କନକ ବ୍ୟୁରୋ: ଦିଲ୍ଲୀରେ ଆସନ୍ତା ୯ ତାରିଖରୁ ଆୟୋଜିତ ହେବାକୁ ଯାଉଛି ଜି ୨୦ ଶିଖର ସମ୍ମିଳନୀ । ଏଥିପାଇଁ ଦିଲ୍ଲୀରେ ପହଞ୍ଚୁଛନ୍ତି ବିଭିନ୍ନ ଦେଶର ରାଷ୍ଟ୍ର୍ରମୁଖ୍ୟ ଓ ଅଧିକାରୀ । ସେମାନଙ୍କ ପାଇଁ ମୋଦୀ ସରକାର କରିଛନ୍ତି ସ୍ୱତନ୍ତ୍ର ପ୍ରସ୍ତୁତି ।

Advertisment

ବିଦେଶର ରାଷ୍ଟ୍ର ମୁଖ୍ୟଙ୍କ ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଯେତିକି ଚିନ୍ତିତ ସେମାନଙ୍କ ଆତିଥ୍ୟତା ପାଇଁ ମୋଦୀ ସେତିକି ତତ୍ପର । ଅତିଥିଙ୍କ ଖାଇବାପିଇବାର ବ୍ୟବସ୍ଥା ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ହୋଇଛି । ହୋଟେଲରେ ସ୍ୱତନ୍ତ୍ର ବ୍ୟଞ୍ଜନ ସହ ଖାସ୍ କଟଲେରୀ ସେଟ୍ ସଜ୍ଜିତ କରି ରଖାଯାଇଛି । ଅତିଥିଙ୍କୁ ଚାନ୍ଦିରୂପା ଓ ସୁନାର ବାସନରେ ଖାଇବାକୁ ଦିଆଯିବାକୁ ବ୍ୟବସ୍ଥା ହୋଇଛି, ଯେଉଁଥିରେ ଭାରତୀୟ ସଂସ୍କୃତି ଓ ପରମ୍ପରାର ଝଲକ ଦେଖିବାକୁ ମିଳୁଛି ।