ଅଟକ ପରେ ସମସ୍ତ ଭାରତୀୟଙ୍କୁ ଛାଡ଼ିଲା ତାଲିବାନ

କାବୁଲ ଏୟାରପୋର୍ଟ ନିକଟ ଏକ କମ୍ପାଉଣ୍ଡରେ ହୋଇଥିଲା ପାସପୋର୍ଟ ଯାଂଚ । ୧୫୦ରୁ ଅଧିକ ଲୋକଙ୍କୁ ଅପହରଣ ଖବରକୁ ଖଣ୍ଡନ କଲା ତାଲିବାନ

407

କନକ ବ୍ୟୁରୋ : ଅଟକ ପରେ ଭାରତୀୟଙ୍କୁ ମୁକ୍ତ କଲା ତାଲିବାନ । ସମସ୍ତ ଭାରତୀୟ ସୁରକ୍ଷିତ ଭାବେ ମୁକ୍ତ ହୋଇଛନ୍ତି । କାବୁଲ ଏୟାରପୋର୍ଟର ଏକ କମ୍ପାଉଂଢରେ ଭାରତୀୟମାନଙ୍କୁ ରଖାଯାଇଥିଲା । ସେମାନଙ୍କ ପାର୍ସପୋର୍ଟ ଓ କାଗଜପତ୍ର ଯାଂଚ କରିଥିଲେ ତାଲିବାନୀ । ଏହା ପରେ ସମସ୍ତଙ୍କୁ ମୁକ୍ତ କରାଯାଇଥିବା ଜଣାପଡ଼ିଛି । ସମସ୍ତ ଭାରତୀୟ ସୁରକ୍ଷିତ ଥିବା ଆଫଗାନିସ୍ତାନ ସାମ୍ବାଦିକଙ୍କ ପକ୍ଷରୁ କୁହାଯାଇଛି ।

କାବୁଲ ଏୟାରପୋର୍ଟ ବାହାରେ ଆଜି ବଡ଼ ହଲଚଲ ଦେଖିବାକୁ ମିଳିଛି । ଏୟାରପୋର୍ଟ ନିକଟରୁ ୧୫୦ରୁ ଅଧିକ ଲୋକଙ୍କୁ ତାଲିବାନୀ କିଡ୍ନାପ କରିଥିବା ସୂଚନା ମିଳିଥିଲା । ଏମାନଙ୍କ ମଧ୍ୟରେ ଏକାଧିକ ଭାରତୀୟ ଥିବା କୁହାଯାଇଥିଲା । ସ୍ୱଦେଶ ଫେରିବା ପାଇଁ ବିମାନ ବନ୍ଦର ନିକଟରେ ଅପେକ୍ଷା କରିଥିବା ବେଳେ ସେମାନଙ୍କୁ ଅପହରଣ କରାଯାଇଥିବା ଖବର ପହଂଚିଥିଲା । ହେଲେ ଅପହରଣକୁ ଖଣ୍ଡନ କରିଥିଲା ତାଲିବାନ । ତାଲିବାନ ମୁଖପାତ୍ର ଅହମଦୁଲ୍ଲା ଏପରି ଖବରକୁ ଅସ୍ୱୀକାର କରିଥିଲେ ।