ବିଜୟା ଦଶମୀରେ ଅଘଟଣ: ପୋଡ଼ିବା ପୂର୍ବରୁ ଗଳିପଡ଼ିଲା ରାବଣ ପ୍ରତିକୃତି, ନାବାଳକ ଗୁରୁତର ।

737

କନକ ବ୍ୟୁରୋ: ବିଜୟାଦଶମୀରେ ଅଘଟଣ । ନୂଆପଡା କୋମନା ଥାନା ଅନ୍ତର୍ଗତ କାଣ୍ଡେତରା ଗାଁରେ ରାବଣ ପ୍ରତିକୃତି ପୋଡ଼ିବା ପୂର୍ବରୁ ଗଳିପଡ଼ି ନାବାଳକ ଗୁରୁତର । ଜଣେ ୧୩ ବର୍ଷର ବାଳକ ଉପରେ ରାବଣ ପ୍ରତିକୃତି ପଡ଼ିଛି। ଫଳରେ ବାଳକ ଗୁରୁତର ହେବାରୁ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ କାଣ୍ଡେତରା ଗାଁରେ ବିଜୟାଦଶମୀ ଅବସରରେ ଆଜି ରାବଣ ପୋଡ଼ି ଉତ୍ସବ ପାଇଁ ଆୟୋଜନ କରାଯାଇଥିଲା । ଏଥି ପାଇଁ ଏକ ରାବଣ ପ୍ରତିକୃତି ନିର୍ମାଣ କରାଯାଇ ଏକ ଟ୍ରାକ୍ଟରରେ ପଡ଼ିଆକୁ ନିଆଯାଇଥିଲା। ହେଲେ ରାବଣକୁ ପଡ଼ିଆରେ ଛିଡ଼ା କରାଯାଉଥିବା ବେଳେ ସେଠାରେ ଗାଁର ଗଙ୍ଗାଧର ସତନାମୀଙ୍କ ପୁଅ ଯୋଗେଶ୍ୱର ସତନାମୀ ଅନ୍ୟ ପିଲାମାନଙ୍କ ସହିତ ଖେଳୁଥିଲା। ଆଉ କିଛି ବୁଝିବା ପୂର୍ବରୁ ରାବଣ ପ୍ରତିକୃତିଟି ଢ଼ଳି ପଡ଼ିଲା । ଫଳରେ ସେ ଚାପି ହୋଇଯାଇଥିଲା। ଉପସ୍ଥିତ ଲୋକେ ଯୋଗେଶ୍ୱରକୁ ଉଦ୍ଧାର କରି ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।