କୁନି ପୁଅର ଚିକିତ୍ସା ପାଇଁ ଦରକାର ୧୬ କୋଟି । ମୁଖ୍ୟମନ୍ତ୍ରୀଙ୍କ ସହାୟତା ଲୋଡିଲେ ବାପା-ମାଆ

175

କନକ ବ୍ୟୁରୋ : ଜୀବନ ଓ ମୃତ୍ୟୁ ଭିତରେ ରହିଛି ୪ମାସ । ଇଞ୍ଜେକସନ ନମିିଳିଲେ ଆସନ୍ତା ୪ମାସ ଭିତରେ ଆଖି ବୁଜିଦେଇପାରନ୍ତି ଫୁଲବାଣୀର ରାଜବୀର ରଣା । ତାଙ୍କର ଜୀବନ ବଞ୍ଚାଇବା ପାଇଁ ଜୋଲ-ଗେନ୍ସମା ଇଞ୍ଜେକସନ ଆବଶ୍ୟକ ରହିଛି । ଆଉ ଏହି ଇଞ୍ଜେକସନ ପାଇଁ ଆବଶ୍ୟକ ରହିଛି ୧୬କୋଟି ଟଙ୍କା ।
ତେବେ ଦେଶର କୋଣ ଅନୁକୋଣରୁ ଆର୍ଥିକ ସାହାଯ୍ୟ ମିଳୁଥିଲେ ବି ୧୬କୋଟି ଟଙ୍କା ଯୋଗାଡ କରିବା ଅସମ୍ଭବ ହୋଇପଡୁଛି । ଆର୍ଥିକ ସାହାଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜବୀରଙ୍କ ବାପା , ମାଆ ନିବେଦନ କରିବାକୁ ନବୀନ ନିବାସ ଅଭିମୁଖେ ବାହାରିଥିଲେ କିନ୍ତୁ ବିମାନରୁ ବାହାରିବା ପରେ ରାଜବୀର ଶ୍ୱାସରୁଦ୍ଧ ହେବା ଯୋଗୁଁ ବିମାନ ବନ୍ଦର ବାହାରେ ତାଙ୍କୁ ଅକ୍ସିଜେନ ଦିଆଯାଇଛି । ବିମାନବନ୍ଦରରେ ରାଜବୀରଙ୍କ ସ୍ୱାସ୍ଥବସ୍ଥା ଟିକିଏ ସୁଧୁରିବା ପରେ ନବୀନ ନିବାସ ଯିବେ ଉଭୟ ବାପା ମାଆ । ପୁଅର ଜୀବନ ବଞ୍ଚାଇବା ପାଇଁ ମ୍ୟୁମନ୍ତ୍ରୀଙ୍କୁ ଗୁହାରି କରିବେ ବୋଲି କହିଛନ୍ତି ରାଜବୀରଙ୍କ ବାପା । ସେ ଆହୁରି ମଧ୍ୟ କହିଛନ୍ତି କି ଯଦି ମୁଖ୍ୟମନ୍ତ୍ରୀ ଚାହାନ୍ତି ତାହେଲେ ମୋ ପୁଅ ବଞ୍ଚିଯିବ ।
ସେପଟେ ବିମାନନ୍ଦରରେ ରାଜବୀରଙ୍କୁ କୋଳରେ ଧରି ଆଖିରୁ ଲୁହ ଗଡାଉଛନ୍ତି ମାଆ । କାହିଁକି ନା ପୁଅ ରାଜବୀରଙ୍କୁ ବହୁତ କଷ୍ଟ ହେଉଛି । ପୁଅର କଷ୍ଟ ଦେଖିନପାରି ମାଆ ଆଖିରୁ ବି ଲୁହ ବହିପଡୁଛି । ତେବେ ଯଦି ମୁଖ୍ୟମନ୍ତ୍ରୀ ଏହି ରାଜବୀରଙ୍କୁ ସହାୟତାର ହାତ ବଢାଇବେ ତାହେଲେ ରାଜବୀରର ଜୀବନ ବଞ୍ଚିଯାଇପାରିବ