କନକ ବ୍ୟୁରୋ: ଧରାପଡିଲା ନରହନ୍ତା କୁମ୍ଭୀର । ଗତ ଏକମାସ ଧରି ରାଜନଗର ଅଂଚଳରେ ଆତଙ୍କ ଖେଳାଇଥିବା ବଉଳାକୁମ୍ଭୀରକୁ କାବୁ କରିଛି ବନବିଭାଗ । ରାଜନଗର ଓ କନିକା ରେଞ୍ଜର ପ୍ରାୟ ୪୦ କର୍ମଚାରୀ ଏହି କୁମ୍ଭୀର ଧରା କାମରେ ନିୟୋଜିତ ହୋଇଥିଲେ । ଆଜି ସକାଳେ କୁମ୍ଭୀର ବ୍ରାହ୍ମଣୀ ନଦୀରୁ ଆସି ରାଜନଗର ବ୍ଲକ ମହୁଲିଆ କେନାଲରେ ଭାସୁଥିବାର ଲୋକେ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ଆଉ ପ୍ରାୟ ୭ ଘଂଟାର ଅପରେସନ ପରେ କୁମ୍ଭୀରକୁ କାବୁ କରି ବାଉଁଶଗଡ ନଦୀରେ ଛାଡିଦିଆଯାଇଛି । ଏହି କୁମ୍ଭୀର ୨୧ ତାରିଖରେ ଜଣେ ମହିଳାଙ୍କୁ ପୋଖରୀରୁ ଟାଣିନେଇ ମାରିଦେଇଥିଲା ।