କନକ ବ୍ୟୁରୋ : ପୋଖରୀକୁ ଖସିଲା ବସ । ଦୁର୍ଘଟଣାରେ ୧୭ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ମୃତକଙ୍କ ମଧ୍ୟରେ ୩ ଶିଶୁଙ୍କ ସମେତ ୮ଜଣ ମହିଳା ରହିଛନ୍ତି । ୩୫ ଆହତ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ତେବେ ବାଂଲାଦେଶର ଝଲାକାଠି ଛତ୍ରକୋଣ୍ଡା ନିକଟରେ ଏହି ଦୁର୍ଘଟଣା ଘଟିଛି ।

Advertisment

publive-image

୫୨ ଜଣ କ୍ଷମତା ବିଶିଷ୍ଟ ବସରେ ୬୦ ରୁ ଅଧିକ ଲୋକ ଥିଲେ । ବସଟି ପିରୋଜପୁରର ଭଣ୍ଡାରିଆରୁ ଗତକାଲି ସକାଳ ପ୍ରାୟ ୯ ଟାରେ ଛାଡି ବରିଶାଲ-ଖୁଲନା ରାଜପଥରେ ଥିବା ଛତ୍ରକଣ୍ଡାଠାରେ ରାସ୍ତାକଡ଼ରେ ଥିବା ଏକ ପୋଖରୀରେ ଖସି ପଡିଥିଲା । ଓଭରଲୋଡ୍ ଯୋଗୁଁ ବସ୍ ତୁରନ୍ତ ବୁଡି ଯାଇଥିଲା । ବସରେ ଥିବା ଅଧିକାଂଶ ଯାତ୍ରୀ  ପିରୋଜପୁରର ଭଣ୍ଡାରିଆ ଉପଜିଲ୍ଲା ଏବଂ ଜାଲକଠୀର ରାଜପୁର ଅଞ୍ଚଳର ବାସିନ୍ଦା ।

publive-image

ବାଂଲାଦେଶରେ ବସ୍ ଦୁର୍ଘଟଣା ସାଧାରଣ ହୋଇଗଲାଣି । ସଡକ ସୁରକ୍ଷା ଫାଉଣ୍ଡେସନ (ଆରଏସଏଫ) ଅନୁଯାୟୀ କେବଳ ଜୁନରେ ମୋଟ ୫୫୯ଟି ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୫୬୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮୧୨ ଜଣ ଆହତ ହୋଇଛନ୍ତି ।