କରୋନା ପରେଚିନ୍ତା ବଢାଉଛି ‘ବ୍ଲାକ୍ ଫଙ୍ଗସ୍’ । ଇନ୍ଦୋରରେ ୧୨୦ ସଂକ୍ରମିତ ଚିହ୍ନଟ । ବଜାରରେ ମିଳୁନାହିଁ ଆବଶ୍ୟକ ଇଂଜେକ୍ସନ

413

କନକ ବ୍ୟୁରୋ : ମଧ୍ୟପ୍ରଦେଶରେ ସବୁଠାରୁ ଅଧିକ ସଂକ୍ରମିତ ଇନ୍ଦୋର ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ ୧୨୦ ଜଣ ବ୍ଲାକ ଫଙ୍ଗସ୍ ରୋଗୀ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ହେଲେ ସେମାନଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଆମ୍ଫୋଟାରିସିନ୍- ବି ଇଂଜେକ୍ସନ ବଜାରରେ ନ ମିଳିବାରୁ ସେମାନଙ୍କ ଚିକିତ୍ସା ବାଧାପ୍ରାପ୍ତ ହେଉଛି ।

ଏନେଇ ରାଜ୍ୟର ଜଳ ଯୋଗାଣ ମନ୍ତ୍ରୀ ତଥା ଇନ୍ଦୋର ଜିଲ୍ଲାର କୋଭିଡ-୧୯ ପରିଚାଳନା ପ୍ରଭାରୀ ତୁଳସୀରାମ ସିଲାବଟ କହିଛନ୍ତି କି ଜିଲ୍ଲାରେ ବ୍ଲାକ ଫଙ୍ଗସ ବ୍ୟାପୁଥିବା ନେଇ ସେ ମୁଖ୍ୟମନ୍ତ୍ରୀ ଶିବରାଜସିଂ ଚୌହାନଙ୍କୁ ଅବଗତ କରାଇଛନ୍ତି । ଏହାସହ ବ୍ଲାକ ଫଙ୍ଗସ୍ ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଥିବା ଆମ୍ଫୋଟାରିସିନ୍- ବି ଇଂଜେକ୍ସନ ଯୋଗାଡ କରିବାକୁ ସେ ପ୍ରୟାସ ଜାରି ରଖିଛନ୍ତି ।

ଅନ୍ୟପଟେ ଶାସକୀୟ ମହାତ୍ମା ଗାନ୍ଧୀ ସ୍ମୃତି ଚିକିତ୍ସା ମହାବିଦ୍ୟାଳୟର କୂଳପତି ସଂଜୟ ଦିକ୍ଷୀତ କହିଛନ୍ତି କି ସେ ଆମ୍ଫୋଟାରିସିନ୍- ବି ଇଂଜେକ୍ସନ ଭୋପାଳରୁ ମଗାଇ ତାଙ୍କ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୫୦୦ ବ୍ଲାକ ଫଙ୍ଗସ୍ ରୋଗୀଙ୍କ ଠାରେ ବ୍ୟବହାର କରୁଛନ୍ତି ।

କହିିରଖୁ କି ମ୍ୟୁକରମାଇକୋସିସ୍ କୁ ବ୍ଲାକ ଫଙ୍ଗସ୍ ନାମରେ ନାମିତ କରାଯାଇଛି । କରୋନା ଭୂତାଣୁ ସଂକ୍ରମଣରେ ସଂକ୍ରମିତ ରୋଗୀ ଓ ସଂକ୍ରମଣରୁ ସୁସ୍ଥ ହୋଇଥିବା ଲୋକଙ୍କ ଠାରେ ଏହି ଭୂତାଣୁ ଦେଖିବାକୁ ମିଳୁଛି । ମଧ୍ୟପ୍ରଦେଶ ସରକାରଙ୍କ ହିସାବ ମୁତାବକ ୩୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଇନ୍ଦୋର ଜିଲ୍ଲାରେ ମୋଟ ୧,୧୩,୧୮୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧,୨୬୯ ଜଣଙ୍କର ମୃତ୍ୟୁ ହୋଇଛି ।