ଅମାନିଆଙ୍କ ଉପରେ ନଜର ରଖିଛି ପୋଲିସ । ନିୟମ ଭାଙ୍ଗିଥିବା ଲୋକଙ୍କ ଠାରୁ ୧୬ କୋଟିରୁ ଅଧିକ ଫାଇନ

149

କନକ ବ୍ୟୁରୋ: ଅମାନିଆଙ୍କ ଉପରେ ନଜର ରଖିଛି ପୋଲିସ । ଏପ୍ରିଲ ୧ରୁ ଆଜି ଯାଏଁ ୫ ଲକ୍ଷରୁ ଅଧିକ ଅମାନିଆଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ହୋଇଛି । ସେହିପରି ନିୟମ ଭାଙ୍ଗିଥିବା ଲୋକଙ୍କ ଠାରୁ ୧୬ କୋଟିରୁ ଅଧିକ ଫାଇନ ଆଦାୟ ହୋଇଛି । ୩୯୭୮ ଦୋକାନୀ, ମାର୍କେଟ କମ୍ପେ୍ଲକ୍ସ ବିରୋଧରେ କାର୍ୟ୍ୟାନୁଷ୍ଠାନ ହୋଇଛି, ଆଉ ୧୪୮୬ ଜଣଙ୍କୁ ପୋଲିସ ଗିରଫ କରିଛି ବୋଲି ଡିଜିପି ସୂଚନା ଦେଇଛନ୍ତି ।

ରାଜ୍ୟରେ କରୋନା ସଂକ୍ରମଣ ଯୋଗୁଁ ଲକଡାଉନ ଜାରି ରହିଛି । ଆଉ ଏହି ସମୟରେ କରୋନା ନିୟମ ଉଲ୍ଲଘଂନ କରୁଥିବା ଲୋକଙ୍କ ଉପରେ ନଜର ରଖିଛି ପୋଲିସ । ଆଉ ରାଜ୍ୟର ବିଭିନ୍ନ ସ୍ଥାନରେ କଡା ଚେକିଂ କରି ସେମାନଙ୍କ ଠାରୁ ଫାଇନ ଆଦାୟ ହେଉଛି ।