ପ୍ରେମରେ ଧର୍ମ ସାଜିଲା ପ୍ରତିବନ୍ଧକ । ଭିନ୍ନ ଧର୍ମର ଯୁବତୀଙ୍କୁ ପ୍ରେମ କରିବାରୁ ଦିଲ୍ଲୀ ଆଦର୍ଶ ନଗରର ୧୮ ବର୍ଷିୟ ଦଳିତ ଯୁବକଙ୍କୁ ପିଟି ପିଟି ହତ୍ୟା । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ।

277

କନକ ବ୍ୟୁରୋ : ପ୍ରେମରେ ଧର୍ମ ସାଜିଲା ପ୍ରତିବନ୍ଧକ । ଭିନ୍ନ ଧର୍ମର ଜଣେ ଜଣେ ଯୁବତୀଙ୍କୁ ପ୍ରେମ କରିବାରୁ ଦିଲ୍ଲୀ ଆଦର୍ଶ ନଗରର ଜଣେ ୧୮ ବର୍ଷିୟ ଦଳିତ ଯୁବକ ରାହୁଲଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ପ୍ରେମିକାଙ୍କ ପରିବାର ଲୋକ ଯୁବକୁ ବିଚ ରାସ୍ତା ରାସ୍ତାରେ ପିଟି ପିଟି ହତ୍ୟା କରିଥିବା ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି ।

ବିଜେପି ଏହାକୁ ନେଇ ପୀଡିତଙ୍କ ପରିବାରକୁ ଏକ କୋଟି ଟଙ୍କାର କ୍ଷତିପୂରଣ ସହ ଫାଷ୍ଟଟ୍ରାକ କୋର୍ଟରେ ମାମାଲା ରୁଜୁ କରି ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଛି । ସେପଟେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦୀୟା ମୃତ ଯୁବକଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦେଇଛନ୍ତି ।

ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ନାବାଳିକାର ସମ୍ପର୍କୀୟ ବୋଲି ଜଣାପଡିଛି । ତେବେ ଏହି ଘଟଣାରେ ପୋଲିସ ଆହୁରି ଅଧିକ ତଦନ୍ତ ଜାରି ରଖିଛି ।