ମୌସୁମି ଅଧିବେଶନରେ ହଟ୍ଟଗୋଳ: ଶୀତକାଳିନ ଅଧିବେଶନରୁ ନିଲମ୍ବିତ ହେଲେ ୧୨ ରାଜ୍ୟସଭା ସାଂସଦ 

223

କନକ ବ୍ୟୁରୋ: ମୌସୁମି ଅଧିବେଶନରେ କରିଥିବା ହଙ୍ଗାମା ପାଇଁ ଶୀତ ଅଧିବେଶନରେ ଦଣ୍ଡ ପାଇଲେ ୧୨ ସାଂସଦ । ୧୧ ଅଗଷ୍ଟ ମୌସୁମି ଅଧିବେଶନ ବେଳେ ହଙ୍ଗାମା କରିଥିବାରୁ ଶୀତକାଳିନ ଅଧିବେଶନରେ ରାଜ୍ୟସଭାରୁ ନୀଲମ୍ବିତ ହୋଇଛନ୍ତି ୧୨ ଜଣ ସାଂସଦ । ଚଳିତ ଅଧିବେଶନ ଶେଷ ହେବା ପର୍ଯ୍ୟନ୍ତ ଗୃହକାର୍ଯ୍ୟରେ ସାମିଲ ହୋଇ ପାରିବେ ନାହିଁ ଏହି ସବୁ ସାଂସଦ । ନୀଲମ୍ବିତ ସାଂସଦଙ୍କ ମଧ୍ୟରେ କଂଗ୍ରେସର ୬ ଜଣ, ଶୀବସେନାର ୨ ଜଣ, ତୃଣମୂଳ କଂଗ୍ରେସର ୨ ଜଣ, ସିପିଏମର ଜଣେ ଓ ସିପିଆଇର ଜଣେ ସାଂସଦ ରହିଛନ୍ତି ।

ଗତ ମୌସୁମି ଅଧିବେଶନ ବେଳେ ୧୧ ଅଗଷ୍ଟରେ ଇନସୁରାନ୍ସ ବିଲ୍ ଉପରେ ଚର୍ଚ୍ଚାବେଳେ ରାଜ୍ୟସଭାରେ ଜୋରଦାର ହଙ୍ଗାମା ହୋଇଥିଲା । ସଂସଦ ଭିତରେ ହାତାହାତିର ଅଭିଯୋଗ ମଧ୍ୟ ହୋଇଥିଲା । ଏପରିକି ହଟ୍ଟଗୋଳକୁ ଅଟକାଇବା ପାଇଁ ମାର୍ଶାଲଙ୍କୁ ମଧ୍ୟ ଡକାଯାଇଥିଲା । ସେଦିନ ହଙ୍ଗାମାକୁ ନେଇ ଦୁଃଖ ଜାହିର କରି ଦୁଃଖ ପ୍ରକାଶ କରିଥିଲେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ । ସେପଟେ ସଂସଦରୁ ନୀଲମ୍ବିତ ହେବା ପରେ ଶୀବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି ଏହା ଲୋକତନ୍ତ୍ରର ହତ୍ୟା ।