କନକ ବ୍ୟୁରୋ: କୁହାଯାଏ ବଞ୍ଚିବା , ମରିବା ସବୁ ଉପରବାଲା ହାତରେ । କିନ୍ତୁ ଏମିତି ବି  ଚମତ୍କାର ହୁଏ ଯେବେ ମରିଯାଇଥିବା ମଣିଷ ବି ଜିଇଁ ଉଠେ । ଏପରି ଏକ ଚମକ୍ରାର ଘଟଣା ଦେଖିବାକୁ ମିଳିଛି ଟେକ୍ସାସ୍ ମିସୌରୀରେ ରହୁଥିବା ଯୁବକ ସୈମି ବରକୋଙ୍କ ସହ । ୧୬ ବର୍ଷିୟ ଯୁବକ ସୈମି ବରକୋଙ୍କୁ ଡାକ୍ତର ମୃତ ଘୋଷଣା କରିବାର ୨ ଘଣ୍ଟା ପରେ ସେ ପୁଣି ଜୀବନ ପାଇଲେ । ଡାକ୍ତର ଏହାକୁ ଏକ ଚମକ୍ରାର ଘଟଣା ବୋଲି କହିଛନ୍ତି ।

Advertisment

ପର୍ବତାରୋହଣ ସମୟରେ ତଳକୁ ଖସିପଡିଲା ସୈମି । ଫଳରେ ସେ ଚେତାଶୂନ୍ୟ ହୋଇପଡିଥିଲା । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକତ୍ସା ଆରମ୍ଭ ହୋଇଥିଲା । ସ୍ୱତନ୍ତ୍ର ଡାକ୍ତରୀ ଟିମ ସୈମୀର ଚିକିତ୍ସା କରଇଥିଲେ ବି ପାରିନଥିଲେ । ତାଙ୍କୁ ସିପିଆରରେ ରଖାଯିବା ପରେ ବି କୌଣସି ତ୍ସୁଧାର ଦେଖାଯାଇନଥିଲା । ଶେଶରେ ସୈମିଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ହେଲେ ମୃତ ଘୋଷଣା ହେବାର ୨ ଘଣ୍ଟା ପରେ ହଠାତ୍ ସୈମି ହାତ ଗୋଡ ହଲାଇବାକୁ ଲାଗିଲା । ଏଡାପରେ ତା’ର ଚେତା ଧିରେ ଧିରେ ସମ୍ପୂର୍ଣ୍ଣ ଭାବେ ଫରିଥିଲା । ଏବେ ସୈମି ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଥିଶ କୁହାଯାଇଛି ।