ସମ୍ବଲପୁରରୁ ୧୧୪ଜଣ, ସୋନପୁରରୁ ୬ଜଣ, ସୁନ୍ଦରଗଡ଼ରୁ ୨୪୧ଜଣ ଏବଂ ଷ୍ଟେଟ ପୁଲରୁ ୪୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୫୩ ହଜାର ୦୮୬ରେ ପହଞ୍ଚିଛି । ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୪୦ ହଜାର ୬୦୦ଜଣ । ଏବେ ବି ସକ୍ରିୟ ଅଛନ୍ତି ୧୦୫୦୩ ଜଣ। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଗୋଟିଏ ଦିନରେ ରାଜ୍ୟରୁ ୨ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୯ଶହ ୩୦ରେ ପହଂଚିଛି ।