କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ହୋଇଥାନ୍ତା ଏକ ବଡ ଧରଣର ଦୁର୍ଘଟଣା । ହେଲେ ୧୨ ବର୍ଷର ପୁଅ ଯୋଗୁଁ ଟଳିଗଲା ଦୁର୍ଘଟଣା । ଏହି ଘଟଣାରେ ରେଲୱେ ଅଧିକାରୀ ପିଲାଟିର ବୁଦ୍ଧିକୁ ପ୍ରଶଂସା କରିବା ସହ ଆର୍ଥିକ ପୁରସ୍କାର ମଧ୍ୟ ଦେଇଛନ୍ତି ।

Advertisment

ମାଲଦା ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଏକ ସ୍ଥାନରେ ରେଲୱେ ଟ୍ରାକ୍ ତଳୁ ମାଟି ଧୋଇଯାଇଥିଲା । ଏକଥା ସେଠିକାର ୧୨ ବର୍ଷର ପୁଅ ମୁରସଲିମ୍ ଶେଖ୍ ଆଖିରେ ପଡିଥିଲା । ସେ ତା’ର ଉପସ୍ଥିତ ବୁଦ୍ଧି ଖଟାଇ ନିଜେ ପିନ୍ଧିଥିବା ଲାଲ ରଙ୍ଗର ସାର୍ଟକୁ ଖୋଲି ଟ୍ରେନକୁ ଦେଖାଇଥିଲା । ଏହା ଦେଖି ଲୋକୋ ପାଇଲଟ୍ ସିଗନାଲ ଧରିନେଇଥିଲା ଏବଂ ଏମରଜେନ୍ସି ବ୍ରେକ୍ ମାରି ଟେନ୍ ରୋକିବାରେ ସଫଳ ହୋଇଥିଲେ । ଫଳରେ ଏକ ବଡ ଦୁର୍ଘଟଣାରୁ ରକ୍ଷା ପାଇଯାଇଥିଲେ ଶହଶହ ଟ୍ରେନ ଯାତ୍ରୀ । ମୁରସଲିମ ଜଣେ ଶ୍ରମିକଙ୍କ ପୁଅ । ଟ୍ରାକ୍ ନିକଟ ଏକ ବସ୍ତିରେ ରହୁଥିବା ଜଣାପଡିଛି ।