ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ! ବସ୍ ରୁ ଓହ୍ଲାଇ ୧୪ ଜଣ ଯାତ୍ରୀଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ ।

340

ପାକିସ୍ତାନର ବେଲୁଚିସ୍ତାନର ଏକ ବସ୍ ରେ ଆତଙ୍କବାଦୀମାଦେ ଆକ୍ରମଣ କରି ୧୪ ଜଣ ଲୋକଙ୍କୁ ମାରି ଦେଇଛନ୍ତି । ପାକ୍ ମିଡିଆ ମୁତାବକ ଏହି ଆକ୍ରମଣ ମକରାନ୍ କୋଷ୍ଟଲ୍ ହାଇୱେରେ ହୋଇଥିଲା । ପାକ୍ ଖବରକାଗଜ ଡ୍ରୋନ୍ ମୁତାବକ,ଅଜ୍ଞାତ ଆକ୍ରମଣକାରୀ (୧୫ ରୁ ୨୦) ସେନା ପୋଷାକ ପିନ୍ଧି ଗତକାଲି ମଧ୍ୟରାତ୍ରିରେ ବଦ୍ ଉପରକୁ ଆକ୍ରମଣ କରିଥିଲେ । ମକରାନ୍ କୋଷ୍ଟଲ୍ ହାଇୱେରେ କରାଚୀ ଗ୍ୱାଦର ଯାଉଥିବା ୫ ରୁ ୬ ଟି ବସ୍ କୁ ରୋକି ବସରେ ଥିବା ଯାତ୍ରୀଙ୍କ ଆଇକାର୍ଡ ଚେକ୍ କରିଥିଲେ । ଏଥିରୁ ୧୬ ଜଣ ଯାତ୍ରୀଙ୍କୁ ବସ୍ ବାହାରକୁ ଆଣି ୧୪ ଜଣଙ୍କୁ ଗୁଳି ମାରିଥିଲେ । ଅନ୍ୟ ଦୁଇ ଜଣ ବ୍ୟକ୍ତି ଦୌଡିବାରେ ସଫଳ ହୋଇଥିଲେ । ଦୁଇ ଆହତଙ୍କୁ ଓରମାରା ଡାକ୍ତରଖାନାରେ ଚିକିତ୍ସା ଚାଲିଛି ।

ବୋଲିଚିସ୍ତାନ ଇନସପେକ୍ଟର ମୋହସିନ୍ ହସନ୍ ବଟ୍ ଡ୍ରୋନ୍ କୁ କହିଛନ୍ତି ଯେ ଯାତ୍ରୀମାନଙ୍କୁ ଟାର୍ଗେଟ୍ କରି ମରାଯାଇଥିଲା । ପ୍ରବର୍ତ୍ତନ ନିର୍ଦ୍ଧେଶାଳୟର କର୍ମଚାରୀ ଘଟଣାର ଜାଞ୍ଚ୍ କରିବା ପାଇଁ ପହଂଚି ଯାଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟାର କାରଣ ଏବଂ ମୃତକଙ୍କ ପରିଚୟ ମିଳିପାରିନାହିଁ ।